ଓଡିଶାରେ IAS ଅଧିକାରୀ ସ୍ତରରେ ଅଦଳବଦଳ, ରାଜ୍ୟ ସରକାର କାହାକୁ କେଉଁ ଦାୟିତ୍ୱ ଦେଲେ ଜାଣନ୍ତୁ... 
 

Odisha govt effects IAS reshuffle Know details
ଓଡିଶାରେ IAS ଅଧିକାରୀ ସ୍ତରରେ ଅଦଳବଦଳ
 

ଓଡ଼ିଆ ଗସିପ୍ ବ୍ୟୁରୋ:  ବରିଷ୍ଠ ପ୍ରଶାସନିକ ଅଧିକାରୀସ୍ତରରେ ରାଜ୍ୟ ସରକାର ଆଜି ଏକ ଛୋଟ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓଏସ୍‌‌ଡ଼ି ବିଷ୍ଣୁପଦ ସେଠୀଙ୍କୁ ସମାଜିକ ସୁରକ୍ଷା ବିଭାଗର ସଚିବ ଭାବେ ଅବସ୍ଥାପିତ କରିଛନ୍ତି। ଅନୁରୂପ ଭାବରେ ରାଜ୍ୟ ଯୋଜନା ଓ ସମନ୍ୱୟ ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଲ୍ୟାଣ୍ଡ ରେକର୍ଡସ୍‌‌ ଏବଂ ସେଟେଲମେଣ୍ଟ ସଚିବ ଭାବେ ନିଯୁକ୍ତି ମିଳିଛି।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପାନୀୟ ଜଳ ଓ ପରିମଳ ବିଭାଗ ଏବଂ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ବି.ପରମେଶ୍ୱରନଙ୍କୁ ଚକବନ୍ଦୀ କମିସନର ଭାବେ ଅବସ୍ଥାପିତ କରାଯାଇଛି।

ଅନୁରୂପ ଭାବେ ପଶୁପାଳନ ଓ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶକ ରାମାଶିଷ ହାଜରାଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି। ପୂର୍ବରୁ ମଧ୍ୟ ଶ୍ରୀ ହାଜରା ବୋର୍ଡ ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ଅପରପକ୍ଷରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜ୍ୟୋତିପ୍ରକାଶ ଦାସଙ୍କୁ ପଞ୍ଚାୟତିରାଜ ନିର୍ଦ୍ଦେଶକ ରୂପେ ନିଯୁକ୍ତି ଦିଆଯାଇଛି। ଶ୍ରୀ ଦାସ ନିଜ ଦାୟିତ୍ୱ ସହିତ ରେଜିଷ୍ଟ୍ରେସନ ଓ ରାଜସ୍ୱ ଅଧିକାରୀଙ୍କ ତାଲିମ ପ୍ରତିଷ୍ଠାନ(ରୋଟି)ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। 

ସେହି ଭଳି ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। 

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ଅନୁସୂଚୀତ ଜନଜାତି ବିଭାଗର ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଅନୁସୂଚୀତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଅନୁସୂଚୀତ ଜନଜାତି ବିଭାଗର ନିର୍ଦ୍ଦେଶକ ଭାବରେ ଅବସ୍ଥାପିତ କରାଯାଇଛି। ଏହାବ୍ୟତୀତ ରାଜସ୍ୱ ପର୍ଷଦର ଅର୍ଥନୈତିକ ପରାମର୍ଶଦାତା ସୁବ୍ରତ ଶତପଥୀଙ୍କୁ ଅତିରିକ୍ତ ଭାବରେ ଆଇଜି ରେଜିଷ୍ଟ୍ରେସନ ଦାୟିତ୍ୱ ପ୍ରଦାନ କରାଯାଇଛି।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 
 

Share this story