ହାତୀ ଶାବକ’ର ମୃତଦେହ ନିକଟରେ ଜଗି ରହିଛି ମା ହାତୀ, ଛୁଆ ହାତୀ ଉଠିବା ଭାବି ଆଖିରୁ ଲୁହ ଗଡ଼ାଇ ଚାଲିଛି...

Mother elephant wait for calf who is dead now

ଓଡ଼ିଆ ଗସିପ ବ୍ୟୁରୋ: କୋଇଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁସୁମଡ଼ିହି ଗ୍ରାମ ମୁଣ୍ଡା ସହି ନିକଟରେ ତିନି ରୁ ଚାରି ବର୍ଷୀୟ ହାତୀ ଶାବକର ମୃତ୍ୟୁ ଦେହ ଠାବ ହୋଇଛି । କିଛି ଦିନ ପୂର୍ଵରୁ ବନବିଭାଗର କର୍ମଚାରୀ ଓ ପ୍ରାଣୀ ଚିକିତ୍ସକଙ୍କ ମିଳିତ ଉଦ୍ୟମରେ ହାତୀ ଶାବକଟିର ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ଛୁଆହାତୀଟିକୁ ଜଙ୍ଗଲରେ ଛଡାଯାଇଥିବା ବେଳେ ଆଜି ତାର ମୃତ୍ୟୁ ହୋଇଛି ।

ଆଜି ସକାଳେ କୁସୁମୁଣ୍ଡି ଗାଁର କିଛି ମହିଳା ଜଙ୍ଗଲ ମଧ୍ୟ ଦେଇ ଯାଉଥିବା ବେଳେ ଏକ ହାତୀ ଛୁଆ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ଏଥିସହ ତା’ ଆଖପାଖରେ ଏକ ହାତୀ ବୁଲୁଥିବା ଦେଖି ଭୟଭୀତ ହୋଇ ଫେରି ଆସିଲେ ।

ଖବର ପାଇ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀ ଛୁଆଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗର ଟିମ୍ ପହଞ୍ଚି ହାତୀ ଉପରେ ନଜର ରଖିଛନ୍ତି । ତେବେ ମୃତ ଛୁ୍ଆହାତୀ ନିକଟରେ ତାର ମା ହାତୀଟି ଜଗି ରହିଛି । ଛୁଆଟି ଉଠିଯିବ ଭାବି ତା’ ପାଖ ଛାଡ଼ି ବି ଯାଉନି ।

ଛୁଆ ପାଖେପାଖେ ମା’ଟି ଘୁରି ବୁଲୁଥିବା ବେଳେ କେତେବେଳେ ଜଙ୍ଗଲକୁ ପଳାଉଛି, ପୁଣି କେତେବେଳେ ନିଜ ଛୁଆକୁ ଆସି ଦେଖିଦେଉଛି । ମୃତ ଶାବକ ନିକଟରେ ତା ମା ହାତୀ ଟି ଜଗି ରହିଥିବାରୁ ବନବିଭାଗର କର୍ମଚାରୀ ମାନଙ୍କୁ ମୃତଦେହ ଟିକଟକୁ ଯିବାରରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।

ଅନ୍ୟପଟେ ବନ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ହାତୀ ଛୁଆର ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି । କିଛି ଦିନ ପୂର୍ବରୁ ଏହି ହାତୀ ଛୁଆଟି ଅସୁସ୍ଥ ଥିଲା । ବନ ବିଭାଗ ଚିକିତ୍ସା କରି ହାତୀ ଛୁଆକୁ ଛାଡ଼ି ଦେଇଥିଲେ ।

ହେଲେ ଏହାପରେ ହାତୀ ଛୁଆର ସ୍ବାସ୍ଥ୍ୟକୁ ନେଇ ବନ ବିଭାଗ ଧ୍ୟାନ ଦେଇ ନଥିଲା । ପ୍ରାଥମିକ ଚିକିତ୍ସା କରି ଯଦି ହାତୀ ଛୁଆକୁ ନଜର ରଖି ଅଧିକ ଚିକିତ୍ସା କରାଯାଇଥାନ୍ତା, ତେବେ ବୋଧହୁଏ ବଞ୍ଚିଯାଇଥାନ୍ତା ବୋଲି ସ୍ଥାନୀୟଲୋକମାନେ କହିଛନ୍ତି ।

Share this story

World Odia Language Conferene