ଓଡିଶା ହସ୍ପିଟାଲରେ ଡାକ୍ତରଙ୍କ ଗଲୁଆ କାମ, ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

odisha doctor molested young girl in the pretext of health check up

ଓଡ଼ିଆ ଗସିପ୍ ବ୍ୟୁରୋ: ହଷ୍ଟେଲ ଛାତ୍ରୀଙ୍କୁ ପିଆରଏମ୍ ହସ୍ପିଟାଲରେ ଅସଦାଚରଣ ଅଭିଯୋଗ । ସ୍ଥାନୀୟ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲର ଶିଶୁ ବିଭାଗରେ କାର୍ଯ୍ୟରତ ଡାକ୍ତର ଜଣେ ନାବାଳିକା ହଷ୍ଟେଲ ଛାତ୍ରୀକୁ ଚିକିତ୍ସା ସମୟରେ ଅସଦାଚରଣ କରିବା ଅଭିଯୋଗକୁ ନେଇ ସୋମବାର ରାତିରେ ଉତ୍ତେଜନା ଦେଖା ଦେଇଥିଲା ।

ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମାମଲାରେ ସମ୍ପୃକ୍ତି ଥିବା ଡାକ୍ତରଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି । ଆଜି ପୀଡିତ ନାବାଳିକା ଓ ତାଙ୍କ ପରିବାରକୁ ଥାନାକୁ ଡାକି ବୟାନ ରେକର୍ଡ କରିବା ସହ ଏସସି-ଏସଟି ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ପ୍ରେମ ବିବାହ ପରେ ନିଜ ସ୍ୱାମୀଠାରୁ ଧୋକ୍କା ପାଇବାରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା, ଅନ୍ୟ ମହିଳାଙ୍କୁ ନେଇ ସ୍ୱାମୀ ଚମ୍ପଟ...

ସୂଚନା ଅନୁସାରେ, ଆଦିବାସୀ ହଷ୍ଟେଲର ଜନୈକା ନାବାଳିକା ଛାତ୍ରୀଙ୍କ ପେଟ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଶିଶୁ ବିଭାଗରେ କାର୍ଯ୍ୟରତ ଥିବା ଡାକ୍ତର ସୌରଭ ଉପାଧ୍ୟାୟ ଉକ୍ତ ନାବାଳିକା ଛାତ୍ରୀକୁ ସ୍ବାସ୍ଥ୍ୟ ଯାଞ୍ଚ ଆଳରେ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ ବାହାରକୁ ଆସି ଅଭିଯୋଗ କରିଥିଲେ ।

ଏହାକୁ ନେଇ ଛାତ୍ରୀର ପରିବାର ଲୋକ ଓ ହଷ୍ଟେଲ କର୍ତ୍ତୃପକ୍ଷ ଡାକ୍ତରଙ୍କୁ ତାଙ୍କ ଚାମ୍ବରରେ ଅଟକ ରଖିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ଡାକ୍ତର ଜଣକ ମଦ୍ୟପାନ କରି ହସ୍ପିଟାଲ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଛାତ୍ରୀକୁ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ପ୍ରେମିକା ଆଉ କାହାର ହେଇଯିବାରୁ ନିଜକୁ ଗୁଳି କରି ମାରି ଦେଲା ପ୍ରେମିକ, ଘଟଣା ପୁରା ଦୁଃଖ ଦାୟକ...

ଉତ୍ତେଜନା ପ୍ରକାଶ ପାଇବା ପରେ ଡାକ୍ତରଖାନାରେ ଟାଉନ ଥାନା ପୁଲିସ ପହଞ୍ଚି ବୁଝାସୁଝା କରିଥିଲା। ଅନ୍ୟପଟେ କାର୍ଯ୍ୟରତ ଡାକ୍ତର ସୌରଭ ଉପାଧ୍ୟାୟ ଏ ଘଟଣାକୁ ଖଣ୍ଡନ କରିଛନ୍ତି ।

ସେ ନାବାଳିକା ପ୍ରତି କୌଣସି ପ୍ରକାର ଅସଦାଚରଣ କରି ନାହାନ୍ତି । କେବଳ ଚିକିତ୍ସା ପାଇଁ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିଲେ ବୋଲି କହିଛନ୍ତି । ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Share this story