ପିକନିକ୍‌ ଭୋଜି ହେଲା କାଳ! ଫେରିଲା ବେଳେ ଅଧ ବାଟରୁ ଜଣକୁ ନେଇଗଲା ଯମ 
 

One Dead 5 Injured In Road Accident In daspalla Nayagarh
ପିକନିକ୍‌ ଭୋଜି ହେଲା କାଳ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ସାଙ୍ଗମାନେ ମିଶି କନ୍ଧମାଳର ଦାରିଙ୍ଗବାଡି ପିକନିକ୍‌ ଯାଇଥିଲେ। ସେଠି ବୁଲାବୁଲି ସହ ଭୋଜି ଭାତ କରି ମଜାମସ୍ତିରେ ଘରକୁ ଫେରୁଥିଲେ। ହେଲେ ଅଧାବାଟରେ ଜମ ଜଗି ରହିବା ଭଳି ଘଟିଲା ଅଘଟଣ। ଘରୁକୁ ‍ଫେରିଲା ବେଳେ ଅଧ ବାଟରେ ଟ୍ରଲରକୁ ଭ୍ୟାନ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରଲରକୁ ପଛରୁ ଧକ୍କା ଦେଇଛି ଭ୍ୟାନ୍‌ । ଫଳରେ ଦୁର୍ଘଟଣାରେ ଦୁଇ ଗାଡ଼ି ମଝିରେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । 

ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍‌, ନଚେତ୍‌...

ଘଟଣା ସ୍ଥଳରେ ଦଶପଲ୍ଲା ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିବାବେଳେ ଜଣକୁ ନୟାଗଡ଼ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଦାରିଙ୍ଗିବାଡିରୁ ପିକନିକ୍‌ ସାରି ଏକ ଭ୍ୟାନରେ ଅଠଗଡ଼ ନିଜ ଘରକୁ ଫେରୁଥିଲେ। ଟାକେରା ଛକ ନିକଟରେ ଏକ ଟ୍ରଲର ରାସ୍ତାଗଡ଼ରେ ଠିଆ ହୋଇଥିଲା। ଆଜି ରାତି ୫ ଟା ସମୟରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା। ଏଥିରେ ଜଣେ ମୃତ ଓ ୫ ଜଣ ଗୁରୁତର ହୋଇଛନ୍ତି। 

ଅଧିକ ପଢନ୍ତୁ :ବିବାହିତ ପୁରୁଷ ମହିଳା ପ୍ରତି କାହିଁକି ଆକର୍ଷିତ ହୁଅନ୍ତି? ଜାଣନ୍ତୁ କଣ କହୁଛି ଚାଣକ୍ୟ ନୀତି ?

ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଗାଡ଼ି ମଝିରେ ରହିଥିବା ଯୁବକଙ୍କୁ କଟର ସହାଯ୍ୟରେ କଟା ଯାଇ ବାହାର କରାଯାଇଥିଲା। ଉକ୍ତ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କ ତ୍ରିଲୋଚନ ରାଉତ ହୋଇଥିବା ବେଳେ ଘର ଆଠଗଡ଼ ଅଞ୍ଚଳର ବୋଲି ଜଣାଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌
 

Share this story