‘ବିଧାନସଭାରେ ଭାଷା ଆଇନ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
 

Odisha CM Unveils Book On Language Law In Legislative Assembly
ଉନ୍ମୋଚିତ ହେଲା ଭାଷା ଆଇନ’ ଶୀର୍ଷକ ପୁସ୍ତକ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ” ବିଧାନସଭାରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭାଷା ଆଇନ” ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି।ସୂଚନାଯୋଗ୍ୟ ଯେ, ୧୯୪୮ ମସିହା ରେ ପ୍ରସ୍ତାବିତ ଭାଷା ଆଇନ ଆଲୋଚନାଠାରୁ ଆରମ୍ଭ କରି ୧୯୫୪ ଭାଷା ଆଇନ ପାରିତ ହେବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ବିଧାନସଭାରେ ଭାଷା ଆଇନ- ୨୦୧୮ର ସଂଶୋଧନ ପର୍ଯ୍ୟନ୍ତ ବିଧାନସଭାରେ ହୋଇଥିବା ସମସ୍ତ ଆଲୋଚନା ଓ ତଥ୍ୟ ଏହି ପୁସ୍ତକରେ ସ୍ଥାନିତ ହୋଇଅଛି।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାଷାର ଉନ୍ନତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଓଡ଼ିଆ ଭାଷା ସୁରକ୍ଷା ପାଇଁ ଏବଂ ଆଗାମୀ ପିଢ଼ି ପାଇଁ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗରେ ଏ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାରୀସ୍ତରରେ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି । 

ଅଧିକ ପଢନ୍ତୁ :ଶନି ଦେବଙ୍କ ରାଶି ପରିବର୍ତ୍ତନ ଫଳରେ ଏହି ଦୁଇଟି ରାଶି ହେବେ ଉପକୃତ ଓ ସମସ୍ତ କଷ୍ଟରୁ ପାଇବେ ମୁକ୍ତି! 

ଏହା ଦ୍ଵାରା ସମସ୍ତ ଭାଷାଭାଷୀ ଅଞ୍ଚଳ ଗୋଟିଏ ସୁତ୍ରରେ ରେ ବାନ୍ଧି ହୋଇ ଓଡ଼ିଶାର ବିକାଶରେ ଭାଗିଦାରୀ ହେବେ ବୋଲି ସେ ଆଶା ରଖିଛନ୍ତି। ପୁସ୍ତକଟି ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହରଥାଙ୍କ ଦ୍ଵାରା ସମ୍ପାଦିତ ଓ ଶବ୍ଦସ୍ପର୍ଶ ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି।

ଅଧିକ ପଢନ୍ତୁ :ମକର ରାଶିରେ ସୂର୍ଯ୍ୟ ଓ ବୁଧ, ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଖୁବଶୀଘ୍ର ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ!
 

Share this story