ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ୍‌ , ମା’ ଓ ପୁଅ ମୃତ, ଅଳ୍ପକେ ବର୍ତ୍ତି ଗଲେ ୪ଜଣ
 

Mother-son killed in truck accident in Dhenkanal of Odisha
ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ୍‌
 

ଓଡ଼ିଆ ଗସିପ୍ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ହାବିରୋଡ ଥାନା ଅନ୍ତର୍ଗତ କୁଟୁରିଆ ଯାତ୍ରାପଡିଆରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଶୋଇଥିବା ବେଳେ ଏକ ଟ୍ରକ ମା’ ଓ ପୁଅଙ୍କ ଉପରେ ମାଡ଼ିଯାଇଛି। ଏହି ସମୟରେ ଅଳ୍ପକେ ୪ଜଣ ବର୍ତ୍ତି ଯାଇଛନ୍ତି। 

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ସୂଚନା ମୁତାବକ ସବୁଦିନପରି ଗତକାଲି ମଧ୍ୟ ଯାତ୍ରାପଡ଼ିଆରେ ବିଳମ୍ବିତ ରାତିରେ ରୁନୁ ପଧାନ ତାଙ୍କର ମାଆ ଚିତ୍ର ପଧାନ, ପୁଅ ଲିପୁ ପ୍ରଧାନଙ୍କ ସମେତ ୨ଟି ଛୁଆ ଓ କିଛି ଦୁରରେ ସ୍ବାମୀ ତ୍ରିନାଥ ପଧାନ ଶୋଇଥିଲେ। ଶୋଇଥିବା ବେଳେ ଟ୍ରକଟି ମାଆ ଓ ପୁଅଙ୍କ ଉପରେ ଚଢ଼ିଯାଇଥିଲା। 

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ମା’ ଓ ପୁଉଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପର୍ଜଙ୍ଗ ମେଡିକାଲରେ ମା’ର ମୃତ୍ୟୁ ଘଟିଥିବା ବେଳେ କାମାକ୍ଷାନଗର ମେଡିକାଲରେ ପୁଅ ମୃତ୍ୟୁ ଘଟିଛି। ମୃତକ ହେଲେ ମା’ ରୁନୁ ପଧାନ ଓ ପୁଅ ଲିପୁ ପଧାନ। 

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ଏମାନେ ସମସ୍ତଙ୍କ ଘର ବେଲବସନ୍ତ ଗ୍ରାମରେ ହୋଇଥିବା ବେଳେ ସେମାନେ ମୂଲ କରିବା ସହ ବିଭିନ୍ନ ଗ୍ରାମକୁ ଯାଇ ଘରଘର ବୁଲି ମାଗିକରି ଚଳିଥାନ୍ତ ଏବଂ ରାତିରେ ଆସି ଏହି ଯାତ୍ରାପଡ଼ିଆରେ ଶୋଇଥାଆନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଛି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରକ୍‌ ସହ ଡ୍ରାଇଭର ଫେରାର ହୋଇଥିବା ସୂଚନା ।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 

Share this story