କଲେଜ ସଭାରେ ଯୋଗ ଦେବାବେଳେ 5T ସଚିବ ପାଣ୍ଡିଆନ୍‌ଙ୍କୁ କାଳିମାଡ଼

Youth throw ink on 5t secy v k pandian
କଲେଜ ସଭାରେ ଯୋଗ ଦେବାବେଳେ 5T ସଚିବ ପାଣ୍ଡିଆନ୍‌ଙ୍କୁ କାଳିମାଡ଼

ଓଡ଼ିଆ ଗସିପ୍ ବ୍ୟୁରୋ: 5T ସଚିବ ଭି. କେ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼ ହୋଇଛି। ପୁରୀ ଜିଲ୍ଲା ସତ୍ୟବାଦୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ନିକଟ ପଡ଼ିଆରେ ଏହି କାଳିମାଡ଼ ହୋଇଥିଲା । 5T ସଚିବଙ୍କ ଉପରକୁ କାଳିମାଡ଼ ବେଳେ ଛିଟା ମଧ୍ୟ ପୁରୀ ଜିଲ୍ଲାପାଳଙ୍କ ଉପରେ ପଡ଼ିଛି। 

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ

କାଳିମାଡ କରୁଥିବା ଯୁବକ ଜଣକ ହେଉଛନ୍ତି କଣାସ ଅଞ୍ଚଳର ଭାସ୍କର ସାହୁ । ଏଲଆଇସି ଏଜେଣ୍ଟ ଭାବେ କାମ କରନ୍ତି ଭାସ୍କର । 5T ସଚିବଙ୍କୁ କାଳିମାଡ କରିବା ପରେ ଭାସ୍କରଙ୍କୁ ପୋଲିସ କାବୁ କରିବା ସହ ନିଜ ହେପାଜତରେ ରଖିଛି ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିଛି। 5T ସଚିବ ଆଜି କାକଟପୁର, ନିମାପଡ଼ା ପରେ ପୁରୀରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଜନଶୁଣାଣିରେ ଯୋଗଦେବା ପରେ ସତ୍ୟବାଦୀ ଗସ୍ତ କରିଥିଲେ। ତେବେ ସତ୍ୟବାଦୀ ଗସ୍ତ ବେଳେ ଏହି କାଳିମାଡ଼ ହୋଇଥିଲା । ଗତକାଲି ପୁରୀ, ପିପିଲି, ବ୍ରହ୍ମଗିରି, କୃଷ୍ଣପ୍ରସାଦରେ ଜନଶୁଣାଣି ବେଳେ ଭି.କେ ପାଣ୍ଡିଆନ ଯୋଗ ଦେଇଥିଲେ।

Share this story