ଏୟାରପୋର୍ଟରେ ଖବରକାଗଜରେ ନିଜ ଫଟୋ ଦେଖି ହସି ଉଠିଲେ ଗୋପାଳ, ଏସବୁ ଦେଖି କିଛି ଏପରି ନିଷ୍ପତି ନେଲେ ମନୋସ୍ତତ୍ତ୍ୱବିତ୍

Odisha police surprise on ASI Gopal Das Laugh

ଓଡ଼ିଆ ଗସିପ ବ୍ୟୁରୋ: ଅହମ୍ମଦାବାଦ ଯିବାବେଳେ ଝାରୁସୁଗୁଡା ଏୟାରପୋର୍ଟରେ କଏଦ ହୋଇଛି ହତ୍ୟାକାରୀ ନବ ଦାସଙ୍କ ବା ହତ୍ୟା ଅଭିଯୁକ୍ତଙ୍କ ହସର ଚିତ୍ର । ଗୋପାଳ ଦାସ ଜୋରରେ ହସୁଥିବାର ଚିତ୍ର ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଖବରକାଗଜରେ ନିଜ ଫଟୋ ଦେଖି ଜୋରରେ ହସୁଛନ୍ତି ଗୋପାଳ । ଏ ହସ ଦେଖି ରହସ୍ୟ ଆହୁରି ବଢୁଛି ଓ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଗୋପାଳ ମୁହଁରେ ଅନୁତାପର ଚିତ୍ର ନାହିଁ, ଆତ୍ମବିଶ୍ୱାସର ସହ ଏୟାରୋପୋର୍ଟରେ ସୋଫାରେ ବସିଛନ୍ତି ଗୋପାଳ ।

ଅଧିକ ପଢ଼ନ୍ତୁ : ନବ ଦାସ ହତ୍ୟା ଘଟଣା: ବିଜେପି ନେତା ପ୍ରଦୀପ ପୁରୋହିତ ଆଣିଲେ ସାଂଘାତିକ ଅଭିଯୋଗ, କହିଲେ- 'ମୁଖ୍ୟମନ୍ତ୍ରୀ ପଦ ଆଶା ହିଁ ନବଙ୍କ ପାଇଁ କାଳ ହେଲା'; ପାଲଟା ଜବାବ ରଖିଲା ବିଜେଡି

ପାଖରେ କେହି ନାହାନ୍ତି, ଘରେ ବସି ଚାହା ପିଇଲା ଭଳି ସୋଫାରେ ବସି ହସୁଛନ୍ତି ଗୋପାଳ । ଏ ଦୃଶ୍ୟ ଦେଖିଲେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି ଯେ ଗୋପାଳ ଡ୍ରାମା କରୁଛନ୍ତି କି ।

ସିନ୍ ରିକ୍ରିଏସନ୍ ବେଳେ ମଧ୍ୟ ଗୋପାଳଙ୍କ ମୁହଁରେ ଅନୁସୋଚନା ନଥିଲା । ଗତକାଲି ଗୋପାଳଙ୍କର ରିମାଣ୍ଡ ଅବଧି ଆହୁରି ୫ ଦିନ ବଢାଇଛନ୍ତି ଝାରସୁଗୁଡା ଜେଏମଏଫସି କୋର୍ଟ ।

Share this story

World Odia Language Conferene