ଲଘୁଚାପ ଆଣିବ ବର୍ଷା, ଆଜି ରାଜ୍ୟର ଏହି ୯ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରାୟ ଦୁଇ ସପ୍ତାହ ଧରି ନିୟମିତ ବର୍ଷା ଅଭାବରୁ ରାଜ୍ୟରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଆସନ୍ନ ଲଘୁଚାପ ବର୍ଷାର ଆଶା ବଢ଼଼ାଇଛି। ଆସନ୍ତା ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।
ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୩ ତାରିଖରୁ ପାଗର ପରିବର୍ତ୍ତନ ଆସିବ। ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ହେତୁ ରାଜ୍ୟରେ ୩ ତାରିଖରୁ ବର୍ଷାର ବିସ୍ତୃତି ବଢ଼଼ିବ। ଆସନ୍ତା ୩ ଓ ୪ ତାରିଖରେ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି କେନ୍ଦ୍ର କହିଛି। ଯଦିଓ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ କି ନାହିଁ ସେନେଇ ପାଣିପାଗ କେନ୍ଦ୍ର ସ୍ପଷ୍ଟ କରି ନାହିଁ; ତଥାପି କିଛି ଘରୋଇ ସଂସ୍ଥା ଲଘୁଚାପ ହେବା ନେଇ ପୂର୍ବାନୁମାନ କରିଛନ୍ତି। ତେଣୁ କିଛି ଜିଲ୍ଲାରେ ଭଲ ବର୍ଷା ନେଇ ଆକଳନ କରାଯାଉଛି।
ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶୁକ୍ରବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସିହତ ବର୍ଷା ଆଶଙ୍କା ରହିଛି। ଶନିବାର କିଛି ଜିଲ୍ଲାରେ ବର୍ଷା ବଢ଼଼ିବା ସହିତ ରିବାରଠାରୁ ବର୍ଷାର ବିସ୍ତୃତି ସହିତ ଅଞ୍ଚଳୱାରୀ ମଧ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି।
ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ
ସେହିପରି ଗୁରୁବାର ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହେବା ସହିତ ଦ୍ୱିତୀୟ ସପ୍ତାହରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି।