ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ମୋଡ଼: ପୁଣି ଅଡୁଆରେ ସ୍ତ୍ରୀ, ଡିଏଫଓ ଓ ରୋଷେୟା

new twist emerged in ACF Soumyaranjan murder case

ଓଡ଼ିଆ ଗସିପ ବ୍ୟୁରୋ: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟ ମହାପାତ୍ର ମୃତ୍ୟୁ ମାମଲାରେ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ନୋଟିସ୍ ଜାରି କଲେ କୋର୍ଟ । ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ ଉଭୟଙ୍କୁ ନୋଟିସ୍ ଜାରି କରିଛନ୍ତି ।

ରୋଷେୟାଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି । ମୃତ ସୌମ୍ୟଙ୍କ ପିତା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ଏଥିରେ ଦର୍ଶାଇଥିଲେ ଯେ, ପୁଅ ସୌମ୍ୟ ଆତ୍ମହତ୍ୟା କରିନାହାନ୍ତି ବରଂ ଏହା ପଛରେ ହତ୍ୟା ଷଡ଼ଯନ୍ତ୍ର ରହିଛି । ଏହି ଆବେଦନର ଶୁଣାଣି କରି କୋର୍ଟ ବିଦ୍ୟାଭାରତୀ ଓ ଡିଏଫଓଙ୍କୁ ନୋଟିସ୍ ଜାରି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତୀୟ ସେଲିବ୍ରିଟିଙ୍କ ବ୍ୟାବସାୟିକ କେନ୍ଦ୍ର ପାଲଟୁଛି ଦୁବାଇ, ଚଳିତ ବର୍ଷ କରିପାରନ୍ତି ୭ ଲକ୍ଷ କୋଟିର ନିବେଶ

ପୂର୍ବରୁ ଏଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଦାଖଲ ହୋଇଛି ଚାର୍ଜସିଟ । ଅକ୍ଟୋବର 8, 2021ରେ ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା କ୍ରାଇମବ୍ରାଂଚ । ଏସିଏଫ ସୌମ୍ୟ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ଡିଏସପି ଜ୍ଞାନରଂଜନ ମିଶ୍ର ପାରଳାଖେମୁଣ୍ଡି କୋର୍ଟରେ ପହଂଚି ଚାର୍ଜସିଟ ଦାଖଲ କରିଥିଲେ ।

ଏହି ଘଟଣାରେ ୮୦ଜଣଙ୍କୁ ଜେରା କରାଯାଇଛି । ଜେରା କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କ କଲ ରେକର୍ଡ ସହ ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ମିଛଧରା ପରୀକ୍ଷା ରିପୋର୍ଟ କୋର୍ଟରେ ଦାଖଲ କରିଛନ୍ତି ତଦନ୍ତାକାରୀ ଅଧିକାରୀ ।

ଆହୁରି ପଢ଼ନ୍ତୁ: ରତ୍ନଭଣ୍ଡାର ଚାବି ହଜିଥିଲା ଏବେ ହଜଗିଲା ଶ୍ରୀମନ୍ଦିର ପ୍ରଶାସନ ଫାଇଲ : ୨ଟି ଫାଇଲ ପାଉନି ଆଇନ ବିଭାଗ; ଉଠିଲା ପ୍ରଶ୍ନ

ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ବେଳେ ସେଠାରେ ଉପସ୍ଥିତ ଥିବା ପତ୍ନୀ ବିଦ୍ୟାଭାରତୀ ତାଙ୍କୁ ବଂଚାଇବାକୁ ଉଚିତ ପଦକ୍ଷେପ ନେଇନଥିବା ତଦନ୍ତରୁ ଜଣାପଡିଥିବା କହିଥିଲେ କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା ।

କ୍ରାଇମବ୍ରାଂଚ ଏଡିଜି କହିଥିଲେ, ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା ତେବେ ତାଂକୁ ବଂଚାଇବା ଦିଗରେ ପତ୍ନୀ ବିଦ୍ୟାଭାରତୀଙ୍କ ଅବହେଳା ସାମ୍ନାକୁ ଆସିଥିଲା । ଏଥିପାଇଁ ତାଙ୍କ ବିରୋଧରେ ଧାରା ୩୦୪-ଏ, ଅର୍ଥାତ ଅବହେଳା ଯୋଗୁଁ ମୃତ୍ୟୁ ଏବଂ ଧାରା ୨୮୫, ଅର୍ଥାତ ନିଆଁ ଲାଗିଥିବା ବେଳେ ଅବହେଳା ପ୍ରଦର୍ଶନ ଚାର୍ଜସିଟ ଦାଖଲ କରାଯାଇଛି । ଏସବୁ ଦଫାରେ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ପ୍ରାବଧାନ ରହିଛି ।

Share this story

World Odia Language Conferene