ଆସନ୍ତାକାଲିଠୁ ବଦଳିବ ପାଗ, ଓଡ଼ିଶାରେ ୪ ଦିନ ପର୍ଯ୍ୟନ୍ତ ୬ରୁ ୮ ଡିଗ୍ରୀ ଯାଏଁ ବଢ଼ିବ ତାପମାତ୍ରା
 

Max Temp To Rise By 6 to 8 degrees C Across Odisha In Next 4 Days
୪ ଦିନ ତାତିରୁ ନିସ୍ତାର ନାହିଁ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ପୁଣି ତାତି ବୃଦ୍ଧି ପାଇବ। କାଳବୈଶାଖୀର କ୍ରମାଗତ ପ୍ରଭାବ ହେତୁ ରାଜ୍ୟରେ ତାପମାତ୍ରାରେ ବର୍ତ୍ତମାନ ତଳକୁ ଖସିଛି। ରାଜ୍ୟରେ ତାପମାତ୍ରା ବର୍ତ୍ତମାନ ୪୦ ଡିଗ୍ରୀ ତଳେ ରହିଥିଲେ ମଧ୍ୟ ପାରଳାଖେମୁଣ୍ଡିରେ ତାତି ୩୯ ଡିଗ୍ରୀ ଛୁଇଁଛି। ତାପମାତ୍ରା କମିଛି। ଲୋକେ ତାତିରୁ ଆଶ୍ୱସ୍ତି ପାଇଥିଲେ। ହେଲେ ଆସନ୍ତାକାଲିଠାରୁ ପୁଣି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ। 

ଆଧିକ ପଢନ୍ତୁ : ଧକ୍ ଧକ୍ ସହ ମୁଣ୍ଡର ଗୋଟିଏ ପଖାରେ ହେଉଛି କି ମୁଣ୍ଡବଥା? ଜାଣନ୍ତୁ ଏହାର କାରଣ ଓ ଉପଚାର...

ଗତ କିଛିଦିନ ହେଲା ବର୍ଷା ସାଙ୍ଗକୁ କୋହଲା ପାଗ ପାଇଁ ତାତିରୁ ଆଶ୍ଵସ୍ତି ମିଳିଥିଲା। ଏବେ ପୁଣି କଲବଲ କରିବ ଖରା। ୪ ଦିନ ଯାଏ ଦିନର ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଏପ୍ରିଲ ୧୪ରୁ ୧୫ ତାରିଖ ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, କଟକ, ନୟାଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ଗରମ ସହ ଗୁଳୁଗୁଳି ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !

ସେହିପରି ସେହିପରି ଏପ୍ରିଲ ୧୫ରୁ ୧୬ ତାରିଖ ମଧ୍ୟରେ ବଲାଙ୍ଗିର, ଅନୁଗୁଳ, ନୟାଗଡ଼, କଟକ, କୋରାପୁଟ ଏବଂ ମାଲକାନଗିରିରେ ଅସହ୍ୟ ଗରମ ସହ ଗୁଳୁଗୁଳି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ୧୭ ଓ ୧୮ ତାରିଖ ବେଳକୁ ତାପମାତ୍ରା ଆହୁରୀ ବଢ଼ିବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଆଧିକ ପଢନ୍ତୁ : ସକାଳୁ ସକାଳୁ ପେଟ ସଫା ହେଉନି କି ? କରନ୍ତୁ ଏହି କାମ, ଥରକେ ହେବ ସଫା...
 


 

Share this story