ଲାଇବ୍ରେରିଆନ୍‌ଙ୍କଠୁ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା
 

Odisha Vigilance Nabs Kerang College principal While Taking Bribe
ଲାଞ୍ଚ ନେଇ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡିଛନ୍ତି କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। କଲେଜର ଲାଇବ୍ରେରିଆନ୍‌ଙ୍କଠୁ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନାଙ୍କୁ ଧରିଛି ଖୋର୍ଦ୍ଧା ଭିଜିଲାନ୍ସ ।

ମିଳିଥିବା ସୂଚନା ମୁତାବକ ସେହି କଲେଜର ସହକାରୀ ଲାଇବ୍ରେରିଆନ ଧିରଜ ବଡ଼ଜେନାଙ୍କ ଠାରୁ ଶୁକ୍ରବାର ଅପରାହ୍ନ ସାଢେ ୫ଟା ବେଳେ ବାସଭବନରେ ଲାଞ୍ଚ ନେଉଥିଲେ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। ଭିଜିଲାନ୍ସ ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଛି। ତାଙ୍କ ବାସଭବନ ସମେତ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଟିମ୍‌।

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

ଧିରଜଙ୍କ ପତ୍ନୀ ଦିପ୍ତିରାଣିଙ୍କ ଅଭିଯୋଗ କ୍ରମେ ଭିଜିଲାନ୍ସ ଜାଲ ବିଛାଇଥିଲା। ଶୁକ୍ରବାର ଅପରାହ୍ନ ସାଢେ ୫ଟା ବେଳେ ବିଦ୍ୟୁତପ୍ରଭା ଗୁରୁଜଙ୍ଗ ସ୍ଥିତ ବାସଭବନରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା ସହକାରୀ ଲାଇବ୍ରେରିଆନ ଧିରଜଙ୍କ ଏରିଅର ଟଙ୍କା ପାଇଁ ପ୍ରଥମେ ଏକ ଲକ୍ଷ ଟଙ୍କା ମାଗିଥିଲେ। 

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ପରବର୍ତ୍ତି ସମୟରେ ୮୦, ୭୦ ହଜାର ପରେ ୫୦ହଜାର ଟଙ୍କା ଦେବାଲାଗି ଛିଡିଥିଲା। ଖୋର୍ଦ୍ଧା ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ ମିଳିତ ଏହି ଚଢାଉ କରିଥିଲେ। ଭିଜିଲାନ୍ସ ଡିଏସପି ବ୍ରଜ କିଶୋର ଜେନାଙ୍କ ନେତୃତ୍ବରେ ଏହି ଚଢଉ ହୋଇଥିଲା।

ଅଧିକ ପଢନ୍ତୁ : ଗୁରୁଜନଙ୍କ ସ୍ବାସ୍ଥ୍ୟ ଓ ଖର୍ଚ୍ଚ ବୃଦ୍ଧି ପାଇଁ ଚିନ୍ତାରେ ରହିବା ସହ ବିବାହକୁ ନେଇ ଶୁଭ ସମାଚାର ମିଳିବ, ପଢନ୍ତୁ ରାଶିଫଳ 
 

Share this story