ରତ୍ନଭଣ୍ଡାର ଚାବି ହଜିଥିଲା ଏବେ ହଜଗିଲା ଶ୍ରୀମନ୍ଦିର ପ୍ରଶାସନ ଫାଇଲ : ୨ଟି ଫାଇଲ ପାଉନି ଆଇନ ବିଭାଗ; ଉଠିଲା ପ୍ରଶ୍ନ

Files vanished from Ranta Bhandara of Shree Mandir

ଓଡ଼ିଆ ଗସିପ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରକୁ ବିଶ୍ୱସ୍ତରୀୟଐତିହ୍ୟସ୍ଥଳୀ କରିବାକୁ ପ୍ରୟାସ ହେଉଛି । ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଜୋରଦାର ଚାଲିଛି । ଏହାରି ଭିତରେ କିନ୍ତୁ ଗୋଟିଏ ବଡ ସୂଚନା ଆସିଛି । ଯାହା ପ୍ରଶାସନର ଖାମଖିଆଲି ନୀତିକୁ ପଦାରେ ପକାଇଛି । ଶ୍ରୀମନ୍ଦିରର ଦୁଇଟି ଫାଇଲ୍ ଗାଏବ ହୋଇଯାଇଛି ବା ମିଳୁନାହିଁ । ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ପୂର୍ବରୁ ରତ୍ନଭଣ୍ଡାର ଚାବି ହଜିଥିଲା । ଯାହାକୁ ନେଇ ବିରୋଧୀ ସମେତ ଜଗନ୍ନାଥପ୍ରେମୀ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି । ଆଉ ଏହି ସମୟରେ ଫାଇଲ ହଜିବା ଗୋଟିଏ ବଡ ବିବାଦକୁ ଜନ୍ମ ଦେଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଫାଇଲ ହଜାଇଛି ରାଜ୍ୟ ସରକାରଙ୍କ ଆଇନ୍ ବିଭାଗ ।

ଆହୁରି ପଢ଼ନ୍ତୁ: ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ବିଶେଷ ପିଠି ଯନ୍ତ୍ରଣା ଅନୁଭବ କରିପାରନ୍ତି; ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ

ହାଇକୋର୍ଟଙ୍କ ନିର୍ଦ୍ଦେଶର ତୁରନ୍ତ ଅନୁପାଳନ ରିପୋର୍ଟ ଦାଖଲ ନିମନ୍ତେ ଏହି ଦୁଇଟି ଫାଇଲର ଆବଶ୍ୟକତା ରହିିଛି । କିନ୍ତୁ ଏହା ନମିଳିବା ପରେ ଆଇନ୍ ବିଭାଗ ତତ୍ପରତା ଦେଖାଇଛି ।

ଦୁଇଟି ଫାଇଲ ଏବେ କେଉଁଠି ରହିଛି ତାକୁ ପ୍ରାଥମିକତା ଭିତିିରେ ଖୋଜିବା ପାଇଁ ଆଇନ ବିଭାଗର ଉପସଚିବ ଅଂଶୁମାନ ମହାନ୍ତି ବିଭାଗର ସମସ୍ତ ଶାଖାକୁ ଚିଠି ଲେଖିଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର । ଆଇନ ବିଭାଗ ଅବହେଳା ଯୋଗୁଁ ଏଭଳି ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଜଗନ୍ନାଥ ମନ୍ଦିର ପ୍ରଶାସନ ସେକ୍ସନରେ ଦୁଇଟି ଫାଇଲ ମିଳୁନି । ଯାହା ୨୦୦୬ ଓ ୨୦୧୪ ମସିହାର ଦୁଇଟି ହାତଲେଖା ଫାଇଲ । ସେହି ଫାଇଲ ଗୁଡିକ ହେଉଛି ଜେଟିଏ- ୫୫/୨୦୦୬ (ପିଟି) ଓ ଜେଟିଏ-୦୬/୨୦୧୪ ଫାଇଲ୍ । ଶ୍ରୀମନ୍ଦିର ପରିଚାଳନା ସହ ଜଡ଼ିତ ରହିଛି ଏହି ଫାଇଲ୍ ।

ଆହୁରି ପଢ଼ନ୍ତୁ: ଭାରତୀୟ ସେଲିବ୍ରିଟିଙ୍କ ବ୍ୟାବସାୟିକ କେନ୍ଦ୍ର ପାଲଟୁଛି ଦୁବାଇ, ଚଳିତ ବର୍ଷ କରିପାରନ୍ତି ୭ ଲକ୍ଷ କୋଟିର ନିବେଶ

ଅନ୍ୟପଟେ ହାଇକୋର୍ଟ ୪ଟି ଫାଇଲ ସମ୍ପର୍କରେ ତଥ୍ୟ ମାଗିଛନ୍ତି । ଆଇନ୍ ବିଭାଗ ପାଖରେ ରହିଛି ୨୦୧୮ ଓ ୨୦୨୧ ମସିହାର ଫାଇଲ । କେଉଁ ଆଧାରରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ସଦସ୍ୟ ବଛାଯାଉଛି ? ଶ୍ରୀମନ୍ଦିରରେ ଖୁଂଟିଆ ନିଯୋଗ ହାଇକୋର୍ଟରେ କେସ୍ କରିଛନ୍ତି । ଏହି ମାମଲାର ତଥ୍ୟ ସମ୍ପୃକ୍ତ ଫାଇଲରେ ରହିଛି ।

Share this story

World Odia Language Conferene