ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ବିଶେଷ ପିଠି ଯନ୍ତ୍ରଣା ଅନୁଭବ କରିପାରନ୍ତି; ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ

know your horoscope related to health

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ମେଷ: ସକାରାତ୍ମକ ଦୃଷ୍ଟିରୁ ଦିନଟି ଭଲରେ କଟିବ । ପୂର୍ବର ଭୁଲ୍‌କୁ ଅନୁଧ୍ୟାନ କରି ଆଗକୁ ବଢ଼ିବାକୁ ଚେଷ୍ଟା କରିବେ । ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟବସାୟରେ ସଫଳତା ପାଇବେ ।

ବୃଷ: ଦୀର୍ଘଦିନ ଧରି ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ । ଆୟ ଅନୁସାରେ ବ୍ୟୟ ଅଧିକ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପିଠି ଯନ୍ତ୍ରଣା ଅନୁଭବ କରିପାରନ୍ତି । ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

ମିଥୁନ: କାମ କରିବାର ତରିକାକୁ ବଦଳାନ୍ତୁ । ଆର୍ଥିକ ସ୍ଥିତି ଠିକ୍‌ ରହିବ । ବ୍ୟବସାୟିକ ନିଷ୍ପତ୍ତି ଭାବିଚିନ୍ତି ନେବା ଭଲ । ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରିବେ ।

ଆହୁରି ପଢ଼ନ୍ତୁ: ୨ ମହିଳା ଇନ୍ସପେକ୍ଟରଙ୍କୁ ଗୋଡାଇ ଗୋଡାଇ ପିଟିଲେ ବାଲି ମାଫିଆ, ଡରରେ ଜାଗା ଛାଡି ଚାଲିଗଲେ ପୋଲିସ କର୍ମୀ...

କର୍କଟ: ମାନସିକ ଶାନ୍ତି ଓ ଆରାମ ମିଳିବ । ଅଟକି ଥିବା କାର୍ଯ୍ୟ ପୂରା ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସମସ୍ତଙ୍କ ସହ ଭଲ ଆଚରଣ ଦେଖାନ୍ତୁ । ଗୁରୁଜନଙ୍କଠାରୁ ପରାମର୍ଶ ନେବା ଫଳପ୍ରଦ ।

ସିଂହ: ବ୍ୟବସାୟ କ୍ଷେତ୍ରରେ କାହା ଉପରେ ଅଧିକ ବିଶ୍ବାସ କରନ୍ତୁନି । ଯୋଜନା ଅନୁଯାୟୀ କାର୍ଯ୍ୟ କରନ୍ତୁ । ଅଯଥା ଖର୍ଚ୍ଚରୁ ଦୂରେଇ ରହୁନ୍ତୁ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

କନ୍ୟା: ପରିବାର ସହିତ ସମୟ ବିତାନ୍ତୁ । ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଅଧିକ ବୁଲାବୁଲି ସ୍ବାସ୍ଥ୍ୟ ପ୍ରତି ହାନିକାରକ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅଂହକାର ମନୋଭାବକୁ ଦୂର କରନ୍ତୁ ।

ତୁଳା: ଅଫିସ୍‌ କାମକୁ ନେଇ ଚିନ୍ତାରେ ରହିବେ । ଅନ୍ୟମାନଙ୍କ କଥାରେ ପରିଚାଳିତ ହୁଅନ୍ତୁ ନାହିଁ । ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତାନ୍ତୁ । ମହିଳାମାନଙ୍କ ପାଇଁ ଦିନଟି ଭଲ । ପ୍ରେମୀ ଯୁଗଳଙ୍କର ଦିନଟି ଭଲରେ ବିତିବ ।

ବିଛା: ପରିଶ୍ରମ କଲେ ଫଳ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ନିଷ୍ପତ୍ତି ନିଜେ ନିଅନ୍ତୁ । ଯୋଜନା ଅନୁସାରେ କାମ କରିବା ଭଲ । ସ୍ବାସ୍ଥ୍ୟପ୍ରତି ଅଣଦେଖା କରନ୍ତୁନି । ଷ୍ଟକ୍‌ ମାର୍କେଟ୍‌ ସହିତ ଜଡ଼ିତ ବ୍ୟକ୍ତିଙ୍କୁ ଲାଭ ମିଳିବ ।

ଆହୁରି ପଢ଼ନ୍ତୁ: ଆଜିଠୁ ନୂଆପାଞ୍ଜି: ଜାଣନ୍ତୁ ଏ ବର୍ଷ କେଉଁଠି ହେବ ବାତ୍ୟା, ଭୂମିକମ୍ପ...ଓଡ଼ିଶା ଉପରେ କ’ଣ ରହିବ ପ୍ରଭାବ

ଧନୁ: ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ । ପିଲାମାନଙ୍କ ନକାରାତ୍ମକ ଗତିବିଧିକୁ ନେଇ ଚିନ୍ତାରେ ରହିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଲୋକସମ୍ପର୍କ ବଢ଼ିବ । ଅଫିସ୍‌ ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ ।

ମକର: ଯୁବପିଢ଼ିଙ୍କ ପାଇଁ ଦିନଟି ଭଲ ରହିବ । ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତିବ । ବୈବାହିକ ସମ୍ପର୍କରେ ମଧୁରତା ଆସିବ । ମହିଳାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

କୁମ୍ଭ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଅଟକି ଥିବା ଅର୍ଥ ଫେରିପାଇବେ । ଅତିଥି ସତ୍କାରରେ ଦିନ ବିତିବ । କର୍ମଚାରୀଙ୍କ ପାଇଁ ଦିନଟି ଭଲ । ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ।

ମୀନ: ପରିବାର ପାଇଁ ସମୟ କାଢ଼ନ୍ତୁ । ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ । କର୍ମକ୍ଷେତ୍ରରେ କାର୍ଯ୍ୟର ଚାପ ବଢ଼ିବ । ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି । ଶାରୀରିକ ପରିଶ୍ରମ କରନ୍ତୁ ।

Share this story

World Odia Language Conferene