ଘଟଗାଁ ମା’ ତାରିଣୀଙ୍କ ପୀଠରେ ଜମୁଛି ପ୍ରସିଦ୍ଧ ଚଇତି ପର୍ବ; ଆଜିଠୁ ସାତ ଦିନ ସୁନାବେଶରେ ଦର୍ଶନ ଦେବେ ମା’

Maa Tarini Chaiti Parba to continue for seven days in Ghantagaon

ଓଡ଼ିଆ ଗସିପ ବ୍ୟୁରୋ: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ଚାଲିଛି ମା’ଙ୍କ ୮୭ ତମ ଚଇତି ପର୍ବ । ଦୁଇ ବର୍ଷରେ ବିନା କୋଭିଡ କଟକଣାରେ ପର୍ବ ପାଳନ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖବାକୁ ମିଳିଛି ।

ଏହି ପର୍ବରେ ମା’ ୭ ଦିନ ଧରି ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ବିଶ୍ୱାସ ଅଛି ମା’ଙ୍କ ଏହି ସୁନାବେଶ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଚଇତି ପର୍ବର ଶେଷ ଦିନରେ ପାଳନ କରାଯାଇଥାଏ ମହାବିଷୁବ ପଣା ସଂକ୍ରାନ୍ତି ।

ଆହୁରି ପଢ଼ନ୍ତୁ : ଗାଈ ଫାର୍ମରେ ଭୟଙ୍କର ବିସ୍ଫୋରଣ, ନିଆଁରେ ପୋଡି ପାଉଁଶ ହୋଇଗଲେ ୧୮ ହଜାର ଗାଈ

ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨ ପ୍ଲାଟୁନ ପୋଲିସ ଫୋର୍ସ, ୨୦ ଜଣ ଅଫିସର ୫୦ ଜଣ ହୋମଗାର୍ଡ ମୁତୟନ ହୋଇଛନ୍ତି । ଏଥିସହିତ ୪୦ଜଣ ପୂଜକ ମଧ୍ୟ ନିୟୋଜିତ ହୋଇଛନ୍ତି ।

ସକାଳ ୫ଟାରୁ ଭକ୍ତଙ୍କ ପାଇଁ ମନ୍ଦିର ଦ୍ବାର ଫିଟା ରହିଛି । ଆଲୋକମାଳାରେ ମନ୍ଦିର ସଜ୍ଜା ଯାଇଥିବା ବେଳେ ଖରା ପାଇଁ ଛାଉଣି କରାଯାଇଛି । ଉକ୍ତଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

Share this story

World Odia Language Conferene