ବି. ରାଧିକା ହେଲେ ପୁଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷା, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ 
 

Odisha Effects Major IPS Reshuffle
ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଓଡ଼ିଆ ଗସିପ୍ ବ୍ୟୁରୋ: ଆଇପିଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ପୁଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷା ହୋଇଛନ୍ତି କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିବା ୧୯୮୯ ବ୍ୟାଚର ଆଇପିଏସ୍‌ ବି. ରାଧିକା। ଏଥି ସହିତ ସେ SFSLର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !

ସେହିପରି କେନ୍ଦ୍ରାଞ୍ଚଳ ଆଇଜି ଥିବା ୨୦୦୪ ବ୍ୟାଚର ଆଇପିଏସ୍‌ ଆଶିଷ ସିଂଙ୍କୁ OPHWCର CEO ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏଥି ସହିତ ୨୦୦୧ ବ୍ୟାଚର ଆଇପିଏସ୍‌ ଏସ୍‌. ସାଇନିଙ୍କୁ CAW &CWର ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ
 

Share this story