ପ୍ରେମ ବିବାହ ପରେ ନିଜ ସ୍ୱାମୀଠାରୁ ଧୋକ୍କା ପାଇବାରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା, ଅନ୍ୟ ମହିଳାଙ୍କୁ ନେଇ ସ୍ୱାମୀ ଚମ୍ପଟ...

husband having illicit relationship with other woman

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲିର ସମାଜରେ ପରକ୍ରିୟା ପ୍ରୀତି ଏକ ସାଧାରଣ କଥା ହୋଇଗଲାଣି । ସ୍ୱାର୍ଥ ହାସଲ କରିବା ପାଇଁ ନିଜ ସାଥିକୁ ଧୋକା ଦେବାକୁ ଜମାରୁ ପଛାଉନାହାନ୍ତି ଲୋକେ । ଏପରି କାର୍ଯ୍ୟ କରିବା ଆଗରୁ ଲୋକମାନେ ଥରେ ମଧ୍ୟ ନିଜ ସାଥୀ କଥା ଭାବୁ ନାହାନ୍ତି । ସମତେ ଲାଳସାର ବାସ୍ନାରେ ବୁଡି ଅଛନ୍ତି ଆଉ ରାତ ଗେଇ ତ ବାତ ଗେଇ ପ୍ରଥା ଆପଣାଇଛନ୍ତି ।

ତେବେ ଏହିପରି ଏକ ପରକ୍ରିୟା ପ୍ରୀତି ଘଟଣା ଭୁବନେଶ୍ୱରରେ ଘଟିଛି ଯାହାକୁ ଜାଣିଲେ ଆପଣ ଛି କରିବେ । ବିବାହର 4 ବର୍ଷ ପରେ ମହିଳା ଜଣକ ପାଇଛନ୍ତି ଧୋକ୍କା ।

ସ୍ୱାମୀ ଜଣକ ଲୁଚି ଲୁଚି କରୁଥିଲେ ଆଉ ଜଣେ ମହିଳାଙ୍କୁ ପ୍ରେମ । ତେବେ ସ୍ୱାମୀଙ୍କର ଏବେ 9 ମାସର ଏକ ପିଲା ଥାଇ ମଧ୍ୟ କରିଛନ୍ତି ଏପରି ଲଜ୍ଜାଜନକ କାମ ଚୋରା ପୀରତି । ପିଡିତା ମହିଳାଙ୍କ ନାମ ମଞ୍ଜୁଲତା ଭୂୟାଁ ।

ତେବେ ଖବର ଅନୁସାରେ ମଞ୍ଜୁଲତା ଭୂୟାଁ ନାମକ ଜଣେ ମହିଳା 2016 ରେ ଜଣେ ଯୁବକଙ୍କୁ ପ୍ରେମ କରିଥିଲେ । ଏହାସହ ଉଭୟ 2018 ରେ ବିବାହ ମଧ୍ୟ କରିଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ୧୪ ବର୍ଷରୁ ଯଦି ଲିଙ୍ଗ ଉପରେ ନିୟନ୍ତ୍ରଣ ନ ରହିଲେ ଆପଣ କଣ କରିବେ? ଏବେ ହିଁ ଜାଣି ନିଅନ୍ତୁ ନହେଲେ ପଚତେଇବେ...

ବିବାହ ପରେ ସବୁକିଛି ଠିକ ଠାକ ଚାଲିଥିଲା । କିନ୍ତୁ ଏହାପରେ ଧୀରେ ଧୀରେ ଦେଖା ଦେଲା ସ୍ୱାମୀଙ୍କ ବ୍ୟବହାରରେ ପରିବର୍ତନ । ସ୍ୱାମୀ ଜଣକ ପ୍ରାୟ ସମୟ ଘରେ ରହୁ ନଥିଲେ । କିଛି କହିବା ମାତ୍ରେ ପ୍ରତି କଥାରେ ବିରକ୍ତି ଭାବ ଦେଖାଉଥିଲେ ।

ସ୍ତ୍ରୀର କୌଣସି କଥା ଶୁଣୁନଥିଲେ । ଏହାପରେ ମଞ୍ଜୁଲତା ଧୀରେ ଧୀରେ ନିଜ ସ୍ୱାମୀଙ୍କୁ ସ-ନ୍ଦେହ କରିବା ଆରମ୍ଭ କଲେ । ଏହାସହ ସେ ନିଜ ସ୍ୱାମୀଙ୍କର ମୋବାଇଲ ମଧ୍ୟ ଚେକ କରିଥିଲେ । ମୋବାଇଲ ଚେକ କରିବା ସମୟରେ ସେ ଦେଖିଲେ ଯେ ପୁଷ୍ପଲତା ଜେନା ନାମକ ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀ କଥା ହେଉଛନ୍ତି । ପୁଷ୍ପଲତାଙ୍କର ବୟସ 45 ବର୍ଷ ଅଟେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ବୈବାହିକ ଜୀବନରେ ଦେଖାଯାଉଥିବା ତିକ୍ତତା ଦୂର ହୋଇପାରେ...

ଯେତେବେଳେ ସ୍ୱାମୀ ଜାଣିଲେ ଯେ ତାଙ୍କ ସ୍ତ୍ରୀ ସବୁକଥା ଜାଣି ଯାଇଛନ୍ତି ସେତେବେଳେ ସ୍ୱାମୀ ଜଣକ ତାଙ୍କୁ ନିର୍ଯା-ତନା ଦେବା ଆରମ୍ଭ କରିଦେଲେ । ପ୍ରାୟ ଦେଢମାସ ଧରି ନିର୍ଯାତନା ସହିବା ପରେ ଆଉ କିଛି ଉପାୟ ନପାଇ ସ୍ତ୍ରୀ ଜଣକ ଭରତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପୋଲିସ ଘଟଣାକୁ ତଦନ୍ତ ଚଳାଇଛି ।

ମହିଳାଙ୍କ କହିବା ଅନୁସାରେ, ତାଙ୍କ ସ୍ବାମୀ ଏବେ ଘରୁ ଫେରାର ଅଛନ୍ତି ଏବଂ ଆଉ ଘରକୁ ଫେରୁନାହାନ୍ତି । ସେ ସେହି ପୁଷ୍ପଲତା ନାମକ ମହିଳାଙ୍କୁ ନେଇ ଏବେ ଘାଟିକିଆ ବାଲିଆ ଚ୍ଛକ ନିକଟରବର୍ତୀ କୌଣସି ଏକ କଲୋନୀରେ ରହୁଛନ୍ତି ।

ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ଏକ 9 ମାସର ପିଲା ମଧ୍ୟ ଅଛି । କିନ୍ତୁ ସ୍ୱାମୀ ବିନା ସେ କିପରି ନିଜ ପିଲାକୁ ନେଇ ଅଗକୁ ଚଳିବେ ସେ କଥା ଭାବି ଚିନ୍ତାରେ ଅଛନ୍ତି ।

Share this story