ଆସିଲାନି ଆମ୍ବୁଲାନ୍ସ କି ଜନନୀ ଏକ୍ସପ୍ରେସ, ଟ୍ରଲିରେ ପ୍ରସବ କଲେ ଗର୍ଭବତୀ ମହିଳା

Odisha woman delivers baby on trolley rickshaw
ଆସିଲାନି ଆମ୍ବୁଲାନ୍ସ କି ଜନନୀ ଏକ୍ସପ୍ରେସ, ଟ୍ରଲିରେ ପ୍ରସବ କଲେ ଗର୍ଭବତୀ ମହିଳା

ଓଡ଼ିଆ ଗସିପ୍ ବ୍ୟୁରୋ: ଥମୁନି ଜନନୀ ଯନ୍ତ୍ରଣା। ଆସିଲାନି ଆମ୍ବୁଲାନ୍ସ, କି ଜନନୀ ଏକ୍ସପ୍ରେସ ।  ଟ୍ରଲିରେ ପ୍ରସବ କଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ନୀଳଗିରି ସହରରେ।

ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...

ସୂଚନା ମୁତାବକ ନୀଳିଗିରି ବ୍ଲକ ସଜନାଗଡ଼ ପଞ୍ଚାୟତ ଡାହିସାହି ଗାଁର ହେମନ୍ତ କୁଅଁରଙ୍କ ସ୍ତ୍ରୀ ଦଶ ମାସର ଗର୍ଭବତୀ ଥିଲେ। ରାତି ପ୍ରାୟ ୮ଟାରେ ପ୍ରସବ ଯନ୍ତ୍ରଣା ହେବାରୁ ଜନନୀ ଏକ୍ସପ୍ରେସ ଓ ୧୦୮ ଆମ୍ବୁଲାନସକୁ ଯୋଗାଯୋଗ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ହେଲେ ଘଣ୍ଟେ  ବିଳମ୍ବ ହେବାରୁ ପରିବାରଲୋକେ ଏକ ଟ୍ରଲିରେ ଗର୍ଭବତୀଙ୍କୁ ମେଡିକାଲ ଆଣୁଥିଲେ। ଅଧାବଟାରେ ଟ୍ରଲି ଉପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ମାଆ ଓ ଶିଶୁକୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଚିକିତ୍ସା ଜାରି ରହିଛି।

Share this story