ସେଣ୍ଟ୍ରିଂ ଖୋଲିବା ବେଳେ ହଠାତ୍ ଖସିପଡିଲା ଛାତ, ଘଟଣା ସ୍ଥଳରେ ହିଁ ଜଣେ ଶ୍ରମିକ ମୃତ, ୪ ଆହତ
 

One Dies 4 Injured As Roof Centering Collapses In Ganjam
ଛାତ ସେଣ୍ଟ୍ରିଂ ଖସି ଜଣେ ମୃତ, ୪ ଆହତ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସୋରଳ ଗ୍ରାମର ଏକ ନିର୍ମାଣଧିନ ଘରର ଛାତ ସେଣ୍ଟ୍ରିଂ ଖସି ୪ଶ୍ରମିକ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ହେଲେ ସୋରଳ ଗ୍ରାମର ଦେବରାଜ ଜାନି। ଏହି ଘଟଣାରେ ଆହତ ଶ୍ରମିକମାନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି।

ଆଧିକ ପଢନ୍ତୁ : ଦମ୍ପତିଙ୍କ ଭିତରେ ଏତିକି ବୟସ ପାର୍ଥକ୍ୟ ରହିବା ଉଚିତ୍..ନଚେତ ବୈବାହିକ ଜୀବନରେ ଦେଖାଦେବ ଅଶାନ୍ତି!

ସୂଚନାଯୋଗ୍ୟ ସୋରଳ ଗ୍ରାମ ନରସିଂହ ନଗରରେ ଥିବା ଜଣେ ବ୍ୟକ୍ତିଙ୍କ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଗତ ୩ସପ୍ତାହ ପୂର୍ବେ ଘରର ଛାତ ପଡ଼ିଥିଲା। ଉକ୍ତ ଛାତ ସେଟିରିଂ ଖୋଲିବା ନିମନ୍ତେ ମଙ୍ଗଳବାର ୫ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। ଶ୍ରମିକମାନେ ସେଟିରିଂ ଖୋଲିବା ବେଳେ ହଠାତ୍ ଛାତର କିଛି ଅଂଶ ଖସି ଯାଇଥିଲା। ଫଳରେ ଦେବରାଜ ଜାନିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। 

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ

ଏହି ଘଟଣାରେ ଆହତ କଇଠ ଗ୍ରାମର ଭରତ ବେହେରା, ସୁକାନ୍ତ ବେହେରା, କମଳକାନ୍ତ ବେହେରା ଓ ସୋରଳ ଗ୍ରାମର ନରସିଂହ ବେହେରାଙ୍କୁ ଏମକେସିଜି ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ସୁକାନ୍ତ ବେହେରାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି। ଅନ୍ୟ ୩ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଥିବା ବେଳେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!
 

Share this story