ନାବାଳକକୁ ଚୁମ୍ବନ ଦେବା ସହ ଜିଭ ଚାଟିବାକୁ କହିଲେ ଧର୍ମ ଗୁରୁ ଦଲାଇ ଲାମା, ଭିଡିଓ ହେଲା ଭାଇରାଲ...

Dalai Lama kisses minor on public video goes viral

ଓଡ଼ିଆ ଗସିପ ବ୍ୟୁରୋ: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓକୁ ନେଇ ବିବାଦ ଦେଖାଦେଇଛି । ଦଲାଇ ଲାମାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଜଣେ ନାବାଳକର ଓଠକୁ ଚୁମ୍ବନ ଦେବା ସ‌ହ ତାଙ୍କ ଜିଭ ଚାଟିବାକୁ କହୁଥିବା ଦେଖିବାକୁ ମିଳୁଛି ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ନାବାଳକ ଜଣକ ପ୍ରଥମେ ଦଲାଇ ଲାମାଙ୍କୁ ପ୍ରଣାମ କରୁଛି । ଏହାପରେ ଦଲାଇ ଲାମା ପିଲାଟିର ଓଠକୁ ଚୁମ୍ବନ ଦେଉଛନ୍ତି ଏବଂ ନିଜ ଜିଭ ବାହାର କରି ତାହାକୁ ଚାଟିବାକୁ ପିଲାଟିକୁ କହୁଛନ୍ତି । ଏହି ଭିଡ଼ିଓ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ : ହାତୀ ଶାବକ’ର ମୃତଦେହ ନିକଟରେ ଜଗି ରହିଛି ମା ହାତୀ, ଛୁଆ ହାତୀ ଉଠିବା ଭାବି ଆଖିରୁ ଲୁହ ଗଡ଼ାଇ ଚାଲିଛି...

ମିଡିଆ ରିପୋର୍ଟ ଅନୁଯାୟୀ, ଚଣ୍ଡିଗଡ଼ରେ ଏକ ବୌଦ୍ଧ କାର୍ୟ୍ୟକ୍ରମରେ ଏହି ଘଟଣା ଘଟିଥିଲା । ସେଠାରେ ଦଲାଇ ଲାମା ଏକ ନାବାଳକକୁ ଚୁମ୍ବନ ଦେଇଥିଲେ, ଯାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ଜଣେ ୟୁଜର ଦୀପିକା ପୁଷ୍କର ନାଥ ଲେଖିଛନ୍ତି ଏହା ଅତ୍ୟନ୍ତ ଅଶୋଭନୀୟ ।

ଦଲାଇ ଲାମାଙ୍କ ଏପରି ଆଚରଣକୁ କେହି ଠିକ୍ ବୋଲି କହିବା ଉଚିତ୍ ନୁହେଁ । ଏହି ଭିଡିଓ ଉପରେ ଆପତ୍ତି ଉଠାଇ ଜସ ଓବରୟ ନାମକ ଅନ୍ୟ ଜଣେ ଟ୍ୱିଟର ୟୁଜର ଦଲାଇ ଲାମାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି, ମୁଁ ଏହା କ’ଣ ଦେଖୁଛି ? ଇଏ କ’ଣ ଦଲାଇ ଲାମା? ଏହା ଅତ୍ୟନ୍ତ ଘୃଣ୍ୟ ।”

ଆହୁରି ପଢ଼ନ୍ତୁ : କାଳବୈଶାଖୀ ବର୍ଷା ପାଇଁ ରାଜ୍ୟର ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି; ଅପରାହ୍ଣରେ ଝଡ଼ବର୍ଷା ସମ୍ଭାବନା

ତେବେ ‘ଜିଭ ଚୂଷିବା’ ପ୍ରସଙ୍ଗ ବିବାଦୀୟ ହେବାରୁ ଆଜି ତିବ୍ବତୀୟ ଅଧ୍ୟାତ୍ମିକ ନେତା ଦଲାଇ ଲାମା କ୍ଷମାଭିକ୍ଷା କରିଛନ୍ତି । ଏ ସଂକ୍ରାନ୍ତରେ ଆଜି ଦଲାଇ ଲାମାଙ୍କ ଅଫିସିଆଲ୍‌ ଟୁଇଟର୍‌ ହଣ୍ଡେଲ୍‌ରେ ପୋଷ୍ଟ୍‌ ହୋଇଥିବା ବିବୃତିରେ ଉଲ୍ଲେଖ ଅଛି: ସେ ତାଙ୍କୁ କୋଳେଇ ନେବେ କି ବୋଲି ଜଣେ ବାଳକ ନିକଟ ଅତୀତରେ ଗୋଟାଏ ସଭାରେ ଦଲାଇ ଲାମାଙ୍କୁ ପଚାରୁ ଥିବାର ଦୃଶ୍ୟ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି ।

ଦେଖନ୍ତୁ ଭିଡ଼ିଓ :


ଏଥିରେ ଦଲାଇ ଲାମା କହିଥିବା କଥା ଆଘାତ ଦେଇଥିବାରୁ ‌ଉକ୍ତ ବାଳକ, ତା’ ପରିବାରବର୍ଗ ଓ ବିଶ୍ବରେ ଥିବା ତାଙ୍କର (ଦଲାଇ ଲାମା) ଅନେକ ବନ୍ଧୁଙ୍କୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ସର୍ବସାଧାରଣରେ ହେଉ କି, କ୍ୟାମେରା ସମ୍ମୁଖରେ ହେଉ, ଭେଟୁଥିବା ଅନେକ ଲୋକଙ୍କୁ ସବୁବେଳେ କୌତୁକରେ ଏମିତି ଚଡ଼ାନ୍ତି । ଏ ଘଟଣା ପାଇଁ ସେ ଦୁଃଖପ୍ରକାଶ କରିଛନ୍ତି ।

Share this story

World Odia Language Conferene