ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ଆବାସ ପ୍ରକଳ୍ପ ଉଦଘାଟିତ, ମୁଖ୍ୟମନ୍ତ୍ରୀଙ୍କ ହାତରୁ ଘର ଚାବି ଗ୍ରହଣ କଲେ ହିତାଧିକାରୀ
 

Odisha chief minister Naveen Patnaik innagurate house for slum people
ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ଆବାସ ପ୍ରକଳ୍ପ ଉଦଘାଟିତ
 

ଓଡ଼ିଆ ଗସିପ୍ ବ୍ୟୁରୋ:ସହରାଞ୍ଚଳ ବସ୍ତିବାସିନ୍ଦାକୁ ମିଳିଲା ନୂଆ ଠିକଣା । ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ଆବାସ ପ୍ରକଳ୍ପ ଉଦଘାଟିତ । ଆଜି ସନ୍ଧ୍ୟାରେ ଉଦଘଟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳ ଆବାସ ଯୋଜନାରେ ବସ୍ତିବାସିନ୍ଦା ଘର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ହାତରୁ ଘର ଚାବି ଗ୍ରହଣ କରିଛନ୍ତି ହିତାଧିକାରୀ ।

ଚନ୍ଦ୍ରଶେଖରପୁର, ଶାନ୍ତିନଗର ଓ ସୁବୁଦ୍ଧିପୁରରେ ୩ଟି ପ୍ରକଳ୍ପ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣଙ୍କୁ ନୂଆ ଘର ମିଳିଲା, ଆପଣମାନେ ଖୁସି ତ । ଏହାର ଉତ୍ତରରେ ହଁ ଖୁସି ବୋଲି ହିତାଧିକାରୀମାନେ କହିଥିଲେ। ମୁଁ ବି ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେମାନଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି ବୋଲି ହାତିଧିକାରୀମାନେ କହିଥିଲେ।

ଅଧିକ ପଢନ୍ତୁ :୩୦ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !

ସରକାରୀ ଓ ଘରୋଇ ଭାଗିଦାରିତାରେ ଏହି ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଆବାସ ଯୋଜନାରେ ପାଞ୍ଚ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ମୋଟ ୨୬୦୦ ବସ୍ତିବାସନ୍ଦାଙ୍କୁ ଘର ଯୋଗାଇ ଦିଆଯିବ । ସେ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮୨୦ଟି ଘର ନିର୍ମାଣ ସଂପୂର୍ଣ୍ଣ ହୋଇ ବିଡିଏକୁ ହସ୍ତାନ୍ତର କରାଯାଇଛି । ବିଡିଏକୁ ହସ୍ତାନ୍ତର ହୋଇଥିବା ଫ୍ଲାଟ ମଧ୍ୟରୁ ୩୦୩ ଜଣ ହିତାଧିକାରୀଙ୍କୁ ଘର ଆଲର୍ଟ କରାଯାଇଛି । 

ବିଭିନ୍ନ ବସ୍ତିରୁ ଉଚ୍ଛେଦ ହୋଇ ଟ୍ରାନଜିଟ ହାଉସରେ ରହୁଥିବା ବସ୍ତିବସିନ୍ଦାଙ୍କ ସହ ନାରାୟଣୀ ବସ୍ତି, ତେଲୁଗୁ ବସ୍ତି, ଶ୍ରୀକୃଷ୍ଣ ନଗର ବସ୍ତି, ସରସ୍ବତୀ ବସ୍ତି, ଭେଙ୍କଟେଶ୍ବର ବସ୍ତି, ସାଲିଆସାହିର ଶକ୍ତି ବିହାରର ବସ୍ତିବସିନ୍ଦାଙ୍କୁ ଏଠାରେ ଘର ପ୍ରଦାନ କରାଯିବ । ଆବାସ ଯୋଜନାରେ ବିଏମସି ହିତାଧିକାରୀଙ୍କୁ ଚୟନ କରୁଛି । ସେମାନଙ୍କ ପାଇଁ ବିଡିଏ ପକ୍ଷରୁ ଘର ପ୍ରଦାନ କରାଯାଉଛି ।

