‘୫-ଟି’ ଉପକ୍ରମର କମାଲ, ବଡ଼ ବଡ଼ ରାଜ୍ୟକୁ ଆର୍ଥିକ ପରିଚାଳନାରେ ପଛରେ ପକାଇ ଓଡ଼ିଶା ନମ୍ବର ୱାନ୍
 

Odisha model top in the country according RBI report on financial management
ବିତ୍ତୀୟ ପରିଚାଳନାକୁ ନେଇ ରିଜର୍ଭ ବ୍ୟାଙ୍କ୍‌ର ରିପୋର୍ଟ

ଓଡ଼ିଆ ଗସିପ୍ ବ୍ୟୁରୋ:  ରାଜ୍ୟର ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ରିପୋର୍ଟରେ ବିତ୍ତୀୟ ପରିଚାଳନା, ଋଣ ହାର, ଅଣ ଟିକସ ରାଜସ୍ୱ ଆଦାୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଦେଶର ବଡ଼ବଡ଼ ରାଜ୍ୟକୁ ପଛରେ ପକାଇ ଶୀର୍ଷସ୍ଥାନ ଅଧିକାର କରିଛି। ବିଭିନ୍ନ ରାଜ୍ୟର ବଜେଟ ଆକଳନକୁ ନେଇ ଆର୍‌‌ବିଆଇ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଓଡ଼ିଶାର ସ୍ଥିତି ବେଶ୍‌‌ ପ୍ରଭାବଶାଳୀ ରହିଛି। 

ବିଶେଷକରି ଓଡ଼ିଶାର ଋଣଭାର ଦେଶରେ ସର୍ବନିମ୍ନ ରହିଥିବା ବେଳେ ନିଜସ୍ୱ ଅଣଟିକସ ରାଜସ୍ୱ ସଂଗ୍ରହରେ ମଧ୍ୟ ଓଡ଼ିଶା ଦେଶର ବହୁ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଶୀର୍ଷସ୍ଥାନ ଅଧିକାର କରିଛି।ଓଡ଼ିଶାର ଋଣଭାର ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଜିଏସ୍‌‌ଡିପି(ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ)ର ମାତ୍ର ୧୩.୯ ପ୍ରତିଶତ ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଯାହାକି ଦେଶରେ ସର୍ବନିମ୍ନ ରହିବା ସହ ଏଫ୍‌‌ଆରବିଏମ୍‌‌ ଅଧିନିୟମ ଅନୁଯାୟୀ ପୋଷଣୀୟ ବର୍ଗରେ ରହିଛି। 

ନିକଟରେ ଦେଶବ୍ୟାପୀ ସମସ୍ତ ରାଜ୍ୟର ବଜେଟକୁ ନେଇ ପ୍ରସ୍ତୁତ ଏକ ରିପୋର୍ଟରେ ଓଡ଼ିଶା ସାରା ଦେଶରେ ସର୍ବାଧିକ ରାଜସ୍ୱ ବଳକା ରାଜ୍ୟ ଭାବେ ସୁନାମ ଅର୍ଜନ କରିଥିଲା। ଏତଦ୍‌‌ବ୍ୟତୀତ ରାଜ୍ୟରେ ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ, ଖଣି ରାଜସ୍ୱ, ଅବକାରୀ ରାଜସ୍ୱ ସଂଗ୍ରହରେ ମଧ୍ୟ ଚମକପ୍ରଦ ବୃଦ୍ଧି ଘଟିଥିବା ବେଳେ ଏହାର ଶୃଙ୍ଖଳିତ ପରିଚାଳନା ଆଜି ଓଡ଼ିଶାକୁ ଏକ ନୂଆ ପରିଚୟ ପ୍ରଦାନ କରିପାରିଛି। 

ସମୃଦ୍ଧ ଆର୍ଥିକ ସ୍ଥିତି କାରଣରୁ ଓଡ଼ିଶା ଏକାଧିକ ଜନମଙ୍ଗଳକାରୀ ଯୋଜନା ପ୍ରଣୟନ କରିପାରୁଥିବା ବେଳେ କ୍ରମାଗତ ୨ ବର୍ଷ ଧରି ଖୋଲା ବଜାରରୁ ଋଣ କରିନାହିଁ। ଓଡ଼ିଶାର ଏପରି ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ମଜେଲ ଅନ୍ୟ ରାଜ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ଅନୁକରଣୀୟ ଏବଂ ଉଦାହରଣ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ : ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

