ବାରମ୍ବାର ହେଉଛି କି ୟୁରିନ ଇନଫେକ୍ସନ କିମ୍ବା ପରିଶ୍ରା ଜଳାପୋଡା; ଆପଣାନ୍ତୁ ଏହି ଘରୋଇ ଉପଚାର

UTI happens again and again do these effective home remedies
ବାରମ୍ବାର ହେଉଛି କି ୟୁରିନ ଇନଫେକ୍ସନ କିମ୍ବା ପରିଶ୍ରା ଜଳାପୋଡା; ଆପଣାନ୍ତୁ ଏହି ଘରୋଇ ଉପଚାର

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲି ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ କାରଣରୁ ଆମେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଫଳରେ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ । ତେବେ ଏହିସବୁ ରୋଗ ମଧ୍ୟରୁ ସଂକ୍ରମଣ ମଧ୍ୟ ହୋଇଛି ଏକ ରୋଗ ଯାହା ଅସ୍ୱାସ୍ଥ୍ୟକର ଖାଦ୍ୟ, ଖରାପ ପରିବେଶ ଆଦି କାରଣରୁ ହୋଇଥାଏ । ଏହି ସଂକ୍ରମଣ ଅନେକ ପ୍ରକାରର ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ୟୁରିନାରୀ ଟ୍ରାକ୍ ଇନଫେକ୍ସନ । ଯାହାଫଳରେ ଏହା ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ । 

ତେବେ ଏହି ୟୁରିନାରୀ ଟ୍ରାକ୍ ଇନଫେକ୍ସନ ପୁରଷମାନଙ୍କ ଠାରୁ ମହିଳାମାନଙ୍କ କ୍ଷତ୍ରେରେ ଅଧିକ ମାତ୍ରାରେ ଦେଖାଦେଇଥାଏ । ଯାହାଫଳରେ ୟୁରିନ ରଙ୍ଗରେ ପରିବର୍ତ୍ତନ, ୟୁରିନାରୀ ଟ୍ରାକରେ ପୋଡାଜାଳା , ଜ୍ୱର ହେବା ଆଦି ସମସ୍ୟାମାନ ଦେଖାଦେଇଥାଏ । ଫଳରେ ଏହା ଶରୀରକୁ ଦୁର୍ବଳ କରିବା ସହ ସଂକ୍ରମିତ କରିଥାଏ । ତେବେ ଏହି ୟୁରିନ ଉନଫେକ୍ସନକୁ ଏଡାଇବା ପାଇଁ କିଛି ଘରୋଇ ଉପଚାର ମଧ୍ୟ ରହିଛି । ଯାହାକୁ ଆପଣାଇବା ଦ୍ୱାରା ୟୁରିନ ଇନଫେକ୍ସନ ଦୂର ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ…

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ବିଶେଷଜ୍ଞ କୁହନ୍ତି, “ମହିଳାଙ୍କ ଶରୀରରେ ମୂତ୍ର ମାର୍ଗ ବହୁତ ଛୋଟ ଅଟେ । ଏହା ଏକ ଟ୍ୟୁବ୍ ଯାହା ମାଧ୍ୟମରେ ପରିସ୍ରା ଶରୀରରୁ ବାହାରିଥାଏ । ମହିଳାମାନଙ୍କଠାରେ ମୂତ୍ରାଶୟ ସିଧାସଳଖ ବ୍ଲାଡରରୁ ଯୋନୀକୁ ଖୋଲିଥାଏ । ଏହି କ୍ଷେତ୍ରରେ, ସଂକ୍ରମିତ ଶୌଚାଳୟର ବ୍ୟବହାର କିମ୍ବା ସ୍ୱଚ୍ଛତା ଅଭାବରୁ ମହିଳାମାନେ UTI ସମାସ୍ୟାରେ ସମ୍ମୁଖିନ ହୁଅନ୍ତି । ସଂକ୍ରମଣ ସୃଷ୍ଟି କରୁଥିବା ଭୂତାଣୁ ସହଜରେ ବ୍ଲାଡରରେ ପହଞ୍ଚନ୍ତି । ଯଦି UTI ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ସଂକ୍ରମଣ ବ୍ଲାଡରରୁ କିଡନୀ ପର୍ଯ୍ୟନ୍ତ ବ୍ୟାପିପାରେ । ଏହା କିଡନୀକୁ ମଧ୍ୟ ପ୍ରଭାବିତ କରିଥାଏ ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

UTI ର ଲକ୍ଷଣ

UTI ଯୋଗୁଁ ବ୍ଲାଡର ସଂକ୍ରମିତ ହୁଏ । ଆହୁରି ମଧ୍ୟ, ଯେତେବେଳେ UTI ହୁଏ ସେତେବେଳେ ଏହି ଲକ୍ଷଣଗୁଡ଼ିକ ଦେଖାଯାଏ ।
ପରିସ୍ରା ଜଳିବା
ବାରମ୍ବାର ପରିସ୍ରା ଯିବା 
ପରିସ୍ରାରେ ଗନ୍ଧ
ବାନ୍ତି
ପେଟ ଓ ତଳ ପିଠି ଯନ୍ତ୍ରଣା 
ଜ୍ୱର
ଥଣ୍ଡା
ପରିସ୍ରା ରଙ୍ଗ ପରିବର୍ତ୍ତନ 

