ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 
 

UP woman kills two younger sisters after they find her in objectionable position
ଘରେ ବାପା-ମା ନଥିବା ବେଳେ ଯୁବତୀଙ୍କ ରାସଲୀଳା 
 

ଓଡ଼ିଆ ଗସିପ୍ ବ୍ୟୁରୋ: ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ଏଟାୱା ଜିଲ୍ଲାର ଜଣେ ୨୦ ବର୍ଷ ବୟସ୍କା ମହିଳାଙ୍କୁ ତାଙ୍କ ଦୁଇ ସାନ ଭଉଣୀଙ୍କୁ ହତ୍ୟା କରିଥିବା ଯୋଗୁଁ ପୋଲିସ ତାଙ୍କୁ ଗିରଫ କରିଛି। ଖାଲି ଏତିକି ନୁହେଁ ଅପରାଧ ଘଟାଇବା ପରେ ଅଞ୍ଜଳି ମଧ୍ୟ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଛି ବୋଲି ପୋଲିସ କହିଛି।

ସୋମବାର, ଦୁଇ ଭଉଣୀ, ପାଞ୍ଚ ଏବଂ ସାତ ବର୍ଷ ବୟସରେ, ସେମାନଙ୍କ ଘର ଭିତରକୁ ଗଳା ଚିପି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଘଟିବା ବେଳେ  ପୀଡିତାମାନେ ଘରେ ଏକୁଟିଆ ଥିଲେ ବୋଲି ଜଣା ପଡିଛି।

ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ 

ସୂଚନା ମୁତାବକ ଘରେ ମାତାପିତା ନଥିବା ବେଳେ ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ। ଏହି ସମୟରେ ଘରେ ଥିବା ୨ଭଉଣୀ ଦେଖିଦେବାରୁ ଅଭିଯୁକ୍ତ ଯୁବତୀ ସେମାନଙ୍କ ମୁଣ୍ଡ କାଟିଦେଇଥିବା ଜଣାପଡ଼ିଛି। ମୃତକଙ୍କ ନାମ ସୁରଭି ପାଲ(୬) ଓ ରୋଶନୀ ପାଲ(୪) ବୋଲି ଚିହ୍ନଟ କରାଯାଇଛି। 

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ସୂଚନା ଅନୁସାରେ ଅଞ୍ଜଳିଙ୍କ ବାପା ଜୟବୀର ଓ ମା’ ସୁଶୀଳା ନିଜ ୨ପୁଅ ନନ୍ଦ କିଶୋର ଓ କହ୍ନୈୟାଙ୍କୁ ନେଇ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଘରେ ଥିଲେ ଅଞ୍ଜଳି, ସୁରଭି ପାଲ୍(୬) ଓ ରୋଶନୀ ପାଲ୍। ସୁରଭି ଓ ରୋଶନୀ ଛୋଟ ଥିବାରୁ ଜାଣି ପାରିବେ ନାହିଁ ବୋଲି ଭାବି ଅଞ୍ଜଳି ନିଜ ପ୍ରେମିକଙ୍କୁ ଘରକୁ ଡାକିଥିଲେ। 

ପ୍ରେମିକ ଘରକୁ ଆସିବା ପରେ ଅଞ୍ଜଳି ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ସୁରଭି ଓ ରୋଶନୀ ତାଙ୍କୁ ଦେଖି ଦେଇଥିଲେ। ଅଞ୍ଜଳିଙ୍କୁ ଏ‌ଭଳି ଅବସ୍ଥାରେ ଦେଖିବା ପରେ ମାତାପିତାଙ୍କୁ ଜଣାଇଦେବେ ବୋଲି ଭାବି ଅଞ୍ଜଳି ନିଜ ପ୍ରେମିକଙ୍କ ସହ ମିଶି ୨ଭଉଣୀଙ୍କୁ ହତ୍ୟା କରିଥିଲେ ବୋଲି ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ପୁଲିସର କହିବା ମୁତାବକ, ୨ଭଉଣୀଙ୍କ ମୁଣ୍ଡ କାଟି ଗୋଟିଏ ରୁମରେ ପକାଇବା ସହ କଟା ଶରୀର ଅନ୍ୟ ଏକ ରୁମ‌ରେ ରଖିଥିଲେ ଅଞ୍ଜଳି। ଏହା ପ‌ରେ ସେ ଘର ବାହାରକୁ ଚାଲିଯାଇଥିଲେ। ପରିବାର ଲୋକ ଆସିବାରୁ ବାହାର ଲୋକ କେହି ଏଭଳି କରିଥିବା କହିଥିଲେ ଅଞ୍ଜଳି। ଘଟଣାଟି ରବିବାର ରାତି ୮ଟାରେ ଘଟିଥିବା ବେ‌ଳେ ଏବେ ଅଭିଯୁକ୍ତ ଅଞ୍ଜଳି ପାଲକୁ ପୁଲିସ ପଚରାଉଚରା କରିବା ପରେ ସେ ନିଜର ଦୋଷ ସ୍ବୀକାର କରିଥିଲେ।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 

Share this story