ଗାଈ ଫାର୍ମରେ ଭୟଙ୍କର ବିସ୍ଫୋରଣ, ନିଆଁରେ ପୋଡି ପାଉଁଶ ହୋଇଗଲେ ୧୮ ହଜାର ଗାଈ

18 thousands cow charred to death in an explosion

ଓଡ଼ିଆ ଗସିପ ବ୍ୟୁରୋ: ଆମେରିକାର ପଶ୍ଚିମ ଟେକ୍ସାସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏକ ଗାଈଫାର୍ମରେ ଭୟଙ୍କର ବିସ୍ଫୋରଣ ଘଟି ୧୮ହଜାରରୁ ଅଧିକ ଗାଈଙ୍କର ମୃତ୍ୟୁ ହୋଇଛି । ଆମେରିକାରେ ଏହା ପ୍ରଥମ ଘଟଣା ଯେଉଁଥିରେ ଏତେ ପରିମାଣର ଗାଈଙ୍କର ମୃତ୍ୟୁ ହୋଇଛି ।

ରୟଟର୍ସର ରିପୋର୍ଟ ମୁତାବକ ଏହି ବିସ୍ଫୋରଣ ସୋମବାର ଦିନ ଟେକ୍ସାସ ସ୍ଥିତ ଡିମିଟ ଦକ୍ଷିଣ ଫୋର୍କ ଗାଈ ଫାର୍ମରେ ଏହି ବିସ୍ଫୋରଣ ହୋଇଥିଲା । ଏକ କୋଠାରେ ନିଆଁଲାଗିବା ପରେ ଏହି ନିଆଁ ଫାର୍ମକୁ ବ୍ୟାପୀ ଯାଇଥିଲା ।

ଆହୁରି ପଢ଼ନ୍ତୁ : ସ୍ୱପ୍ନରେ ଆପଣ ହାତରୁ ଖସିପଡୁଛି କି ଏହି ଜିନିଷ; ସାବଧାନ! ଆସିପାରେ ବଡ଼ ବିପଦ

ରୟଟର୍ସର ରିପୋର୍ଟ ମୁତାବକ ଏହି ଫାର୍ମଟି ଏକ ବ୍ୟକ୍ତିଗତ ଲୋକର ଥିଲା । ଏହା ଟେକ୍ସାସର ସବୁଠାରୁ ବଡ ଦୁଗ୍ଧ ଉତ୍ପାଦନକାରୀ ଫାର୍ମ ଥିଲା । ଖବର ପାଇଁ ଦମକଳ ବାହିନୀ ସେଠାରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ବି ୧୮ହଜାର ଗାଈଙ୍କର ମୃତ୍ୟୁ ହୋଇସାରିଥିଲା । ହେଲେ ଏପର୍ଯ୍ୟନ୍ତି ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ ।

୨୦୧୩ ମସିହାରୁ ପଶୁ ମଙ୍ଗଳ ସଂସ୍ଥା ଏଭଳି ଘଟଣା ଉପରେ ନଜର ରଖିଛି । ଏଥିରୁ ଜଣାପଡିଛି କି, ଗତ ୧୦ ବର୍ଷ ମଧ୍ୟରେ ନିଆଁ ଲାଗିବା କାରଣରୁ ୬୫ଲକ୍ଷ ପଶୁଙ୍କର ମୃତ୍ୟୁ ହୋଇଛି । ଏଥିରୁ ସର୍ବାଧିକ କୁକୁଡାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

Share this story

World Odia Language Conferene