ଅଣଟିକସ ରାଜସ୍ୱ ଆଦାୟରେ ଓଡ଼ିଶା ପ୍ରଥମ

କେବଳ ଋଣ ପରିଚାଳନା ନୁହେଁ ବରଂ ରାଜସ୍ୱ ଆଦାୟରେ ୫-ଟି ଉପକ୍ରମର ଅନୁପାଳନ ରାଜ୍ୟକୁ ବେଶ୍‌‌ ସମୃଦ୍ଧ କରିଛି। ଆର୍‌‌ବିଆଇ ରିପୋର୍ଟ ଅନୁଯାୟୀ ୨୦୨୦-୨୧ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାର ନିଜସ୍ୱ ଅଣଟିକସ ରାଜସ୍ୱ ଆଦାୟ ଦେଶରେ ସର୍ବାଧିକ ରହିଛି। ରାଜ୍ୟରେ ଏହା ମୋଟ ରାଜସ୍ୱ ଆଦାୟର ପ୍ରାୟ ୨୭.୮ ପ୍ରତିଶତ। ଏହି ଅବଧିରେ ଆନ୍ଧ୍ର ପ୍ରଦେଶର ଅଣଟିକସ ରାଜସ୍ୱ ପରିମାଣ ମୋଟ ରାଜସ୍ୱ ଆଦାୟର ମାତ୍ର ୪% ହୋଇଥିବା ବେଳେ ବିହାରରେ ୩.୫%, ଗୁଜୁରାଟରେ ୮.୮%, କର୍ଣ୍ଣାଟକରେ ୫.୬% ପ୍ରତିଶତ ରହିଛି। 

କେବଳ ଏହି ଅବଧି ନୁହେଁ, ୨୦୦୩-୦୪ରୁ ୨୦୦୮-୦୯ ଏବଂ ୨୦୦୯-୧୦ରୁ ୨୦୧୯-୨୦ ମୋଟ ଦୁଇଟି ଅବଧିରେ ମଧ୍ୟ ଓଡ଼ିଶା ଅଣଟିକସ ରାଜସ୍ୱ ଆଦାୟରେ ପ୍ରଭାବଶାଳୀ ଅଭିବୃଦ୍ଧି ହାସଲ କରିଥିଲା। ୨୦୦୩-୦୪ରୁ ୨୦୦୮-୦୯ ଯାଏଁ ରାଜ୍ୟରେ ଅଣଟିକସ ରାଜସ୍ୱର ପରିମାଣ ମୋଟ ରାଜସ୍ୱର ୧୨.୨ % ଥିବାବେଳେ ୨୦୦୯-୧୦ରୁ ୨୦୧୯-୨୦ ଅବଧି ମଧ୍ୟରେ ଏହା ୧୪ % କୁ ବୃଦ୍ଧି ପାଇଥିଲା।

ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ଓଡ଼ିଶାର ଋଣହାର ଦେଶରେ ସବୁଠୁ କମ୍‌‌

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଋଣଭାର ଜିଏସ୍‌‌ଡିପିର ମାତ୍ର ୧୩.୯ ପ୍ରତିଶତ ରହିବ। ସମାନ ସମୟରେ ପଞ୍ଜାବରେ ଏହା ସର୍ବାଧିକ ୪୭.୬, ହିମାଚଳ ପ୍ରଦେଶରେ ୪୪.୨ ରହିବାକୁ ଥିବାବେଳେ ପଶ୍ଚିମବଙ୍ଗରେ ୩୮.୩, ବିହାରରେ ୩୭ ରାଜସ୍ଥାନରେ ଏହା ୩୫.୭, ଓ ଆନ୍ଧ୍ରପ୍ରଦେଶରେ ୩୩.୫ ପ୍ରତିଶତ ରହିବ। 

ଏଫଆର୍‌‌ବିଏମ ଅଧିନିୟମ ଅନୁଯାୟୀ ରାଜ୍ୟର ଋଣଭାର ଜିଏସଡିପିର ୨୫ ପ୍ରତିଶତ ଏବଂ ସୁଧ ଦେୟ ଏବଂ ରାଜସ୍ୱ ଆୟର ଅନୁପାତ(ଆଇପି/ଆରଆର)-୧୫ ପ୍ରତିଶତ ମଧ୍ୟରେ ରହିବା ଆବଶ୍ୟକ। ଆର୍‌‌ବିଆଇର ରିପୋର୍ଟ ଆସନ୍ତା ମାର୍ଚ୍ଚ ସୁଦ୍ଧା ସୁଦ୍ଧା ରାଜ୍ୟର ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ (ଜିଏସ୍‌‌ଡିପି)ର ୧୩.୯ ପ୍ରତିଶତ ରହିବାକୁ ଯାଉଛି।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !
 

Share this story