ସିକ୍କମ୍ ବନ୍ୟାରେ ଭାସିଯାଇଥିବା ୧୨୦ ଜଣ ନିଖୋଜ ମଧ୍ୟରୁ ସହିଦ ଓଡ଼ିଆ ଯବାନଙ୍କ ମୃତଦେହ ଠାବ
 

Missing Odia jawan in Sikkim flash flood dies
ସହିଦ ଓଡ଼ିଆ ଯବାନଙ୍କ ମୃତଦେହ ଠାବ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସରୋଜ ଦାସଙ୍କ ମୃତଦେହ ଠାବ ହୋଇଛି । ସହିଦ ସରୋଜଙ୍କ ମୃତଦେହ ଚିହ୍ନଟ କରିଛନ୍ତି ପରିବାରଲୋକେ। ଭିଡିଓ କଲ୍‌ ଯୋଗେ ଫଟୋ ଦେଖି ପରିବାରଲକେ ଚିହ୍ନଟ କରିଥିବା ସୂଚନା।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ସୂଚନା ଅନୁଯାୟୀ, ଗତକାଲି ସିକ୍କିମ୍‌ରେ ବାଦଲଫଟା ବର୍ଷାକୁ ନେଇ ଅଚାନକ ବନ୍ୟା ଆସିବା ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ହେବା ସହିତ ୧୨୦ ଜଣ ନିଖୋଜ ହୋଇଥିଲେ। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଭାରତୀୟ ସେନାର ୨୩ ଯବାନ ରହିଥିଲା ବେଳେ ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ରହିଥିଲେ।

ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ 

adimg

ଓଡ଼ିଆ ଯବାନ ଭାରତୀୟ ସେନାରେ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପ ଗ୍ରାମର ସରୋଜ ଦାସ। ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିଲେ। ଗତକାଲି ଟ୍ରେନିଂ ସାରି ୟୁନିଟକୁ ଫେରୁଥିବା ବେଳେ ଶେଷଥର ପାଇଁ ଫୋନ୍‌ରେ ଭାଇଙ୍କ ସହ କଥା ହୋଇଥିଲେ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ ଆପଣଙ୍କ ରାଶିରେ ଆଜି କଣ ଅଛି, ଚିନ୍ତାରେ ରହିବେ ଏହି ରାଶିର ଲୋକ, ପଢନ୍ତୁ ରାଶିଫଳ 

Share this story