ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ବୈବାହିକ ଜୀବନରେ ଦେଖାଯାଉଥିବା ତିକ୍ତତା ଦୂର ହୋଇପାରେ...

know your horoscope of December 13 2022

ଓଡ଼ିଆ ଗସିପ୍ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜିର ରାଶିଫଳ (ଡିସେମ୍ବର ୧୩, ୨୦୨୨) ।

ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ :

ମେଷ: ଜିଦିଆ ସ୍ବଭାବ ପାଇଁ କଷ୍ଟ ପାଇପାରନ୍ତି । ଉଚ୍ଚଅଧିକାରୀଙ୍କଠାରୁ ସଫଳତାର ସୂତ୍ର ପାଇପାରନ୍ତି । କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଧୈର୍ଯ୍ୟର ସହ କାର୍ଯ୍ୟ କରିବେ ।

ବୃଷ: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ । ପଦୋନ୍ନତିର ସୁଯୋଗ ରହିଛି । ବୈବାହିକ ଜୀବନରେ ଦେଖାଯାଉଥିବା ତିକ୍ତତା ଦୂର ହୋଇପାରେ । ଧାର୍ମିକ କାର୍ଯ୍ୟରେ ସମୟ କଟାଇବେ ।

ମିଥୁନ: ପରିବାରରେ ମତଭେଦ ଦେଖାଦେବ । ଭାଇଭଉଣୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ । ନୂତନ ବ୍ୟବସାୟ କରିବାର ଯୋଗ ରହିଛି । ଆୟ ଓ ପ୍ରତିଷ୍ଠାରେ ବୃଦ୍ଧି ପାଇବ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଭୁବନେଶ୍ୱର ଇନଫୋସିଟି ଥାନାରେ ହଜାର ହେଲେ ହକି ତାରକା ବୀରେନ୍ଦ୍ର ଲାକ୍ରା, ଏହି କାରଣ ପାଇଁ ଫସିପାରନ୍ତି ଏହି ହକି ଷ୍ଟାର...

କର୍କଟ: ଦୀର୍ଘଦିନର ସ୍ବପ୍ନ ବାସ୍ତବତାର ରୂପ ନେବ । ସମୟର ସଦୁପଯୋଗ କରି ସଫଳତା ପାଇବେ । ଶତ୍ରୁମାନଙ୍କ କୂଟଚକ୍ରାନ୍ତରେ ଫସି ଯାଇପାରନ୍ତି । ଦାମ୍ପତ୍ୟ ଜୀବନରେ ନିବିଡ଼ତା ବୃଦ୍ଧି ପାଇବ ।

ସିଂହ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । କର୍ମକ୍ଷେତ୍ରରେ ପ୍ରଶଂସାର ଭାଗୀଦାରି ହେବେ । ସନ୍ତାନସନ୍ତତିଙ୍କ ପ୍ରତି ସମ୍ବେଦନଶୀଳ ରହିବେ । ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ ।

କନ୍ୟା: ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ । ଜୀବନରେ ଉନ୍ନତି ପାଇଁ ନୂତମ ମାର୍ଗ ପାଇବେ ।

ତୁଳା: ସକାରାତ୍ମକ ଚିନ୍ତାଧାରା ରଖି ଆଗକୁ ବଢ଼ିବେ । ପ୍ରିୟଜନଙ୍କ ବ୍ୟବହାରରେ କଷ୍ଟ ପାଇପାରନ୍ତି । କର୍ମକ୍ଷେତ୍ରରେ ନିଜ ସୃଜନଶୀଳତା ଦେଖାଇବେ । ଦରକାରୀ ଜିନିଷକୁ ଦାୟିତ୍ବର ସହ ରଖନ୍ତୁ ।

ବିଛା: ପରିବାରବର୍ଗଙ୍କ ସହ ଅଧିକ ସମୟ କଟାଇବେ । କୌଣସି ଉଦାରମନା ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ । ଜୀବନସାଥୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ସମୟ କଟିବ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଅପହରଣ ନୁହେଁ କୂଅ ଭିତରୁ ମିଳିଲା ୪ ନିଖୋଜ ପରିବାର ବର୍ଗଙ୍କ ମୃତଦେହ, ଓଡ଼ିଶାରେ ଘଟିଯାଇଛି ଏହି ରୋଚକ କରିଦେଲା ଘଟଣା...

ଧନୁ: ଅକସ୍ମାତ୍‌ ଧନଲାଭର ଯୋଗ ରହିଛି । କର୍ମକ୍ଷେତ୍ରରେ ସଫଳତା ପାଇଁ କଠିନ ପରିଶ୍ରମ କରିବେ । ବନ୍ଧୁବାନ୍ଧବଙ୍କ ସହଯୋଗ କ୍ରମେ ସମସ୍ୟାର ସମାଧାନ ହେବ ।

ମକର: ପରିବାରରେ କୌଣସି ଛୋଟ କଥା ବଡ଼ ରୂପ ନେଇପାରେ । ନିବେଶ କରିବାରୁ ଦୂରେଇ ରୁହନ୍ତୁ । ଜୀବନସାଥୀଙ୍କ ସହ ଦୂରସ୍ଥାନକୁ ଯାଇପାରନ୍ତି । କୌଣସି ଖାସ୍‌ ବ୍ୟକ୍ତିଙ୍କ ସହ ସମ୍ପର୍କରେ ସୁଧାର ଆସିବ ।

କୁମ୍ଭ: କୌଣସି ଶୁଭ ସମାଚାର ପାଇପାରନ୍ତି । କର୍ମକ୍ଷେତ୍ରରେ ଧ୍ୟାନର ସହ କାର୍ଯ୍ୟ କରନ୍ତୁ । ମହିଳାମାନେ ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ । ଅର୍ଥ ସମ୍ବନ୍ଧୀୟ କାରବାରରୁ ଦୂରେଇ ରୁହନ୍ତୁ ।

ମୀନ: କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ଦେଖାଦେବ । ମହିଳାମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ । ଧାର୍ମିକ ମନୋବୃତ୍ତି ରଖି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ ।

Share this story