ଘର ସାମ୍ନାରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ରାଜନୈତିକ ହିଂସାକୁ ନେଇ ହତ୍ୟା ଅଭିଯୋଗ
 

Former Sarpanch Found Dead Under Mysterious Circumstances in Odishas Angul
ପୂର୍ବତନ ସରପଞ୍ଚଙ୍କୁ ହତ୍ୟା!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଦେହୁରୀ ସାହି ଗ୍ରାମ ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି। ଜେରଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଗଡନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ଘର ସାମ୍ନାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। 

ଅଧିକ ପଢନ୍ତୁ : ଅତ୍ୟଧିକ ଖର୍ଚ୍ଚ କରି ଆର୍ଥିକ ସମସ୍ୟାରେ ପଡ଼ିବା ସହ ଏହି ରାଶି ଲୋକ ପାରିବାରିକ ସମସ୍ୟାର ଛନ୍ଦି ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ 

ରାଜନୈତିକ ହିଂସାକୁ ନେଇ ହତ୍ୟା ଅଭିଯୋଗ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ପରିବାର ଲୋକଙ୍କ କହିବା ମୂତାବକ ସୋମବାର ବିଭୂତିଙ୍କର କିଛି ଲୋକଙ୍କ ସହ ଯୁକ୍ତିତର୍କ ହୋଇଥିଲା। 

ଯାହାକୁ ନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା। ଖବର ପାଇ ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ଅଧିକ ପଢନ୍ତୁ : ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିବା ସହ ଏହି ରାଶି ଲୋକଙ୍କ ଆର୍ଥିକ ସମସ୍ୟା ଦେଖା ଦେବ! ପଢନ୍ତୁ ଆଜିର ରାଶିଫଳ  
 

Share this story