୩୩ କିମି ବୋହିଲେ ପତ୍ନୀଙ୍କ ଶବ; ନଥିଲା ଟଙ୍କା, ଯୋଗାଡ ହେଲାନି ଆମ୍ବୁଲାନ୍ସ; ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ କରୁଣ କାହାଣୀ

Odisha man carry his wifes dead body on his shoulder for 33 kilometers

ଓଡ଼ିଆ ଗସିପ ବ୍ୟୁରୋ: ପୁଣି କଳାହାଣ୍ଡି ଦାନମାଝୀ ଘଟଣା ଭଳି ଆଉ ଏକ ସମାନ ଘଟଣା ଘଟିଯାଇଛି । ଯାହା ସବୁ ଚରମ ସୀମା ଟପିଥିବା ଜଣାପଡିଛି କାହିଁକି ନା ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ଚାଲିଲେ ସ୍ୱାମୀ । ଗୋଟିଏ କି ଦୁଇ କିଲୋମିଟର ନୁହେଁ ପୁରା ୩୩ କିଲୋମିଟର ଚାଲିଲେ । ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଜଣେ ଓଡ଼ିଆ ଶ୍ରମିକଙ୍କ କରୁଣ କାହାଣୀ ।

ପାଖାପାଖି ୩୩ କିଲୋମିଟର ପତ୍ନୀଙ୍କ ମୃତଦେହ ଧରି ଚାଲିବା ପରେ ଏପରି ଏକ ଅଭାବନୀୟ ଦୃଶ୍ୟ ଆନ୍ଧ୍ର ପୋଲିସ ନଜରକୁ ଆସିଥିଲା । ଆଉ ଆନ୍ଧ୍ର ପୋଲିସ ମାନବିକତା ଦେଖାଇ ଆମ୍ବୁଲାନ୍ସରେ କୋରାପୁଟ ଜିଲ୍ଲାକୁ ପଠାଇବକୁ ବ୍ୟବସ୍ଥା କରିଥିଲା ।

ଅଧିକ ପଢ଼ନ୍ତୁ : ଡେମୋ ନାଁରେ ପୋଲିସକୁ ବୋକା ବନେଇଲା ଅଭିଯୁକ୍ତ ଗୋପାଳ ଦାସ, ପ୍ରକୃତ ହତ୍ୟାକାଣ୍ଡ ଘଟଣା ସହ ମେଳ ଖାଉନି ସିନ୍ ରିକ୍ରିଏସନର ଏକାଧିକ ଦୃଶ୍ୟ

କୋରାପୁଟ ପଟାଙ୍ଗି ଅଞ୍ଚଳର ଗୁରୁ ଓ ତାଙ୍କ ପତ୍ନୀ ବିଶାଖାପାଟଣାରେ ରହି ଶ୍ରମିକ ଭାବେ କାମ କରୁଥିଲେ । କିଛି ଦିନ ତଳେ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ସାଗରବାଲ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତଦେହ ଗାଁକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ ଗୁରୁ । ପତ୍ନୀଙ୍କ ଚିକିତ୍ସା ପାଇଁ ଅର୍ଥ ଖର୍ଚ୍ଚ କରି ସାରିଥିବାରୁ ପାଖରେ ଟଙ୍କା ନଥିଲା । ତେଣୁ ଆମ୍ବୁଲାନ୍ସ ଯୋଗାଡ ହୋଇପାରିନଥିଲା । ଗାଡି ଭଡା କରି ଆଣିବା ପାଇଁ ମଧ୍ୟ ପାଖରେ ଟଙ୍କା ନଥିଲା । ଡାକ୍ତରଖାନା ପକ୍ଷରୁ ମଧ୍ୟ ଗାଡି ଦେବା ପାଇଁ ବ୍ୟବସ୍ଥା କରାଗଲା ନାହିଁ ।

ଅଧିକ ପଢ଼ନ୍ତୁ : ଏୟାରପୋର୍ଟରେ ଖବରକାଗଜରେ ନିଜ ଫଟୋ ଦେଖି ହସି ଉଠିଲେ ଗୋପାଳ, ଏସବୁ ଦେଖି କିଛି ଏପରି ନିଷ୍ପତି ନେଲେ ମନୋସ୍ତତ୍ତ୍ୱବିତ୍

ସହାୟତା ପାଇଁ ବିଭିନ୍ନ ସ୍ଥାନରେ ବୁଲିଥିଲେ ଗୁରୁ । ହେଲେ ସହାୟତା ପାଇଁ କେହି ଆଗେଇ ଆସିନଥିଲେ । ନିରୁପାୟ ହୋଇ କାନ୍ଧରେ ବୋହି ନେଇଥିଲେ ପତ୍ନୀଙ୍କ ମୃତଦେହ । ଜାତୀୟ ରାଜପଥରେ ଚାଲି ଚାଲି ଯାଉଥିବା ବେଳେ ଅନେକ ଲୋକଙ୍କ ନଜରରେ ପଡ଼ିଥିଲା । ହେଲେ କେହି ସହାୟତାର ହାତ ବଢାଇନଥିଲେ ।

କିଛି ଲୋକ ସ୍ଥାନୀୟ ପୋଲିସକୁ ଖବର ଦେଖିଥିଲେ । ପୋଲିସ ପହଞ୍ଚି ତାଙ୍କୁ ପଚରାଉଚରା କରିବା ସହ ଆମ୍ବୁଲାନ୍ସରେ ମୃତଦେହ ନେବା ପାଇଁ ବ୍ୟବସ୍ଥା କରିଥିଲେ । ୨୦୧୬ ମସିହାରେ ପତ୍ନୀଙ୍କ ମୃତଦେହ ୧୦ କିଲୋମଟର କାନ୍ଧରେ ବୋହି ଚର୍ଚ୍ଚାକୁ ଆସିଥିଲେ କଳାହାଣ୍ଡିର ଦାନ ମାଝୀ । ଏବେ ପଟାଙ୍ଗିର ଗୁରୁ ପତ୍ନୀଙ୍କ ମୃତଦେହ ୩୩ କିଲୋମିଟର କାନ୍ଧରେ ବୋହି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

Share this story

World Odia Language Conferene