ଫେବ୍ରୁଆରି ୧୬ରୁ ଯୁକ୍ତ ଦୁଇ ପରୀକ୍ଷା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଛି ସୂଚନା 
 

Odisha Plus 2 exam schedule 2024 published
ଫେବ୍ରୁଆରି ୧୬ରୁ ଯୁକ୍ତ ଦୁଇ ପରୀକ୍ଷା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। 

ଅଧିକ ପଢନ୍ତୁ :ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ସହିତ ଆୟୁର୍ବେଦରେ ‘ବେଲପତ୍ର’ର ମହତ୍ତ୍ବ କ’ଣ ? ଜାଣନ୍ତୁ ସଂକ୍ଷେପରେ...

କଳା, ବାଣିଜ୍ୟ ଓ ବିଜ୍ଞାନ ସମସ୍ତଙ୍କ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ। ପ୍ରଥମ ଦିନ ଅର୍ଥାତ ୧୬ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସାହିତ୍ୟ ପରୀକ୍ଷା ରହିଛି । ସେହିପରି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ୧୭ ତାରିଖରେ ସାହିତ୍ୟ ପରୀକ୍ଷା ରହିଛି। ୧୯ ତାରିଖରେ ସମସ୍ତ ବିଭାଗର ଇଂରାଜୀ ପରୀକ୍ଷା ରହିଛି।

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ମିଳିଥିବା ସୂଚନା ଆଧାରରେ ଚଳିତ ବର୍ଷ ବିଜ୍ଞାନରେ ପ୍ରାୟ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହା ସହ କଳାରେ ପ୍ରାୟ ୪ ଲକ୍ଷ ଓ ବାଣିଜ୍ୟରେ ପ୍ରାୟ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ସୂଚନା ରହିଛି।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !
 

Share this story