ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଏହି ରାଶିର ଲୋକେ ଚିନ୍ତାରେ ରହିବେ, ପଢନ୍ତୁ ଆଜିର ରାଶିଫଳ
 

Horoscope for Monday 20 November 2023
ପଢନ୍ତୁ ଆଜିର ରାଶିଫଳ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ...,

ମେଷ: କୌଣସି କାର୍ଯ୍ୟରୁ ଲାଭ ମିଳିବ। ଦିନଟି ହସଖୁସିରେ ଅତିବାହିତ ହେବ। କୌଣସି ନୂଆ ଜିନିଷ କିଣିବେ। ଜୀବନସାଥୀଙ୍କ ସହ ସୁଖଦ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ବୃଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ଅବିବାହିତଙ୍କ ବିବାହ ସ୍ଥିର ହେବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିବ। ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିବେ।

ମିଥୁନ: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ପ୍ରେମ ଜୀବନ ସୁଖମୟ ହେବ। ସାଙ୍ଗ ଦ୍ବାରା ଲାଭବାନ ହେବେ। ବ୍ୟବସାୟରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେବ।

ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ! 

କର୍କଟ: ପଡ଼ୋଶୀଙ୍କ ସହ ବିବାଦ ହୋଇପାରେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ନୂଆ ଚାକିରିର ସୁଯୋଗ ଜୁଟିବ। ଛାତ୍ରଛାତ୍ରୀଙ୍କୁ ବିଦେଶ ଶିକ୍ଷାର ଅବସର ଜୁଟିବ। ଗୁରୁଜନଙ୍କ ସହଯୋଗ ମିଳିବ।

ସିଂହ: ଦିନଟି ଭଲରେ କଟିବ। ଚାକିରିରେ ପରିବର୍ତ୍ତନ ଆସିବ। କୌଣସି ନୂଆ ଦାୟିତ୍ବ ତୁଲାଇବେ। ବ୍ୟବସାୟ ସମ୍ବନ୍ଧିତ ଦୂର ସ୍ଥାନକୁ ଯାତ୍ରା କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବେ।

କନ୍ୟା: ସ୍ବାମୀ-ସ୍ତ୍ରୀ ସୁଖଦ ମୁହୂର୍ତ୍ତ ଅତିବାହିତ କରିବେ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ଅଟକି ରହିଥିବା ଧନ ଆଗମନ ହେବ। କୌଣସି ନୂଆ ଲୋକଙ୍କ ସହ ସାକ୍ଷାତ କରିବେ।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ତୁଳା: ପ୍ରେମିକଙ୍କୁ ନିଜ ମନ କଥା କହିବେ। ବନ୍ଧୁଙ୍କ ସହ କୌଣସି ନୂଆ କାର୍ଯ୍ୟର ଯୋଜନା କରିବେ। ବାପାମାଆଙ୍କ ସହଯୋଗରେ କିଛି ନୂଆ ଦାୟିତ୍ବ ଗ୍ରହଣ କରିବେ। ଅଟକିଥିବା କାର୍ଯ୍ୟକୁ ପୂରା କରିବେ।

ବିଛା: ନୂଆ ଚାକିରି ପାଇଁ ଉତ୍ସାହିତ ରହିବେ। ବଡ଼ ଭାଇଙ୍କ ପରାମର୍ଶ ନେବେ। କ୍ରୀଡ଼ାବିତ୍‌ଙ୍କୁ ସଫଳତା ପ୍ରାପ୍ତି ହେବ। ଛାତ୍ରଛାତ୍ରୀଙ୍କର ନୂଆ ବିଷୟ ପ୍ରତି ରୁଚି ବଢ଼ିବ। ବ୍ୟବସାୟରେ ଅର୍ଥ ନିବେଶ କରନ୍ତୁ ନାହିଁ।

ଧନୁ: ବ୍ୟାଙ୍କ ଓ ଆଇଟିରେ ସଫଳତା ମିଳିବ। ବ୍ୟବସାୟକୁ ବିସ୍ତାର କରିବେ ଏବଂ ଏହାକୁ ନେଇ କୌଣସି ନୂଆ ସମସ୍ୟା ସୃଷ୍ଟି ହେବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ।

ଅଧିକ ପଢନ୍ତୁ :ଓଡ଼ିଶା ଉପରେ ରହିବ କି ବାତ୍ୟା ‘ମିଧିଲି’ର ପ୍ରଭାବ ? ଜାଣନ୍ତୁ କ'ଣ କହୁଛି IMD

ମକର: ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରଣ କରିବେ। ପୁରୁଣା ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ। ପୂଜାପାଠରେ ସାମିଲ ହେବେ। ସୃଜନାତ୍ମକ କାମ ପ୍ରତି ଆଗ୍ରହ ବଢ଼ିବ। ବାଦବିବାଦଠାରୁ ଦୂରେଇ ରହିବେ।

କୁମ୍ଭ: ବ୍ୟବସାୟିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବେ। ଉଚ୍ଚଶିକ୍ଷା ପାଇଁ ଉତ୍ତମ ସମୟ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ଜାଗାବାଡ଼ି କିଣିବେ।

ମୀନ: ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବେ। ରାଜନୀତିରେ ସଫଳତା ମିଳିବ। ସାଙ୍ଗସାଥୀଙ୍କ ସହ ସମୟ ଅତିବାହିତ କରିବେ। ମନକୁ ଶାନ୍ତି ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story