ଭାରତୀୟ ସେଲିବ୍ରିଟିଙ୍କ ବ୍ୟାବସାୟିକ କେନ୍ଦ୍ର ପାଲଟୁଛି ଦୁବାଇ, ଚଳିତ ବର୍ଷ କରିପାରନ୍ତି ୭ ଲକ୍ଷ କୋଟିର ନିବେଶ

celebriety used to invest in Dubai

ଓଡ଼ିଆ ଗସିପ ବ୍ୟୁରୋ: ଦିନେ ମରୁଭୂମି ଥିବା ଦୁବାଇ ଏବେ ବିକାଶର ଶିଖର ଛୁଇଁଛି। ପର୍ଯ୍ୟଟନ ହେଉ ଅବା ବ୍ୟବସାୟ ସବୁଥିରେ ଏହି ସହର ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏବେ ଏହା ଭାରତୀୟ ସେଲିବ୍ରିଟିଙ୍କ ବ୍ୟବସାୟିକ କେନ୍ଦ୍ର ବନିଯାଇଛି ।

ଗତ ତିନି ବର୍ଷ ମଧ୍ୟରେ ଶାହାରୁଖ ଖାନ, ବିବେକ ଓବରୟ ଏବଂ ସାନିଆ ମିର୍ଜା ନିଜ ବ୍ୟବସାୟ ଦୁବାଇ ଗସ୍ତ କରିଛନ୍ତି । ଏଠାରେ ଭାରତୀୟ ସେଲିବ୍ରିଟି ରିୟଲ ଇଷ୍ଟେଟ, ଅଳଙ୍କାର, ହୋଟେଲ, ସ୍ପୋର୍ଟ୍ସ ଏକାଡାମୀଠାରୁ ନେଇ ଅଭିନୟ ସ୍କୁଲ ମଧ୍ୟ ଚଲାଉଛନ୍ତି । ଚଳିତ ବର୍ଷ ଦୁବାଇରେ ଭାରତୀୟ ନିବେଶ ୭ ଲକ୍ଷ କୋଟି ଛୁଇଁବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ : ନାବାଳକକୁ ଚୁମ୍ବନ ଦେବା ସହ ଜିଭ ଚାଟିବାକୁ କହିଲେ ଧର୍ମ ଗୁରୁ ଦଲାଇ ଲାମା, ଭିଡିଓ ହେଲା ଭାଇରାଲ...

୨୦୨୨ରେ ଏହା ୪.୬୭ ଲକ୍ଷ କୋଟି ଟଙ୍କା ଏବଂ ୨୦୨୧ରେ ୩.୬୯ ଲକ୍ଷ କୋଟି ଟଙ୍କା ଥିଲା । ଟିକସ ରିଆତି ମିଳୁଥିବାରୁ ଏହି ସହର ବ୍ୟବସାୟୀଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି । ଏଠାକାର ୯୩ ଲକ୍ଷ ଲୋକଙ୍କ ମଧ୍ୟରେ ୩୮ ଲକ୍ଷ ଭାରତୀୟ ସାମିଲ ଅଛନ୍ତି ।

ସୂଚନା ଅନୁଯାୟୀ ଅଭନେତ୍ରୀ ପ୍ରୀତି ଝଙ୍ଗିୟାନୀ ଦୁବାଇରେ ଆର୍ମ୍ସ ରେସଲିଂର ପ୍ରୋ ପଞ୍ଜା ଲିଗ୍‌ ଆରମ୍ଭ କରିବାକୁ ଯାଉଛନ୍ତି । ରାକ୍ଷୀ ସାୱନ୍ତ ଦୁବାଇରେ ଅଭିନୟ ସ୍କୁଲ ଖୋଲିଛନ୍ତି । ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ନିଜ ବ୍ୟବସାୟକୁ ଦୁବାଇ ସ୍ଥାନାନ୍ତର କରିଛନ୍ତି । ଏଠାରେ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ରେସ୍ତୋରାଁ ରହିଛି । ସୁସ୍ମିତା ସେନ ଦୁବାଇ ମଲ୍‌ରେ ଅଳଙ୍କାର ସୋରୁମ ଖୋଲିଛନ୍ତି । ଶାହାରୁଖ ଖାନ୍‌ ପତ୍ନୀ ଗୌରୀ ଖାନଙ୍କ ସହ ଦୁବାଇରେ ହାଉସିଂ ଏବଂ ରିୟଲ ଇଷ୍ଟେଟର ବ୍ୟବସାୟ ଚଲାଉଛନ୍ତି ।

ଆହୁରି ପଢ଼ନ୍ତୁ : କାହିଁକି ହୁଏ ଦୁର୍ଘଟଣା, କ'ଣ ରହିଥାଏ ଏହା ପଛରେ ଦୋଷ; ରାହୁଙ୍କ କୋପ ଦୃଷ୍ଟିରୁ ଏମିତି ବଞ୍ଚନ୍ତୁ...

ପ୍ରାୟ ୬୬ ଅରବ ଟଙ୍କା ନିବେଶ କରିଥିବା ଏକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଦୁବାଇ ଇନଭେଷ୍ଟମେଣ୍ଟ ପାର୍କର ୨୩ ଲକ୍ଷ ବର୍ଗ ଫୁଟ ସ୍ଥାନରେ ଏହି ଇଷ୍ଟେଟକୁ ବିକଶିତ କରାଯାଉଛି ।

ବିବେକ ଓବରୟ ଦୁବାଇର ବ୍ରିକ୍ସ ଆଣ୍ଡ ଉଡ ନାମକ କମ୍ପାନୀ ସହିତ ସହଭାଗିତାରେ ୮ଟି ରିୟଲ ଇଷ୍ଟେଟ ପ୍ରକଳ୍ପରେ କାମ କରୁଛନ୍ତି । ସେ ଏଜୁକେସନ ଷ୍ଟାର୍ଟଅପ୍‌ ଆଇସ୍କଲାର ମଧ୍ୟ ଲଞ୍ଚ କରିଛନ୍ତି । ସାନିଆ ମିର୍ଜା ଦୁବାଇ ଅଲ ମନଖୁଲ ଏବଂ ଜୁମେରାହ ଲେକ ଟାୱାର୍ସରେ ୨ଟି ଟେନିସ ଏକାଡେମି ଆରମ୍ଭ କରିଛନ୍ତି ।

Share this story

World Odia Language Conferene