ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡିଶା ସରକାର ଓ ଜେ.ଏନ୍‌.ୟୁ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର
 

Odisha Govt Inks MoU for Establishment of Biju Patnaik Special Centre At JNU
JNUରେ ପ୍ରତିଷ୍ଠା ହେବ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର

ଓଡ଼ିଆ ଗସିପ୍ ବ୍ୟୁରୋ: ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ (ଜେ.ଏନ୍‌.ୟୁ) ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡିଶା ସରକାର ଓ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆ ଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । 

ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରଓ୍ୱାଲ ଏବଂ ଜେ.ଏନ୍‌.ୟୁର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି ।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

ଜେଏନୟୁରେ ଓଡ଼ିଆ ପାଠ୍ୟ ବିଷୟ ଅଧ୍ୟୟନ ପାଇଁ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ରାଜ୍ୟ ସରକାର ଏକକାଳୀନ ୧୦ କୋଟି ଟଙ୍କା ସହାୟତା ଦେବେ । ଏହି କେନ୍ଦ୍ର ଓଡ଼ିଆ ବିଷୟବସ୍ତୁ ଅଧ୍ୟୟନ ପାଇଁ ମାଷ୍ଟର ପ୍ରୋଗ୍ରାମ ଆରମ୍ଭ କରିବ । ଏହାଛଡା ଏହି କେନ୍ଦ୍ରରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବ ଓ ଶାସନ, ଜଗନ୍ନାଥ ସଂସ୍କୃତି ଓ ପ୍ରାଚୀନ ଓଡିଆ ସାହିତ୍ୟର ଗ୍ରନ୍ଥାବଳୀ ସମ୍ପର୍କିତ ଅଧ୍ୟୟନର ବ୍ୟବସ୍ଥା ରହିବ ।

ଅଧିକ ପଢନ୍ତୁ :ଶନି ଦେବଙ୍କ ରାଶି ପରିବର୍ତ୍ତନ ଫଳରେ ଏହି ଦୁଇଟି ରାଶି ହେବେ ଉପକୃତ ଓ ସମସ୍ତ କଷ୍ଟରୁ ପାଇବେ ମୁକ୍ତି! 

ଓଡିଆ ଭାଷାରେ ପ୍ରଗତିଶୀଳ ଗବେଷଣା ନିମନ୍ତେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଭାଗିତା ଓ ସହଯୋଗିତା , ଆମର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ତଥା ପ୍ରୋତ୍ସାହନ ନିମନ୍ତେ ଉଲ୍ଲେଖନୀୟ ଭିତ୍ତି ନିର୍ମାଣ ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦ୍ୟେଶ୍ୟ । 

ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ସମୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା , ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ , ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ :ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବା ସହ ଧାର କରଜ କରି କାମ ତୁଲାଇବେ! ପଢନ୍ତୁ ଆଜିର ରାଶିଫଳ  
 

Share this story