ଆଜିଠୁ ନୂଆପାଞ୍ଜି: ଜାଣନ୍ତୁ ଏ ବର୍ଷ କେଉଁଠି ହେବ ବାତ୍ୟା, ଭୂମିକମ୍ପ...ଓଡ଼ିଶା ଉପରେ କ’ଣ ରହିବ ପ୍ରଭାବ

What the new Panji reveals after Pana Shankranti

ଓଡ଼ିଆ ଗସିପ ବ୍ୟୁରୋ: ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଗତ ସୁକ୍ରବାର ଯାଇଛି । ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ବିଶେଷତ୍ୱ ହେଲା, ଏହିଦିନ ସୂର୍ଯ୍ୟ କକ୍ଷ ପଥରେ ଯେଉଁ କଳ୍ପିତ ବିନ୍ଦୁରେ ପହଞ୍ଚନ୍ତି ତାହା ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ ।

ପଣା ସଂକ୍ରାନ୍ତି ଅବସରରେ ପ୍ରତିଟି ଓଡ଼ିଆଙ୍କ ଘରେ ବିଭିନ୍ନ ପଣା ପ୍ରସ୍ତୁତ କରାଯାଇଥାଏ । ବୃନ୍ଦାବତୀ ମୂଳରେ ପଣା ପୂଜା କରାଯାଏ । ସେପଟେ ଏହି ଦିନକୁ ହନୁମାନ ଜୟନ୍ତୀ ଭାବେ ପାଳନ କରାଯାଇଥାଏ । ବୀର ବଜରଙ୍ଗଙ୍କ ଜନ୍ମୋତ୍ସବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥାଏ । ସେହିପରି ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।

ମହାବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ହୋଇଛି । ଶ୍ରୀମନ୍ଦିରରେ ସକାଳଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନସିଂହାସନକୁ ଅଣାଯାଇ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯିବ ।

ଆହୁରି ପଢ଼ନ୍ତୁ: ଏହି ୩ଟି ସଙ୍କେତରୁ ଜାଣନ୍ତୁ ଆପଣଙ୍କ ରାଶିରେ ଅଛି କି କାଳସର୍ପ ଦୋଷ?

ପରେ ବିମାନରେ ଶ୍ରୀ ହନୁମାନ ଶ୍ରୀମନ୍ଦିରର ପୂର୍ବ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ବିଜେ କରିବା ପରେ ପୂଜାର୍ଚ୍ଚନା କରାଯିବ। ତା’ପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ ମହାବୀରଙ୍କ ନିକଟକୁ ବିଜେ କରିବାର ପରମ୍ପରା ରହିଛି ।

ସେପଟେ ଆଜିଠୁ ନୂତନ ପଞ୍ଜିକା ପ୍ରଚଳନ କରାଯାଇଥାଏ । ଦୋଳ ପୂର୍ଣ୍ଣିମାରେ ପଞ୍ଜିକା ପଠନ କରାଯାଇଥିଲା । ମୁକ୍ତିମଣ୍ଡପ ଓ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି ପଞ୍ଜିକାକୁ ସ୍ୱୀକୃତି ଦିଆଯାଇଛି । ନୂତନ ପଞ୍ଜିକାରେ ଯାନି ଯାତ୍ରା, ତିଥି ବାରର ପଞ୍ଚାଙ୍ଗ ସହ ବ୍ରତୋପନୟନ, ଘର ପ୍ରତିଷ୍ଠା ଓ ବିବାହ, ଶୁଭ ମୂହୁର୍ତ୍ତ ଆଦି ଉଲ୍ଲେଖ ରହିଛି । ନୂତନ ପଞ୍ଜିକାକୁ ନେଇ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ପ୍ରତିକ୍ରିୟା ରଖିଛନ୍ତି ।

ଜାଣନ୍ତୁ, ନୂତନ ପଞ୍ଜିକାରେ କ’ଣ ରହିଛି...

- ଚଳିତ ବର୍ଷ ବିଶ୍ୱ ସ୍ତରରେ ରାଜନୈତିକ ସ୍ତରରେ ଅସ୍ଥିରତା ଦେଖାଯିବ ।

ଆହୁରି ପଢ଼ନ୍ତୁ: ଜାହଲାଦ ସ୍ୱାମୀ ! ସ୍ତ୍ରୀ ସରକାରୀ ନର୍ସ ଚାକିରି କରିବାକୁ କହିବାରୁ କାଟିଦେଲା ହାତ

- ବିଶ୍ୱର ଦକ୍ଷିଣ ଭାଗରେ ଭୂମିକମ୍ପ, ବାତ୍ୟା ଓ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି ।

- ଭାରତରେ ମଧ୍ୟ ରାଜନୈତିକ ଅସ୍ଥିରତା ଦେଖାଯିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

- ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ହେବ । ତେବେ ସରକାରଙ୍କ ପ୍ରଚେଷ୍ଟା ଯୋଗୁ ଆତଙ୍କାବଦ କାର୍ଯ୍ୟକଳାପକୁ ପ୍ରତିହିତ କରାଯାଇପାରିବ ।

- ଓଡ଼ିଶାର ଗଜପତି, ବାରିପଦା, ବାଲେଶ୍ୱର ଓ କଟକ ଇତ୍ୟାଦି ଉପକୂଳ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଫଳରେ ଫସଲ ମଧ୍ୟ ଭଲ ହେବ ।

- ଓଡ଼ିଶାରେ ମଧ୍ୟ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇପାରେ । ନୂତନ ପାର୍ଟି ଗଠନ ହେବାର ସଂଭାବନା ରହିଛି ।

- ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ କ୍ଷେତ୍ରରେ ଭଲ ରହିବ ।

Share this story

World Odia Language Conferene