ଦ୍ଵିତୀୟ ଶ୍ରେଣୀର ପଢୁଥିବା ଝିଅକୁ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ, ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ...
 

Minor girl allegedly raped in Deogarh
ଲଜ୍ଜ୍ୟା: ଶିଶୁକନ୍ୟାକୁ ଦୁଷ୍କର୍ମ କଲେ ସମ୍ପର୍କୀୟ ମାମୁଁ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମରଡ଼ଙ୍ଗ ଗ୍ରାମରେ ଅମାନବୀୟ ଘଟଣା ଘଟିଛି। ଜଣେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଥିବା ଶିଶୁକନ୍ୟାକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍‌, ନଚେତ୍‌...

ଖବର ଅନୁଯାୟୀ, ଗତ ମଙ୍ଗଳବାର ଘଟଣା ଘଟିଥିବା ବେଳେ ଅଭିଯୁକ୍ତର ଧମକ ଯୋଗୁଁ ପାଟି ଫିଟାଉନଥିଲେ ପରିବାର ଲୋକେ। ଶିଶୁକନ୍ୟାର ବାପା ଘରେ ରହୁ ନ ଥିବା ବେଳେ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୂଚନା ପାଇ ଆଜି ଘରକୁ ପହଞ୍ଚବିବା ପରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା ଶିଶୁକନ୍ୟାର ମାଆ ।

ଅଧିକ ପଢନ୍ତୁ :ବିବାହିତ ପୁରୁଷ ମହିଳା ପ୍ରତି କାହିଁକି ଆକର୍ଷିତ ହୁଅନ୍ତି? ଜାଣନ୍ତୁ କଣ କହୁଛି ଚାଣକ୍ୟ ନୀତି ? 

ଅଭିଯୁକ୍ତ ସମ୍ପର୍କୀୟ ମାମୁଁ ହାଡ଼ି ନାଏକ ଫେରାର ରହିିଛି। ଖବର ପାଇ ଏସଡ଼ିପିଓ ସୌମ୍ୟ ରଞ୍ଜନ ମଲ୍ଲିକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘଟଣାର ତଦନ୍ତ ଆରମ୍ଭ  କରିଛନ୍ତି। ଅଭିଯୁକ୍ତକୁ ଧରିବାକୁ ପୁଲିସର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌
 

Share this story