ରାଜ୍ୟରେ କୋଭିଡରେ ଆଉ ଜଣକର ମୃତ୍ୟୁ; ଦିନକରେ ୨୫୮ ନୂଆ ପଜିଟିଭ୍‌ ଚିହ୍ନଟ

another person died of corona virus

ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟରେ କୋଭିଡ ରେ ଆଉ ଜଣକର ମୃତ୍ୟୁ । ମୃତକ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ର ଜଣେ ମହିଳା । ତାଙ୍କୁ ୬୫ ବର୍ଷ ହେଉଥିଲା । କୋଭିଡ ସହିତ ତାଙ୍କର ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା । ଗତ ୨୪ ଘଣ୍ଟାର ରିପୋର୍ଟ ଅନୁସାରେ ରାଜ୍ୟରେ ୨୫୮ ପଟିଜିଭି ଚିହ୍ନଟ ହୋଇଛନ୍ତି । ଏହି ସମୟ ଭିତରେ ୬ ହଜାରରୁ ଅଧିକ ସାମ୍ପୁଲ ପରୀକ୍ଷା କରାଯାଇଥିଲା । ରାଜ୍ୟରେ ଏବେ ଆକଟିଭ୍‌ କେସ୍ ୧ ହଜାର ୧୮୬ ରହିଛି । ଏହି ସମୟ ଭିତରେ ୧୭୩ ଜଣ ସୁସ୍ଥ ହୋଇଛନ୍ତି ।

କଟକ ଏସ୍‌ସିବି ମେଡିକାଲ୍‌ରେ କୋଭିଡ୍ ଜନିତ ମୃତ୍ୟୁ ଅଭିଯୋଗକୁ ମେଡିକାଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ବହୁବିଧ ରୋଗରେ ଓ ବୟସାଧିକ କାରଣରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ରେଜିଷ୍ଟ୍ରାର କହିଛନ୍ତି । କୋଭିଡ୍ ପଜିଟିଭ୍ ପରେ ପୁରୀ ର ୮୦ ବର୍ଷୀୟ ବୃଦ୍ଧଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ୫ଶହ ଫୁଟ୍ ତଳକୁ ଖସିଲା ବସ୍, ୧୩ ମୃତ ଓ ୨୫ରୁ ଅଧିକ ଆହତ

ସୂଚନାଥାଉ କି, ସମ୍ପୃକ୍ତ ବୃଦ୍ଧ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ପରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ବୁଧବାର ଦିନ କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ କଟକ ଏସ୍‌ସିବି ମେଡିକାଲ୍‌କୁ ରେଫର କରାଯାଇଥିଲା । ତେବେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା ।

ଚଳିତ ବର୍ଷ ଏସ୍‌ସିବି ମେଡିକାଲକୁ ମୋଟ୍‌ ୩ ଜଣ କୋଭିଡ୍‌ ଆକ୍ରାନ୍ତ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଡିସ୍‌ଚାର୍ଜ ହୋଇଛନ୍ତି । ଏବେବି ଜଣେ ଚିକିତ୍ସିତ ହେଉଛନ୍ତି । ତେବେ ବୃଦ୍ଧଙ୍କର କୋଭିଡରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ପରେ ଏନେଇ ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି । ଏହା କୋଭିଡ୍ ଜନିତ ମୃତ୍ୟୁ ନୁହେଁ ବୋଲି ମେଡିକାଲ୍‌ କର୍ତ୍ତୃପକ୍ଷ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଘଟଗାଁ ମା’ ତାରିଣୀଙ୍କ ପୀଠରେ ଜମୁଛି ପ୍ରସିଦ୍ଧ ଚଇତି ପର୍ବ; ଆଜିଠୁ ସାତ ଦିନ ସୁନାବେଶରେ ଦର୍ଶନ ଦେବେ ମା’

ସେହିପରି ଆଜି ଦେଶରେ ୨୪ ଘଣ୍ଟାରେ ୧୧,୧୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୪୯ ହଜାର ୬୨୨କୁ ବୃଦ୍ଧି ପାଇଛି । ଦେଶରେ ଦୁଇଗୁଣା ହୋଇଛି କରୋନା ସଂକ୍ରମଣ । କିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଉପରେ ରହୁଥିବା ବେଳେ, ଦୁଇ ଦିନ ହେବ ୧୦ ହଜାର ପାର୍ ହୋଇଛି ସଂକ୍ରମଣ । ଗତକାଲି ୨୪ ଘଣ୍ଟାରେ ଦେଶରେ ୧୦ ହଜାର ୧ଶହ ୫୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ବିଶେଷଜ୍ଞମାନଙ୍କ କହିବା କଥା ଏହା କରୋନାର ଏକ ‘ଫ୍ରେଶ ୱେଭ’ ଭଳି ଲାଗୁ ନାହିଁ । ଏହା ଏକ ‘ଏଣ୍ଡେମିକ ସାଇକେଲ୍’ ଭଳି ଲାଗୁଛି । ଆଉ ୧୦/୧୨ ଦିନ ପର୍ଯ୍ୟନ୍ତ ସଂକ୍ରମଣ ହାର ବଢ଼ିବ । ତା’ପରେ ଏହା ଧୀରେ ଧୀରେ ହ୍ରାସ ପାଇବ। ସଂକ୍ରମଣ ବଢ଼ିବା ସତ୍ତ୍ୱେ ବହୁତ କମ୍ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଆଶା କରାଯାଉଛି ଆଗାମୀ ଦିନରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିବ ।

Share this story

World Odia Language Conferene