ସାତ ଦିନ ଯାଏଁ ରାତିରେ ଦୀପ ଜାଳିବ କହି ଝଡାଫୁଙ୍କା ପାଇଁ ଆଣିଥିବା ନାବାଳିକାଙ୍କୁ ଦୁଷ୍କର୍ମ କଲା ଗୁଣିଆ
 

Minor Girl raped by man claiming black magic powers
ଝଡାଫୁଙ୍କା ପାଇଁ ଆଣିଥିବା ନାବାଳିକାଙ୍କୁ ଦୁଷ୍କର୍ମ କଲା ଗୁଣିଆ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗୁଣିଗାରେଡି କରିବା ଆଳରେ ଜଣେ ଝାଡଖଣ୍ଡ ଅଞ୍ଚଳର ୧୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ ଝାଡଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ମାନଝାରି ଥାନା ଅଞ୍ଚଳର ଜଣେ ମହିଳା ଅସୁସ୍ଥ ହୋଇଥିବାରୁ ପରିବାର ଲୋକେ ୧୧ ତାରିଖ ବୁଧବାର ଦିନ ତାଙ୍କୁ ଜାମଦା ଥାନା ଅଞ୍ଚଳ ଗୁଡୁତା ଗାଁକୁ ଝଡାଫୁଙ୍କା କରାଇବା ପାଇଁ ଗୁଣିଆ ପାଖକୁ ଆଣିଥିଲେ। 

ଉକ୍ତ ଗୁଣିଆ ଦେବାନନ୍ଦ ପାତ୍ର ଜାମଦା ଥାନାରେ ଗୃହରକ୍ଷୀ (ହୋମ ଗାର୍ଡ) ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ଗୁଣିଆ କାର୍ଯ୍ୟ ମଧ୍ୟ କରନ୍ତି ବୋଲି ଜଣାପଡିଛି। ଗୁଣିଆ ସମ୍ପୃକ୍ତ ମହିଳାଙ୍କୁ ସୁସ୍ଥ କରିବା ନିମନ୍ତେ ପୂଜା ସାମଗ୍ରୀ ଆଣିବା ସହ ଏକ କୁମାରୀ କନ୍ୟା ସାତ ଦିନ ଧରି ଗୁଣିଆ ଘରେ ରହି ରାତ୍ରି ସମୟରେ ଦୀପ ଜାଳିବା ପାଇଁ କହିଥିଲେ।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ଗୁରୁବାର ଦିନ ସକାଳ ସମୟରେ ପରିବାର ଲୋକ ମାନେ ଗୁଣିଆ ଘରକୁ ଆସି ପହଞ୍ଚି ପୂଜା କାର୍ଯ୍ୟ କରାଇଥିଲେ । ଗୁଣିଆ ସନ୍ଧ୍ୟା ସମୟରେ କୁମାରୀ କନ୍ୟାକୁ ଦୀପ ଜାଳିବା ପାଇଁ କହିଥିଲେ। ପରବର୍ତୀ ସମୟରେ ସନ୍ଧ୍ୟା ବେଳେ ଅସୁସ୍ଥ ମହିଳାଙ୍କ ପରିବାର ଲୋକ ମାନେ ସମ୍ପର୍କୀୟ ୧୫ ବର୍ଷୀୟ ଭାଣଜୀଙ୍କୁ ସନ୍ଧ୍ୟା ସମୟରେ ଗୁଣିଆ ପାଖକୁ ଦୀପ ଜାଳିବା ପାଇଁ ନେଇ ଯାଇଥିଲେ। 

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

ଗୁଣିଆ ଦେବାନନ୍ଦ ନାବାଳିକାଙ୍କୁ ଗାଁ ନିକଟସ୍ଥ ଅଶ୍ୱସ୍ତ ଗଛ ପାଖକୁ ନେଇଯାଇ ଥିଲେ ଏବଂ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ଅଛି। ତତସହିତ ଘଟଣା ସମ୍ପର୍କରେ ପ୍ରକାଶ କଲେ ସମ୍ପୃକ୍ତ ନାବାଳିକା ପାଗଳ ହେବା ସହିତ ତାର ମୃତ୍ୟୁ ହୋଇଯିବ ବୋଲି ନାବାଳିକାଙ୍କୁ ଭୟଭୀତ କରାଇଥିଲେ।

ଘରକୁ ଫେରିବା ପରେ ପୀଡ଼ିତା ଘଟଣା ସମ୍ପର୍କରେ ପରିବାର ବର୍ଗକୁ ଜଣାଇଥିଲେ। ଏହା ପରେ ୧୩ ତାରିଖ ପୀଡିତ ପରିବାର ଲୋକ ମାନେ ଗୁଡୁତା ଗାଁକୁ ଯାଇ ପହଁଚି ଥିଲେ । ଗ୍ରାମବାସୀ ମାନଙ୍କ ସହ ମାମଲାର ସମାଧାନ ପାଇଁ ପ୍ରୟାସ କରିଥିଲେ କିନ୍ତୁ ତାହା ସଫଳ ହୋଇ ପାରିନଥିଲା। 

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

ଶେଷରେ ପୀଡିତ ପରିବାର ସୋମବାର ଦିନ ଜାମଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ଗୁଣିଆ ଦେବାନନ୍ଦ ପାତ୍ରକୁ ଅଟକ ରଖି ପଚରା ଉଚୁରା କରୁଥିବା ସୂଚନା ମିଳିଛି। ଘଟଣାକୁ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବାର ସୂଚନା ଜାମଦା ଥାନା ଅଧିକାରୀ ମିନତୀ ନାୟକଙ୍କ ଠାରୁ ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

Share this story