ଆଜି ବି ମନେ ପଡେ ସେହି ଫୋନ କଲ, ବିଜୟ ବର୍ବାଦ ଆଉ ଅତନୁ ସାବ୍ୟସ୍ତ ହେଲେ ଲକି

Why Naveen place Atanu instead of Bijay here is the untold story

ଓଡ଼ିଆ ଗସିପ୍ ବ୍ୟୁରୋ: ସମୟ କେତେବେଳେ କାହାକୁ କେଉଁ ସ୍ଥାନରେ ପହଞ୍ଚାଇ ଦିଏ ତାହା କହିବା ଅସମ୍ଭବ । ଦିନେ ସମୟ ଥିଲା ସେ ବିଜୁବାବୁଙ୍କ ଅତି ନିକଟତର ତଥା ସରକାରଙ୍କ ପରେ ସେ ୨ୟ ବ୍ୟକ୍ତି ଥିଲେ । ଏହା ସହିତ ସେ ବିଜେଡିର ସହ ପ୍ରତିଷ୍ଠାତା ମଧ୍ୟ ଥିଲେ । ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର । ୧୯୯୦-୯୫ ବିଜୁବାବୁଙ୍କ ଘନିଷ୍ଠ ଥିବା ସମୟରେ ଜଳ ସଂପଦ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଥିଲେ ।

ଯେତେବେଳେ ସେ ୨୦୦୦ ମସିହାରେ ବିଜେଡିର ପଲିଟିକାଲ୍ ଆଫେୟାର୍ସ କମିଟି ମୁଖ୍ୟ ତଥା ବିଧାନସଭା ଟିକେଟ୍ ବଣ୍ଟନ ଭଳି ଗୁରୁଦାୟିତ୍ଵ ନିଭାଉଥିଲେ ସେ ସମୟରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । କିନ୍ତୁ କେତେବେଳେ ସେ ଘନିଷ୍ଠ ସହଯୋଗୀ ତଥା ପ୍ରମୁଖ ନେତାରୁ ଶତ୍ରୁ ପାଲଟିଗଲେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପାଇଁ ତାହା ସେ ନିଜେ ମଧ୍ୟ ବୁଝି ପାରିଲେ ନାହିଁ ।

ଯେତେବେଳେ ନବୀନ ଏହା ହୃଦବୋଧ କଲେ ଯେ ବିଜୟ ତାଙ୍କ ରାସ୍ତା ପାଇଁ ଏକ କଣ୍ଟା ହୋଇ ଆଗକୁ ଛିଡା ହୋଇ ପାରନ୍ତି, ତାଙ୍କୁ ସମୂଳେ ବିନାଶ ପାଇଁ ଯୋଜନା ଆରମ୍ଭ କରିବାକୁ ଲାଗିଲେ । ୨୦୦୦ ମସିହାରେ ଯେତେବେଳେ ନବୀନ ଓ ବିଜୟ ଉଭୟ ସାଧାରଣ ନିର୍ବାଚନ ପାଇଁ ସମୀକ୍ଷା କରୁଥାନ୍ତି ସେହି ସମୟରେ ଏକ ଅବିଶ୍ୱନୀୟ ଘଟଣା ଘଟିଲା ।

ଅଧିକ ପଢ଼ନ୍ତୁ: ବାରମ୍ବାର ହେଉଛି କି ୟୁରିନ ଇନଫେକ୍ସନ କିମ୍ବା ପରିଶ୍ରା ଜଳାପୋଡା; ଆପଣାନ୍ତୁ ଏହି ଘରୋଇ ଉପଚାର

ବିଜୟ ପାରମ୍ପରିକ ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ସାରିଥିବା ବେଳେ ଭୁବନେଶ୍ବରସ୍ଥିତ ଏକ ହୋଟେଲରେ ଦଳୀୟ ସଭା କରୁଥିବା ସମୟରେ ଦିନ ୨ଟାରେ ଏକ ଫୋନ୍ ଆସିଲା । ଯେଉଁଥିରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।