ଏହି ଜିନିଷଗୁଡ଼ିକର ବିଶେଷ ଯତ୍ନ ନିଅନ୍ତୁ

ଯଦି ଆପଣ ସେହି ମହିଳାମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ UTI ସମସ୍ୟା ଦ୍ୱାରା ବାରମ୍ବାର ଅସୁବିଧାରେ ପଡ଼ନ୍ତି, ତେବେ ଆପଣ ଏହି ଜିନିଷଗୁଡିକରୁ ଦୂରେଇ ରହିବା ଉଚିତ୍-

ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ଅଟକାଇବା 
କମ୍ ପାଣି ପିଇବା
କୋଷ୍ଠକାଠିନ୍ୟ
ଖରାପ ବ୍ୟକ୍ତିଗତ ସ୍ୱଚ୍ଛତା 
ଟାଇଟ୍ ପୋଷାକ ପିନ୍ଧିବା

UTI ରୋକିବା ପାଇଁ ସରଳ ଟିପ୍ସ 

ରସୁଣ ଖାଆନ୍ତୁ: ରସୁଣର 1 ପାଖୋଡାକୁ ଖାଲି ପେଟରେ ଖାଆନ୍ତୁ । ଏହା UTI ସହିତ ଲଢେ ଓ କିଡନୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ । ସତେଜ ରସୁଣ ରସରେ ଇ.କୋଲି ବ୍ୟାକ୍ଟେରିଆର ଅଭିବୃଦ୍ଧି ହ୍ରାସ କରିବାର କ୍ଷମତା ଅଛି, ଯାହା UTI ରୁ ରକ୍ଷା କରେ । ଏହା ବ୍ୟତୀତ ରସୁଣରେ ଆଲିସିନ୍, ଆଣ୍ଟିମାଇକ୍ରୋବାୟଲ୍ ଓ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା UTI ର ସମସ୍ୟାକୁ ହ୍ରାସ କରିଥାଏ ।

ଆମଲା ଖାଅନ୍ତୁ: ଖାଲି ପେଟରେ ଗୋଟିଏ ଛୋଟ ଆମ୍ଲା ଖାଆନ୍ତୁ । ଆମଲାରେ ଭିଟାମିନ୍-ସି ଭରପୂର ଓ ଏହା ଭୂତାଣୁ ବୃଦ୍ଧିରେ ରୋକିଥାଏ । ଏହା ଶରୀରରେ ଥିବା ସମସ୍ତ ବିଷାକ୍ତ ଉପାଦାନକୁ ଦୂର କରିଥାଏ । ଏହା ପେଟ ଓ କିଡନୀକୁ ସଫା କରିଥାଏ ଏବଂ ପରିସ୍ରା ସଂକ୍ରମଣର କୌଣସି ଅସୁବିଧା ହୋଇନଥାଏ ।

ନଡ଼ିଆ ପାଣି: ବାର୍ଲି ପାଣି ଇତ୍ୟାଦି ତରଳ ପଦାର୍ଥ ପିଅନ୍ତୁ । ନଡିଆ ପାଣି ଆଣ୍ଟି-ବ୍ୟାକ୍ଟେରିଆଲ୍ ଅଟେ, ଯାହା ବ୍ଲାଡରର ଭୂତାଣୁ ସଫା କରିବାରେ ସହାୟକ ହୋଇଥାଏ । ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରରେ ଜଳର ଅଭାବ ହୋଇ ନଥାଏ ଓ ପରିସ୍ରା ସଂକ୍ରମଣକୁ ମଧ୍ୟ ରୋକାଯାଇଥାଏ ।

କ୍ରେନବେରୀ ଜୁସ୍: ସ୍ୱାସ୍ଥ୍ୟବିଶେଷଜ୍ଞମାନଙ୍କ ମତରେ କ୍ରେନବେରୀ ଜୁସ୍ ୟୁଟିଆଇ ଅର୍ଥାତ ୟୁରୀନୀରୀ ଟ୍ରାକ ଇନଫେକ୍ସନ ପାଇଁ ବହୁତ ଲାଭଦାୟକ ହୋଇଥାଏ । କାରଣ ଏଥିରେ ପଲିଫେନୋଲ ସହିତ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଫଳରେ ଏହା ସଂକ୍ରମଣକୁ ରୋକିବା ସହ କ୍ଷତସ୍ଥାନକୁ ମଧ୍ୟ ଜଲଦି ଭଲ କରିବାରେ ସାହାଯ୍ୟ କରିଥାଏ । ତେଣୁ ୟୁଟିଆଇ ସମୟରେ ପ୍ରଚୁର ପରିମାଣର କ୍ରେନବେରୀ ଜୁସ୍ ସେବନ କରନ୍ତୁ ।

Share this story