ନାଗ ସାପଠୁ ଚୋଟ ଖାଇ ମାଲିକକୁ ବଞ୍ଚାଇଲା ପୋଷା କୁକୁର ‘ବ୍ଲାକି’, ହାରିଲା ନିଜ ଜୀବନ

Pet dog Blacky dies fighting with cobra to save owners life in Sambalpur
ନାଗ ସାପଠୁ ଚୋଟ ଖାଇଲା ‘ବ୍ଲାକି’

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ବିଶ୍ବସ୍ତ ପ୍ରାଣୀର ପ୍ରମାଣ ଦେଲା କୁକୁର । ମାଲିକର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲା ପୋଷା କୁକୁର ‘ବ୍ଲାକି’ । ନିଜ ଜୀବନକୁ ବାଜି ଲଗାଇ ନିଜ ମାଲିକର ବଞ୍ଚାଇଲା ପୋଷା କୁକୁର । ମାଲିକଙ୍କ ପରିବାରକୁ ନାଗସାପଠାରୁ ବଂଚାଇବାକୁ ଯାଇ ବ୍ଲାକି ନାମକ ପୋଷା କୁକୁର ଜୀବନ ଦେଇଦେଇଛି ।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ସମ୍ବଲପୁର ଜିଲ୍ଲା ବୁର୍ଲା ଗୋଲକୁଣ୍ଡା ଗାଁର ଜୟନାରାୟଣ ମହାପାତ୍ର ୧୫ ବର୍ଷ ହେଲା ଏକ ଜର୍ମାନ ସେଫର୍ଡର ଏକ ପୋଷା କୁକୁର ରଖିଥିଲେ । ଗତକାଲି ବିଳମ୍ବିତ ରାତିରେ ଏକ ନାଗସାପ ଜୟନାରାୟଣଙ୍କ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ତା ସହିତ ଲଢେଇ କରିଥିଲା ବ୍ଲାକି । ଉଭୟେ ଉଭୟଙ୍କୁ ଆକ୍ରମଣ କରିଥିଲେ । ନାଗ ସାପ ଚୋଟର ବ୍ଲାକିର ଜୀବନ ଚାଲିଯିବା ସହିତ ନାଗ ସାପର ମଧ୍ୟ ମୃତ୍ୟୁ ହୋଇଛି ।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ତେବେ ଘର ଭିତରକୁ ପଶୁଥିବା ବେଳେ ସାପକୁ ଘର ଭିତରେ ପୁରାଇ ଦେଇନଦେଇ ବ୍ଲାକି ମାଲିକର ଜୀବନ ବଞ୍ଚାଇଦେଲା ସତ ହେଲେ ନିଜ ଜୀବନ ହାରିଦେଲା । ବ୍ଲାକିକୁ ହରାଇ ଏବେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।

Share this story