ଭାରସାମ୍ୟ ହରାଇ ୫ଶହ ଫୁଟ୍ ତଳକୁ ଖସିଲା ବସ୍, ୧୩ ମୃତ ଓ ୨୫ରୁ ଅଧିକ ଆହତ

road accident kills 13 people on spot

ଓଡ଼ିଆ ଗସିପ ବ୍ୟୁରୋ: ମହାରାଷ୍ଟ୍ର ପୁଣେରେ ଭୟଙ୍କର ଦୁର୍ଘଟଣା । ରାୟଗଡ଼ ଖୋପୋଲିରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ୫ଶହ ଫୁଟ ଖାଇକୁ ଖସିଲା ବସ୍ ।

ବସରେ ୪୦ରୁ ଅଧିକ ଯାତ୍ରୀ ଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ୨୫ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଏକୁଟିଆ ବେଳେ ଛାତ୍ରୀଙ୍କୁ ଡାକୁଥିଲେ ରସିକିଆ ପ୍ରିନ୍ସିପାଲ୍; ନିର୍ଯାତନାର କାହାଣୀ ବଖାଣିଲେ ଦୁଇ ଛାତ୍ରୀ

ସୂଚନା ଅନୁସାରେ ବସଟି ମୁମ୍ବାଇରୁ ପୁଣେ ଯାଉଥିଲା । ଭୋର ୪ଟା ୩୦ରେ ଲୋନାବାଲା ନିକଟ ଖଣ୍ଡାଲା ଘାଟ ଅଞ୍ଚଳରେ ଥିବା ସିନ୍ଦୋପା ମନ୍ଦିର ନିକଟରେ ରାସ୍ତା ସାଇଡ ୱାଲ୍ ଭାଙ୍ଗି ଖାଇକୁ ଖସି ପଡ଼ିଥିଲା ବସ୍ ।

ସ୍ଥାନୀୟ ଲୋକ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛି । କ୍ରେନ୍ ସାହାଯ୍ୟରେ ଖାଇରୁ ବସକୁ କଢ଼ାଯାଉଥିବା ବେଳେ ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି ।

Share this story

World Odia Language Conferene