ସମ୍ପର୍କରେ କଳଙ୍କର ଛିଟା, ଭଉଣୀକୁ ଗର୍ଭବତୀ କରିଥିଲା ଭାଇ, ରକ୍ଷାବନ୍ଧନରେ ହିଁ ହେଲା ୨୦ ବର୍ଷ ଜେଲ୍

On Raksha Bandhan Brother Sentenced To 20-Year Jail For Raping Sister
ଭଉଣୀକୁ ଗର୍ଭବତୀ କରିଥିଲା ଭାଇ, ରକ୍ଷାବନ୍ଧନରେ ହିଁ ହେଲା ୨୦ ବର୍ଷ ଜେଲ୍

ଓଡ଼ିଆ ଗସିପ୍ ବ୍ୟୁରୋ:  ରକ୍ଷା ବନ୍ଧନରେ ଭଉଣୀକୁ ସୁରକ୍ଷା ଦେବା ପାଇଁ ପ୍ରତିଶୃତି ଦେଇଥାଏ ଭାଇ । କିନ୍ତୁ ମାଲକାନାଗିରି ଅଞ୍ଚଳରୁ ଏହାର ସମ୍ପୂର୍ଣ୍ଣ ବୀପରୀତ ଖବର ଏବେ ସାମନାକୁ ଆସିଛି । ସୁରକ୍ଷା ଦେବା ବଦଳରେ ଭଉଣୀର ଜୀବନ ନଷ୍ଟ କରି ଦେଇଛି ଅବିବେକୀ ଭାଇ । 

ଭଉଣୀକୁ ଦୁଷ୍କର୍ମ କରିବା ସହ ଗର୍ଭବତୀ କରିବା ଅଭିଯୋଗରେ ଉଚ୍ଚ ନ୍ୟାୟାଳୟ ଯୁବକକୁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ରକ୍ଷାବନ୍ଧନରେ ଅଭିଯୁକ୍ତକୁ ୨୦ ବର୍ଷର ଜେଲ୍ ପଠାଇଛନ୍ତି ହାଇକୋର୍ଟ ।

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ସୂଚନା ଅନୁସାରେ, ମାଲକାନାଗିରି ଜିଲ୍ଲାରେ ୧୪ବର୍ଷର ନାବାଳିକା ଭଉଣୀକୁ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗ ଆସିଛି ନିଜ ଭାଇ ଉପରେ । ଯାହାକୁ ନେଇ ମାମଲା ଏବେ ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି । ରକ୍ଷା ବନ୍ଧନ ଭଳି ଦିନରେ ପୀଡିତା ଭଉଣୀକୁ ଉଚିତ୍ ନ୍ୟାୟ ଦେଇଛନ୍ତି ମାନ୍ୟବର ହାଇକୋର୍ଟ ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ଅଭିଯୁକ୍ତର ଆବେଦନକୁ ଖାରଜ କରି ବିଚାରପତି ଏସ.କେ ସାହୁ ଅଭିଯୁକ୍ତ ଭାଇ ଉପରେ ୪୦,୦୦୦ ଟଙ୍କା ଜରିମାନା ଲାଗୁ କରିଛନ୍ତି । ଏହାସହିତ ଏଭଳି ଏକ ସଙ୍ଗୀନ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟର ବିଚାରପତି । 

ଏହି ମାମଲାର ଶୁଣାଣୀ ସମୟରେ ବିଚାରପତି ସାହୁ କହିଛନ୍ତି ଯେ, ଏଭଳି ଏକ ପବିତ୍ର ଦିନରେ ଭାଇ-ଭଉଣୀଙ୍କ ସମ୍ପର୍କକୁ ନେଇ ଏଭଳି ମାମଲାରେ ରାୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ବିଡ଼ମ୍ବନାର ବିଷୟ । ରକ୍ଷା ବନ୍ଧନ ଭଳି ଦିନରେ ଭାଇ ନିଜ ଭଉଣୀର ସୁରକ୍ଷା କରିବା ସହ ଶେଷ ପର୍ଯ୍ୟନ୍ତ ତା’ର ଲାଳନପାଳନ କରିବା ପାଇଁ ପ୍ରତିଶୃତି ଦେଇଥାଏ । କିନ୍ତୁ ଏହି କେସରେ ମାମଲା ସମ୍ପୂର୍ଣ୍ଣ ଅଲଗା ।

ଅଧିକ ପଢ଼ନ୍ତୁ: ମଉଳି ଯିବ କି ଧର୍ମେନ୍ଦ୍ର ପ୍ରଧାନଙ୍କ ସିଏମ୍ ହେବାର ସ୍ୱପ୍ନ ? ପାରିବ ତ ବିଜେପି ନିଜ କଥା ରଖି?

ସୂଚନା ଅନୁସାରେ, ୨୦୧୮ରୁ ୨୦୧୯ ମଧ୍ୟରେ ନାବାଳିକା ଭଉଣୀଙ୍କୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ପୂର୍ବରୁ ମାଲକାନାଗିରି ସ୍ପେଶାଲ ଜଜ୍ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ସାରିଥିଲେ । ଏହାବ୍ୟତୀତ ଏହି ଘଟଣା ବାହାରେ ପ୍ରଘଟ ନ କରିବା ପାଇଁ ପୀଡ଼ିତାଙ୍କୁ ଧମକାଇବା ଅଭିଯୋଗରେ ମଧ୍ୟ ଗତ ୨୦୨୦ ଜାନୁୟାରୀ ମାସରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ଭାବରେ ଘୋଷଣା କରିଥିଲେ । ବର୍ତ୍ତମାନ ରକ୍ଷା ବନ୍ଧନ ପରି ଦିନରେ ଜଣେ ବେସାହାରା ଭଉଣୀକୁ ନ୍ୟାୟ ମିଳିବା ସହ ରାକ୍ଷସ ଭାଇ ହାତରୁ ମୁକ୍ତି ମିଳିଛି ।
 

Share this story