ଜାହଲାଦ ସ୍ୱାମୀ ! ସ୍ତ୍ରୀ ସରକାରୀ ନର୍ସ ଚାକିରି କରିବାକୁ କହିବାରୁ କାଟିଦେଲା ହାତ

man cut wifes hand for nursing job

ଓଡ଼ିଆ ଗସିପ ବ୍ୟୁରୋ: ମହିଳାଙ୍କ ହାତ କାଟିଦେଲେ ସ୍ୱାମୀ । ସ୍ତ୍ରୀର ସରକାରୀ ଚାକିରି ରୋକିବାକୁ ଯାଇ ସ୍ୱାମୀ ଏପରି ବର୍ବରକାଣ୍ଡ ଘଟାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୬ ବର୍ଷୀୟା ମହିଳା ରେନୁ ଖଟୁନଙ୍କ ସହ ଏହି ଘଟଣା ଘଟିଛି । ଯିଏକି ବର୍ତ୍ତମାନ ବର୍ଡୱାନର ପ୍ରୋମୋଟ୍ସ ଟ୍ରେନିଂ ସ୍କୁଲରେ ନର୍ସ ଭାବରେ କାର୍ଯ୍ୟ କରୁଛନ୍ତି ।

ସମ୍ପୂର୍ଣ୍ଣ ଘଟଣା ଜାଣିଲେ ନିଶ୍ଚୟ ଅପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଗତବର୍ଷ ସ୍ତ୍ରୀଙ୍କ ଚାକିରି କରିବାକୁ ନେଇ ସ୍ୱାମୀ ଏପରି କାଣ୍ଡ କରିଥିବାବେଳେ ଚଳିତ ବର୍ଷ ରେନୁ ଚାକିରି କରିଛନ୍ତି । ସୂଚନା ମୁତାବକ ଜୁନ୍ ୨୦୨୨ରେ ଏହି କାଣ୍ଡ ଘଟିଥିଲା । ମହିଳା ଜଣକ ଶୋଇଥିବା ସମୟରେ ତାଙ୍କ ସ୍ୱାମୀ ତାଙ୍କର ଡାହାଣ ହାତକୁ କାଟି ଦେଇଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ କୋଭିଡରେ ଆଉ ଜଣକର ମୃତ୍ୟୁ; ଦିନକରେ ୨୫୮ ନୂଆ ପଜିଟିଭ୍‌ ଚିହ୍ନଟ

କାରଣ ମହିଳାଙ୍କ ସ୍ୱାମୀ ତାଙ୍କ ଚାକିରି କରିବାକୁ ପସନ୍ଦ କରୁନଥିଲେ । ହେଲେ ମହିଳା ସରକାରୀ ନର୍ସ ଚାକିରି କାରିବକୁ ଚାହୁଁଥିଲେ । ଫଳରେ ସ୍ୱାମୀ ରାଗିଯାଇ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଛି ।

ଏପରି ଏକ ଅଭାବନୀୟ ଘଟଣା ପଶ୍ଚିମବଙ୍ଗର ବର୍ଦ୍ଧମାନରୁ ଆସିଥିବାବେଳେ ମହିଳା ଜଣକ ବର୍ତ୍ତମାନ କୃତ୍ରିମ ହାତ ଲାଗାଇବା ସହ ଏକ ନୂତନ ଚାକିରି ମଧ୍ୟ ପାଇଛନ୍ତି ।

ସ୍ୱାମୀ ମହିଳାଙ୍କ ହାତ କାଟିଦେବା ପରେ ସେ ନିଜର ସ୍ୱପ୍ନକୁ ଛାଡ଼ିନଥିଲେ । ବାମ ହାତରେ ଲେଖିବା ଶିଖିବା ଆରମ୍ଭ କରିଥିଲେ । ପରେ ପରେ ତାଙ୍କର ତାଲିମ ସରିବା ପରେ ଦୁଇ ସପ୍ତାହ ମଧ୍ୟରେ ପୂର୍ବ ବର୍ଡୱାନର ମୁଖ୍ୟ ଚିକିତ୍ସା ଅଧିକାରୀ (CMOH)ଙ୍କ କାର୍ଯ୍ୟାଳୟରେ ଷ୍ଟାଫ୍ ନର୍ସ ଭାବରେ କାର୍ଯ୍ୟ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ୫ଶହ ଫୁଟ୍ ତଳକୁ ଖସିଲା ବସ୍, ୧୩ ମୃତ ଓ ୨୫ରୁ ଅଧିକ ଆହତ

ପୂର୍ବରୁ ରେନୁଙ୍କ ଚିକିତ୍ସା ସମୟରେ ରାଜ୍ୟ ମହିଳା ଆୟୋଗ ଦଳ ତାଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ କୃତ୍ରିମ ହାତ ପାଇଁ ନିବେଦନ କରିଥିଲେ । ଯାହା ବର୍ତ୍ତମାନ ସେ ଗ୍ରହଣ କରିଛନ୍ତି । ବର୍ତ୍ତମାନ ରେନୁ ଚାକିରି ପାଇବା ସହ ତାଙ୍କର ସ୍ୱପ୍ନକୁ ସାକାର କରିପାରିଥିବାରୁ ଖୁସି ଅଛନ୍ତି ।

Share this story

World Odia Language Conferene