ଭୁବନେଶ୍ୱର ଇନଫୋସିଟି ଥାନାରେ ହଜାର ହେଲେ ହକି ତାରକା ବୀରେନ୍ଦ୍ର ଲାକ୍ରା, ଏହି କାରଣ ପାଇଁ ଫସିପାରନ୍ତି ଏହି ହକି ଷ୍ଟାର...

Hockey star Birendra Lakra appears before Infocity Police Station in Bhubaneswar

ଓଡ଼ିଆ ଗସିପ୍ ବ୍ୟୁରୋ: ଭୁବନେଶ୍ୱର ଇନଫୋସିଟି ଥାନାରେ ଆଜି ରାତିରେ ହଜାର ହୋଇଛନ୍ତି ହକି ତାରକା ବିରେନ୍ଦ୍ର ଲାକ୍ରା । ଜଣେ ଅଲମ୍ପିଆନ ଏବଂ ଅର୍ଜୁନ ଆୱାର୍ଡ ହତେଇଥିବା ଏହି ଖେଳାଳିଙ୍କ ଜୀବନରେ ଅପରାଧର ଦାଗ ଲାଗିବା ପାଇଁ ଯାଉଥିବା ଥାନାରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବହୁ ଚର୍ଚ୍ଚିତ ଅନନ୍ଦ ଟପୋ ମୃତ୍ୟୁ ମାମଲାରେ ବିରେନ୍ଦ୍ରଙ୍କୁ ଦୋଷୀ କରୁଥିଲେ ଆନନ୍ଦଙ୍କ ପରିବାର । ପୂର୍ବରୁ ବିରେନ୍ଦ୍ରକୁ ଦୋଷୀ କରି ସାମ୍ବାଦିକ ସମ୍ମିଳନୀ କରିଥିଲେ ପରିବାର ଲୋକେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଅପହରଣ ନୁହେଁ କୂଅ ଭିତରୁ ମିଳିଲା ୪ ନିଖୋଜ ପରିବାର ବର୍ଗଙ୍କ ମୃତଦେହ, ଓଡ଼ିଶାରେ ଘଟିଯାଇଛି ଏହି ରୋଚକ କରିଦେଲା ଘଟଣା...

ବାରମ୍ବାର ଆନନ୍ଦ ଟପୋଙ୍କ ମୃତ୍ୟୁ ନେଇ ଭୁବନେଶ୍ୱର ଡିସିପିଙ୍କୁ ଜଣେଇବା ସହ ଇନଫୋସିଟି ଥାନାରେ କରୁଥିଲେ ଅଭିଯୋଗ । କେହି ନଶୁଣିବାରୁ ଏ ଅଭିଯୋଗ ନେଇ ହାଇକୋର୍ଟ ରେ ପହଞ୍ଚି ଥିଲେ ପରିବାର ଲୋକେ ।

ଏହି ମାମଲାରେ ଥାନା ଅଧିକାରୀଙ୍କୁ ବର୍ଷେ ଯାଏ ଥାନାକୁ ଯିବା ପାଇଁ ନିର୍ଦେଶ ଦେଇ ଥିଲେ ହାଇକୋର୍ଟ । ବିରେନ୍ଦ୍ର ଲାକ୍ରା ଥାନାରେ ହଜାର ହବା ପରେ ଅତିରିକ୍ତ ଡିସିପି ବିରେନ୍ଦ୍ରଙ୍କୁ ପଚରା ଉଚୁରା କରୁଛନ୍ତି ।

Share this story