ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି
 

Odisha govt effects major reshuffle of OAS officers
ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ଓ ରାଜସ୍ୱ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଦୁଇଟି ବିଜ୍ଞପ୍ତି ମାଧ୍ୟମରେ ଏହି ଅଦଳ ବଦଳ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍‌ ରୁଦ୍ରନାରାୟଣ ମହାନ୍ତିଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । 

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ଯୋଗ, ନବରାତ୍ରୀରେ ସମୟରେ ବଦଳିବ ଏହି ୩ ରାଶି ଜୀବନ...

ସେହିପରି ଓଏଏସ୍‌ ପ୍ରତାପ ଚନ୍ଦ୍ର ରାଉତଙ୍କୁ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଭୁବନେଶ୍ୱରର ପୂର୍ବତନ ଚକବନ୍ଦୀ କମିଲନର ଶ୍ରୀ ରାଉତ ଏବେ ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରତ ଅଛନ୍ତି । ସେହିପରି ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ମାଇନର ମିନେରାଲସଙ୍କ ଯୁଗ୍ମ ନିର୍ଦ୍ଦେଶକ, ନେତ୍ରାନନ୍ଦ ମଲ୍ଲିକଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ,ଶୁଭଶ୍ରୀ ରଥଙ୍କୁ ବାଲେଶ୍ୱର ଅତିରିକ୍ତ ଉପଜିଲ୍ଲାପାଳ, ଶିବଶଙ୍କର ମିଶ୍ରଙ୍କୁ ଜଗତସିଂହପୁରର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଓ ପାର୍ଥସାରଥୀ ହାଁସଦାଙ୍କୁ ପୁରୀ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । 

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 

ଖଣ୍ଡପଡ଼ାର ପୂର୍ବତନ ତହସିଲଦାର ଶ୍ରୀ ହାଂସଦାଙ୍କର ବଦଳିକୁ ବାତିଲ କରାଯାଇଛି । ତାଙ୍କୁ ବାଲେଶ୍ୱରର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଗୁଣୁପୁର ତହସିଲଦାର ଥିବା ଶରତ ଚନ୍ଦ୍ର ନାୟକ ରାୟଗଡ଼ା ଡେପୁଟି କଲେକ୍ଟର ଓ କୋରେଇ ପୂର୍ବତନ ବିଡିଓ ଥିବା ରଞ୍ଜନ କୁମାର ପରିଡ଼ାଙ୍କୁ ଗୋପ୍‌ ତହସିଲଦାର ଭାବେ ବଦଳି କରାଯାଇଛି ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
 

Share this story