ବିଜୟଙ୍କ ସ୍ଥାନରେ ନବୀନ ଟିକେଟ୍ ଦେଲେ ଅତନୁ ସବ୍ୟସାଚୀ ନାୟକଙ୍କୁ । ଯଦିଓ ବିଜୟଙ୍କ ସପକ୍ଷରେ ସେତେବେଳେ ଦଳରେ ସ୍ୱର ଗୁଞ୍ଜରିତ ହେଉଥିଲା, କିନ୍ତୁ ନିର୍ବାଚନ ହେତୁ ନେତାମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ହୋଇ ରହିଲେ । ସେହି ସମୟରେ ବିଜୟଙ୍କ ପାଖରେ ସ୍ୱାଧୀନ ଭାବେ ଲଢ଼ିବା ପାଇଁ ମଧ୍ୟ ସମୟ ନଥିଲା ।

ସେପଟେ ଅତନୁ ପେସାରେ ସାମ୍ବାଦିକ ତଥା ନେତା ରାଜକିଶୋର ନାୟକଙ୍କ ପୁତ୍ର ଥିଲେ । ତାଙ୍କ ପିତାଙ୍କୁ ୧୯୮୦ରେ ବିଜୟ ହଟାଇଥିଲେ । ଅତନୁ ୨୦ ଦଶନ୍ଧି ପରେ ବିଜୟଙ୍କୁ ହଟାଇ ଦେଲେ । ୧୯୭୧ ପରେ ଓଡ଼ିଶାରେ ମିଳିତ ସରକାର ଗଠନ ହେଲା ୨୦୦୦ ମସିହାରେ ।

ଅଧିକ ପଢ଼ନ୍ତୁ: ଗ୍ରହ ମାନଙ୍କ ସେନାପତି ମଙ୍ଗଳଙ୍କ ରାଶି ପରିବର୍ତ୍ତନ, ଗୋଚର ଫଳରେ ଅଗଷ୍ଟ ୧୮ ରୁ ଏହି ୫ ରାଶି ହେବେ ମାଲେମାଲ୍

ସବୁ ଦଳ ମିଶିଲେ କିନ୍ତୁ ଜେଡିଏସ୍ ମୁଖ୍ୟ ଅଶୋକ ଦାସ ସେହି ମେଣ୍ଟରେ ମିଶିଲେ ନାହିଁ । କିନ୍ତୁ ରାଜନୀତି ଖେଳରେ ବଳି ପଡିଗଲେ ବିଜୟ । ମେଣ୍ଟ ସରକାରରେ ନିଜେ ବିଧାୟକ ନରହି ନିଜର ଅନୁଗତଙ୍କୁ ମନ୍ତ୍ରୀ କଲେ । ନିଜ ସହଯୋଗୀଙ୍କୁ ନିଜ ସାମ୍ନାରେ ରାଜ୍ୟସଭାକୁ ମଧ୍ୟ ପଠାଇଲେ ।

ନବୀନ ବିଜୟଙ୍କ ବିପକ୍ଷରେ ସମସ୍ତ ବଳ ଲଗାଇଲେ କିନ୍ତୁ ତ୍ରିଲୋଚନ ବେହେରାଙ୍କୁ ଖୁବ୍ ଶକ୍ତି ଲଗାଇ ଜିତାଇଲେ ବିଜୟ । ମାତ୍ର ନବୀନ ତାଙ୍କ ଲକ୍ଷ୍ୟରେ ସଫଳ ହେଲେ । ସେଥିପାଇଁ ଦୁଇ ଦଶନ୍ଧି ଧରି ବିଧାନସଭାରେ ପାଦ ରଖି ପାରିଲେ ନାହିଁ ବିଜୟ ମହାପାତ୍ର । ଓଡିଶା ରାଜନୀତିର ଏହି ଅଭୁଲା ଅଧ୍ୟାୟ ସବୁବେଳେ ମନେ ରହିବ ।

Share this story