ବଡ ଅଘଟଣ: ଭୋଟ୍ ଦେବାକୁ ଯାଇଥିଲା ମା’, ପୋଖରୀରେ ବୁଡ଼ି ୬ବର୍ଷୀୟ ଝିଅର ଗଲା ଜୀବନ 
 

Minor Dies After drowning In Pond In Odisha Kendrapara
କାଳ ହେଲା ଭୋଟ୍! ପୋଖରୀରେ ବୁଡ଼ି ଚାଲିଗଲା ଝିଅର ଜୀବନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମା’ ଭୋଟ ଦେବାକୁ ଯାଇଥିବାବେଳେ ପୋଖରୀରେ ବୁଡିଯାଇ ଚାଲିଗଲା ଝିଅର ଜୀବନ । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ପ୍ରହରାଜପୁରରେ ଘଟିଛି ଏପରି ଏକ ଅଘଟଣ। ପ୍ରହରାଜପୁର କାର୍ତ୍ତିକ ପ୍ରଧାନଙ୍କ ୬ବର୍ଷର ଝିଅ ସରସ୍ୱତୀ ପ୍ରଧାନଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି ।

ଅଧିକ ପଢନ୍ତୁ : ହୃଦଘାତର ସୂଚନା ଦିଏ ଶରୀରର ଏହି ସବୁ ଲକ୍ଷଣ! ଜାଣନ୍ତୁ ଏବଂ ସତର୍କ ହୋଇଯାଆନ୍ତୁ...

ସୂଚନା ଅନୁସାରେ, ଆଜି ଦିନ ୧୨ଟା ବେଳେ ମା’ ମଞ୍ଜୁଲତା ପ୍ରଧାନ ଝିଅକୁ ଘରେ ଛାଡି ଭୋଟ ଦେବାକୁ ଯାଇଥିଲେ । ଭୋଟ ଦେଇ ଆସି ଘରେ ଖୋଜିଲା ବେଳକୁ ଝିଅକୁ ପାଇନଥିଲେ । 

ଦୀର୍ଘ ସମୟ ପରେ ଝିଅ ସରାସ୍ୱତୀ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ । ଉଦ୍ଧାର କରି ଝିଅକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ବି ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ ।

ଅଧିକ ପଢନ୍ତୁ : ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଦରକାର? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ..

Share this story