ମାନବିକତା ଦେଖାଇଲେ 5T ସଚିବ : ଆଇସିୟୁ ଖାଲି ନଥିବାରୁ ହାତ ଟେକିଦେଲା ଏମସ୍‌, ସହାୟତାର ହାତ ବଢାଇଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍‌

5T secretary VK Pandian showed humanity to needy

ଓଡ଼ିଆ ଗସିପ ବ୍ୟୁରୋ: ଅସହାୟଙ୍କୁ ସହାୟତାର ହାତ ବଢାଇ ପୁଣି ଚର୍ଚ୍ଚାରେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ସାରା ରାଜ୍ୟରେ ବୁଲି ବିଭିନ୍ନ ଉନ୍ନୟନମୂଳକ କାମର ଅଗ୍ରଗତିର ସମୀକ୍ଷା କରିବା ସହ ଲୋକଙ୍କ ଦୁଃଖ ବୁଝୁଥିବା ପାଣ୍ଡିଆନ୍‌ ନିଜ ମାନବିକତା ପାଇଁ ମଧ୍ୟ ପ୍ରଶାଂସାର ପାତ୍ର ହେଉଛନ୍ତି । ଯେବେ ତାଙ୍କ ସାମ୍ନାରେ ହେଉ କିମ୍ବା କୌଣସି ଖବରରେ ସେ ଅସହାୟ ଲୋକଙ୍କ ଅସୁବିଧା କଥା ଶୁଣନ୍ତି, ତୁରନ୍ତ ସହାୟତାର ହାତ ବଢାଇ ଦିଅନ୍ତି ।

ସେ କୌଣସି ପିଲାର ପାଠ ପଢା କଥା ହେଉ କି କୌଣସି ଲୋକର ମେଡିକାଲ ସମସ୍ୟା ହେଉ କିମ୍ବା କୌଣସି କ୍ରିଡାବିତ୍‌କୁ ସହାୟତା ହେଉ । ତେବେ ଆଜି ଜଣେ ଦୁର୍ଘଟଣାଗ୍ରସ୍ତ ଗୁରୁତର ରୋଗୀଙ୍କୁ ସହାୟତାର ହାତ ବଢାଇ ପୁଣି ନିଜ ମାନବିକତାର ପରିଚୟ ଦେଇଛନ୍ତି ୫ଟି ସିଚବ ଭି.କେ ପାଣ୍ଡିଆନ୍‌ ।

ଟ୍ରେନରୁ ଓଲ୍ଲାଇବା ବେଳେ ପଡିଗଲେ ଟ୍ରେନରେ ହାତ କଟିଗଲା । ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକ ତାକୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଆଇସିୟୁ ବେଡ଼ର ଅଭାବ ଥିଲା ଏବଂ ପାଖରେ ଅର୍ଥର ଅଭାବ ଥିଲା । ଘଟଣା ଜାଣିବା ପରେ ସାହାଯ୍ୟ କରିଥିଲେ ପାଣ୍ଡିଆନ୍।

ଆହୁରି ପଢ଼ନ୍ତୁ : ସ୍ୱାମୀ, ଶାଶୁଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ, ହେଲେ ଆଜି ସେ ଜଣେ ଦକ୍ଷ ଆଇଏଏସ୍ ଅଫିସର...

ସମ୍ପୂର୍ଣ୍ଣ ଘଟଣା କିଛି ଏପରି ଥିଲା :

ଗଞ୍ଜାମ ଜିଲ୍ଲା ଖୋଲିକୋଟ ବ୍ଲକ ର ସାମଲନାସି ଅଞ୍ଚଳର ରତ୍ନାକର ଜାଲି ନାମକ ଜଣେ ବ୍ୟକ୍ତି ଖୋର୍ଦ୍ଧାରୁ ଭୁବନେଶ୍ୱର ଷ୍ଟେସନକୁ ଟ୍ରେନ ଯୋଗେ ଯାଉଥିଲେ । ସେ ଓଲ୍ଲାଇବା ବେଳେ ଅସାବଧାନତା ହେତୁ ଟ୍ରେନ୍‌ରୁ ପଡିଗଲେ । ଟ୍ରେନରେ ତାଙ୍କ ହାତ କଟିଗଲା । ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକ ତାକୁ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କଲେ ।

ସେଠାରେ ଆଇସିୟୁ ବେଡ୍‌ର ଅଭାବ ଥିଲା ଏବଂ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ପାଖରେ ଅର୍ଥର ଅଭାବ ଥିଲା । ଏ ସମୟ ରେ ଏମ୍‌ସ ହସ୍ପିଟାଲ ଡାକ୍ତର କହିଲେ ଯେ ତାଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ନେଇଯାଅ । ତୁରନ୍ତ ଆଇସିୟୁ ଯଦି ନହେବ ତାହାଲେ ସେ ବଂଚିବା ଅସମ୍ଭବ ହେଇଯିବ । ଏ ବିଷୟରେ ଶୁଣିବା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଲଦି ହୋଇଯାଇଥିଲା ।

ଏ ସମୟରେ ବ୍ରହ୍ମପୁରର ସମାଜସେବୀ ପ୍ରବୀର ପଣ୍ଡା ନାମକ ଏକ ଯୁବକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କଲ୍‌ କରି ଏ ବିଷୟରେ ଜଣାଇଲେ । ଏହି ଖବର ପହଁଚିଲା ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ପାଖରେ । ଆଉ ଏହା ପରେ ପାଣ୍ଡିଆନ ଖବରକୁ ଗୁରୁତର ଭାବେ ନେଈ ତୁରନ୍ତ ଉକ୍ତ ବ୍ୟକ୍ତିକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ସେବା ଯୋଗାଇବାର ବ୍ୟବସ୍ଥା କରିଥିଲେ ।

ଆହୁରି ପଢ଼ନ୍ତୁ : ବାତ୍ୟା ମାସରେ ଅଶାନ୍ତ ସମୁଦ୍ର: ବାତ୍ୟାର ମିଳିଲା ସଂକେତ, ରାତି ପାହିଲା ବେଳକୁ ଛେଚି ଛେଚି କାଚିବ ବର୍ଷା

୫ଟି ସଚିବ ଭି.କେ ପାଣ୍ଡିଆନ ଭୁବନେଶ୍ବର ସମ୍‌ ହସ୍ପିଟାଲକୁ ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ନିର୍ଦେଶ ଦେବା ପରେ ତାଙ୍କୁ ତୁରନ୍ତ ମେଡିକାଲ ଆଣି ଚିିକତ୍ସା କରାଗଲା । ଏଥି ସହିତ ଉକ୍ତ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ତଦାରଖ କରିବା ପାଇ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ଯାହା ପରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଗଲା ।

ଏଥି ସହିତ ଗୁରୁତର ଙ୍କୁ ମାଗଣାରେ ଅପରେସନ୍‌ କରାଯିବା ପରେ ବର୍ତ୍ତମାନ ଦୁର୍ଘଟଣାଗ୍ରସ୍ତ ରତ୍ନାକର ଜାଲି ସୁସ୍ଥ ଅଛନ୍ତି । ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଏଭଳି ତ୍ୱରିତ ପଦକ୍ଷେପ ପାଇ ଏକ ଅସହାୟର ଜୀବନ ରକ୍ଷା ହେଇପାରିଲା । ତେଣୁ ବିଭିନ୍ନ ମହଲରୁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ପରିବାର ଲୋକବି ୫ଟି ସଚିବଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Share this story

World Odia Language Conferene