ଧକ୍କା ଦେଲା 'ମୋ ବସ', ମରଣ ମୁହଁ ରୁ ବଞ୍ଚିଲେ କଟକ ଅତିରିକ୍ତ ଜିଲ୍ଲାପାଳ, ଏଠି ଭୁଲ କାହାର ?

Mo bus and ADM vehicle head on collision arise many questions

ଓଡ଼ିଆ ଗସିପ ବ୍ୟୁରୋ: ଏଡିଏମ୍‌ଙ୍କ ଗାଡ଼ି ମୋ-ବସ୍ ସହ ଦୁର୍ଘଟଣାଗ୍ରସ୍ତ ହେବା ପରଠାରୁ ଥମିବାରେ ନା ନେଉନି ବିବାଦ । ଏଠି ଭୁଲ କାହାର? କାହା ପାଇଁ ଘଟିଲା ଦୁର୍ଘଟଣା? ଏହାକୁ ନେଇ ଚାଲିଛି ଚର୍ଚ୍ଚା । ହେଲେ ଏବେ ସାମ୍ନାକୁ ଯେଉଁ ସିସିଟିଭି ଭିଡିଓ ଆସିଛି ତାହା ଚର୍ଚ୍ଚାକୁ ଆହୁରି ଖୋରାକ୍‌ ଯୋଗାଇଛି ।

ମୋ ବସ୍ ସହ କଟକ ADMଙ୍କ ଗାଡ଼ି ଦୁର୍ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ମୋ ବସ ଚାଳକଙ୍କ ବେପରୁଆ ଗାଡ଼ି ଚାଳନାକୁ ନେଇ ଉଠିଛି ପ୍ରଶ୍ନ ? ଅଧିକାଂଶ ସମୟରେ ରାଜଧାନୀରେ ଛୋଟବଡ଼ ଦର୍ଘଟଣା ଘଟାଉଛି ମୋ ବସ୍ ।

ଆହୁରି ପଢ଼ନ୍ତୁ : ବାତ୍ୟା ମାସରେ ଅଶାନ୍ତ ସମୁଦ୍ର: ବାତ୍ୟାର ମିଳିଲା ସଂକେତ, ରାତି ପାହିଲା ବେଳକୁ ଛେଚି ଛେଚି କାଚିବ ବର୍ଷା

କେତେବେଳେ ସାଧାରଣ ଲୋକଙ୍କୁ ତ ଆଉ କେତେବେଳେ ବଡ଼ବଡ଼ ଅଫିସରଙ୍କୁ ଧକ୍କା ଦେଇ ମୋ ବସ୍ ଚର୍ଚ୍ଚାରେ ରହିଛି । ଅନେକ ବ୍ୟକ୍ତି ଦୁର୍ଘଟଣା ଲାଗି ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାକୁ ଦାୟୀ କରିଥାନ୍ତି ।

ହେଲେ ମଙ୍ଗଳବାର କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ି ଏୟାରପୋର୍ଟକୁ ଯିବା ସମୟରେ ମୋ ବସ୍ ସହ ଧକ୍କା ହୋଇଥିଲା । ପ୍ରଶ୍ନ ଉଠିଥିଲା ଭୁଲ୍ କାହାର? ମୋ ବସ୍ ଚାଳକଙ୍କର ନା ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କର । ଦୁର୍ଘଟଣା ପରେ ଉଭୟ ଚାଳକ ପରସ୍ପରଙ୍କୁ ଦାୟୀ ବି କରିଥିଲେ ।

ଆହୁରି ପଢ଼ନ୍ତୁ : ମାନବିକତା ଦେଖାଇଲେ 5T ସଚିବ : ଆଇସିୟୁ ଖାଲି ନଥିବାରୁ ହାତ ଟେକିଦେଲା ଏମସ୍‌, ସହାୟତାର ହାତ ବଢାଇଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍‌

ଅନ୍ୟପଟେ ବସ୍‌ରେ ଥିବା କିଛି ଯାତ୍ରୀ କହିଛନ୍ତି ଗାଡ଼ି ବେଗ ଠିକ୍ ଥିଲା । ଆଉ କିଛି ଯାତ୍ରୀ କହିଛନ୍ତି, ଉଭୟ ଚାଳକଙ୍କର ତ୍ରୁଟି ପାଇଁ ଦୁର୍ଘଟଣା ଘଟିଛି । ହେଲେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତି କହିଛନ୍ତି ଦୁର୍ଘଟଣା ପାଇଁ ମୋ ବସ୍ ଡ୍ରାଇଭର ହିଁ ସମ୍ପୂର୍ଣ୍ଣ ଭାବରେ ଦାୟୀ ।

ସେପଟେ ସ୍ଥାନୀୟ ଲୋକ କହିଛନ୍ତି, ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ସେପଟେ ମୋ ବସ୍ ଭିତରେ ଲାଗିଥିବା ସିସିଟିଭି ଫୁଟେଜ୍ ଓ ଏକ ବିଜ୍ଞପ୍ତି ଜାରି କରି ମୋ ବସ୍’ ର କୌଣସି ଭୁଲ ନଥିବା ସ୍ପଷ୍ଟୀକରଣ ରଖିଛି ।

Share this story

World Odia Language Conferene