ପ୍ରେମିକା ଆଉ କାହାର ହେଇଯିବାରୁ ନିଜକୁ ଗୁଳି କରି ମାରି ଦେଲା ପ୍ରେମିକ, ଘଟଣା ପୁରା ଦୁଃଖ ଦାୟକ...

minor shot dead himself after her lover got married to another guy

ଓଡ଼ିଆ ଗସିପ୍ ବ୍ୟୁରୋ: ବାହା ହୋଇଗଲା ପ୍ରେମିକା । ତେଣୁ ଏହି ଅସହ୍ୟ ବିଚ୍ଛେଦ ସହି ନ ପାରି ନିଜକୁ ନିଜେ ଗୁଳି ମାରି ଜୀବନ ହାରିଲା ଜଣେ ନାବାଳକ । ହଁ ଆଜ୍ଞା ଏମିତି ଏକ ଘଟଣା ଏବେ ରାଜସ୍ଥାନରେ ଘଟିଯାଇଛି । ପଡିସା ଲୋକେ ଦୁଃଖ ପ୍ରକାଶ କରିବା ସହ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

ପ୍ରେମିକା ଆଉ ଜଣଙ୍କ ହାତ ଧରି ଶାଶୂଘର ଚାଲିଯିବା ପରେ ଆତ୍ମହତ୍ୟା କଲେ ନାବାଳକ । ରାଜସ୍ଥାନର ଭିଲୱାଡ଼ା ଜିଲ୍ଲାରେ ପ୍ରେମ ପାଇଁ ହୃଦୟ ଭାଙ୍ଗିଯିବାରୁ ଜଣେ ନାବାଳକ ଜୀବନ ହାରିଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ ତାଙ୍କର ଗର୍ଲଫ୍ରେଣ୍ଡ ଅନ୍ୟ ଜଣଙ୍କୁ ବିବାହ କରିଥିବା ଜଣାପଡ଼ିଛି । ଶୁକ୍ରବାର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି ।

ପ୍ରେମରେ ଜୀବନ ହାରିଥିବା ନାବଳାକ ଜଣକ ହେଲେ ୟଶ ବ୍ୟାସ( ୧୭ ବର୍ଷ) । ସେ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗୋଟିଏ ସ୍କୁଲରେ ପାଠ ପଢ଼ୁଥିଲେ, ଆଉ ପରସ୍ପରକୁ ଭଲ ପାଉଥିଲେ । ହେଲେ କିଛି ଦିନ ପୂର୍ବରୁ ତାଙ୍କର ପ୍ରେମିକାଙ୍କର ଅନ୍ୟତ୍ର ବିବାହ ହୋଇଯାଇଛି । ଆଉ ତା’ ପର ଠାରୁ ସେ ଭାଙ୍ଗି ପଡ଼ିଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ପ୍ରେମ ବିବାହ ପରେ ନିଜ ସ୍ୱାମୀଠାରୁ ଧୋକ୍କା ପାଇବାରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା, ଅନ୍ୟ ମହିଳାଙ୍କୁ ନେଇ ସ୍ୱାମୀ ଚମ୍ପଟ...

କାହା ସହିତ କଥାବାର୍ତ୍ତା କରୁନଥିଲେ କି ବାହାରକୁ ଯାଉନଥିଲେ । ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବା ପୂର୍ବରୁ ସେ ନିଜିର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଷ୍ଟାଟସ୍ ସେୟାର କରିଥିଲେ । ପ୍ରେମିକାଙ୍କ ବିବାହ ପରେ ସେ ଅନୁଭବ କରୁଥିବା ବେଦନାକୁ ପୋଷ୍ଟ ମାଧ୍ୟମରେ ଜଣାଇଥିଲେ ।

ଆଉ ତା’ପରେ ନିଜ ମୁଣ୍ଡକୁ ଗୁଳିମାରି ଆତ୍ମହତ୍ୟା କରିଥିଲେ । ଏହି ଘଟଣା ପରେ କିଛି ପିଲା ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଶୁକ୍ରବାର ରାତିରେ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ୧୪ ବର୍ଷରୁ ଯଦି ଲିଙ୍ଗ ଉପରେ ନିୟନ୍ତ୍ରଣ ନ ରହିଲେ କଣ କରିବେ? ରିସର୍ଚ୍ଚ ରୁ ଆସିଲା ଏହି ରୋମାଞ୍ଚକର ତଥ୍ୟ...

ଭିଲୱାଡା ସହରର ସର୍କଲ ଅଫିସର ନରେନ୍ଦ୍ର ଡେମା କହିଛନ୍ତି, କିଛି ପିଲା ଯଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଉଦୟପୁରକୁ ରେଫର୍‌ କରାଯାଇଥିଲା, ଯେଉଁଠାରେ ଶୁକ୍ରବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ପୋଷ୍ଟମର୍ଟମ ପରେ ୟଶଙ୍କ ମୃତଦେହ ପରିବାର ଲୋକକୁ ହସ୍ତାନ୍ତର କରାଯାଇଥିବା ସେ କହିଛନ୍ତି । ଏହି ଘଟଣାର ଅନୁସନ୍ଧାନ କରୁଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ନାବାଳକ ଜଣ ନିଜକୁ ଗୁଳି ଚଳାଇଛନ୍ତି । ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ ।

Share this story