ଏହି ଘରେ ଗୋଟିଏ ପରିବାର ଚଳିବା ଭଳି ବ୍ୟବସ୍ଥା ରହିଛି। ଆପାର୍ଟମେଣ୍ଟରେ ଯେଉଭଳି ବ୍ୟବସ୍ଥା ରହିଥାଏ ବିଶେଷ କରି ସୋସାଇଟି, କମ୍ୟୁନିଟି ହଲ, ମାର୍କେଟ କମ୍ପ୍ଲେକ୍ସ ଆଦି ଏଥିରେ ରହିଛି । ଚନ୍ଦ୍ରଶେଖରପୁର ହାଇସିଂ ପ୍ରକଳ୍ପ ସମେତ ଶାନ୍ତିନଗର ପ୍ରକଳ୍ପରେ ମୋଟ ୧୩ଶହ ବସ୍ତିବାସିନ୍ଦାଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦିଆଯିବ । 

ଅଧିକ ପଢନ୍ତୁ: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଏହି ରାଶିର ଲୋକେ ଚିନ୍ତାରେ ରହିବେ, ପଢନ୍ତୁ ଆଜିର ରାଶିଫଳ 

ସେମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ ୫୬୦ ଘର ନିର୍ମାଣ ସରିଥିବା ବେଳେ ୩୨୬ ଜଣଙ୍କୁ ଘରି ଆଲର୍ଟ ସରିଛି । ସେହିଭଳି ସବୁଦ୍ଧିପୁରରେ ୩୪୨ଟି ଫ୍ଲାଟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେ ମଧ୍ୟରୁ ୩୦ଟି ଘର ନିର୍ମାଣ ସରିଛି । ଆଉ କିଛି ସମୟପରେ ମୁଖ୍ୟମନ୍ତ୍ରୀ ତିନୋଟି ଯାକ ହାଇସିଂ ପ୍ରକଳ୍ପକୁ ଲୋକାର୍ପଣ କରିବେ ।

ଏହିସବୁ ହାଉସିଂ ପ୍ରକଳ୍ପରେ ସ୍ବେରେଜ, ଡ୍ରେନେଜ, ଷ୍ଟ୍ରିଟ ଲାଇଟ ସହ ବହୁମୁଖି ଆମେନିଟି ସେଣ୍ଟର ଓ ନେବରହୁଡ ସପିଂ ବ୍ୟବସ୍ଥା ରହିଛି । ବହୁମୁଖି ଆମେନିଟି ସେଣ୍ଟରରେ ହିତାଧିକାରୀଙ୍କ ପାଇଁ ଷ୍ଟଡି ରୁମ, ଲାଇବ୍ରେରୀ ଓ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା ରହିଛି । ଭୁବନେଶ୍ବରରେ ୩୨୦ ବର୍ଗ ଫୁଟର ୱାନ ବିଏଚକେ ଘରର ମୁଲ୍ୟ ୩୦ ଲକ୍ଷରୁ ଅଧିକ ହୋଇଥିବା ବେଳେ ଲୋକଙ୍କୁ ଦେଢ ଲକ୍ଷ ଟଙ୍କାରେ ଘର ଯୋଗାଇ ଦିଆଯାଉଛି । 

ବସ୍ତିବାସିନ୍ଦା ଦୁଇଟି ପର୍ୟ୍ୟାୟରେ ଏହି ଅର୍ଥ ପୈଠ କରିବେ । ଯେଉଁମାନେ ଦେଢ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଅସମର୍ଥ ହେବେ ବିଡିଏ ସେମାନଙ୍କୁ ବ୍ୟାଙ୍କରୁ ଋଣ କରିବାରେ ସହଯୋଗ କରିବ ।

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story