ଭୟଙ୍କର ଦୁର୍ଘଟଣା, ହାଇୱାକୁ ଧକ୍କା ଦେଲା ବସ୍, ଜଣେ ମୃତ, ୧୦ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର

One Dead 10 Injured as Bus Hits parked Truck In Odishas Jajpur
ଭୟଙ୍କର ଦୁର୍ଘଟଣା

ଓଡ଼ିଆ ଗସିପ୍ ବ୍ୟୁରୋ: ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ଜିଲ୍ଲା ବଡ଼ଚଣା କଡେଇଛକ ନିକଟରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ହୋଇଛନ୍ତି।

ଅଧିକ ପଢନ୍ତୁ : ଡାଇସେଟିସ୍ ରୋଗୀ ସାବଧାନ! ରାତିରେ ଖାଆନ୍ତୁ ନାହିଁ ଏହି ୪ଟି ଖାଦ୍ୟ, ଅନକଣ୍ଚ୍ରୋଲ ହୋଇଯିବ ସୁଗାର ଲେବଲ

ସୂଚନା ମୁତାବକ ବାରିପଦାରୁ ୫୦ରୁ ଉର୍ଦ୍ଧ ଯାତ୍ରୀ ନେଇ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସ ଆଜି ଭୋର ୪ ଟା ସମୟରେ ଆଗରେ ଯାଉଥିବା ଏକ ହାଇୱା ଗାଡିର ପଛେ ପଟେ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

ଅଧିକ ପଢନ୍ତୁ : ଅତ୍ୟଧିକ ଖର୍ଚ୍ଚ କରି ଆର୍ଥିକ ସମସ୍ୟାରେ ପଡ଼ିବା ସହ ଏହି ରାଶି ଲୋକ ପାରିବାରିକ ସମସ୍ୟାର ଛନ୍ଦି ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ  

ଖବର ପାଇ ଚଣ୍ଡିଖୋଲ ଦମକଲ ବାହିନୀ ଓ ବଡ଼ଚଣା ପୁଲିସ ଘଟଣା ସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରି ବଡ଼ଚଣା ମେଡିକାଲ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭରର ମୃତଦେହକୁ ବଡ଼ଚଣା ଡାକ୍ତରଖାନରେ ରଖଯାଇଥିବା ବେଳେ ତାର ପରିଚୟ ମିଳିପାରିନାହିଁ।

ଅଧିକ ପଢନ୍ତୁ : ଘର ସାମ୍ନାରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ରାଜନୈତିକ ହିଂସାକୁ ନେଇ ହତ୍ୟା ଅଭିଯୋଗ
 

Share this story