ଶଳାର ଗୋଟାଏ କାଠ ଫାଳିଆ ମାଡରେ ଭିଣୋଇ ମୃତ୍ୟୁ, ଜାଣନ୍ତୁ ପୁରା ମାମଲା କଣ ?
 

Man was beaten to death in Gnajam
ଶଳାର ଗୋଟାଏ କାଠ ଫାଳିଆ ମାଡରେ ଭିଣୋଇ ମୃତ୍ୟୁ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜିଉରା ପଞ୍ଚାୟତ ଜେ.ସାମନ୍ତରାପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଶଳାର କାଠ ଫାଳିଆ ମାଡରେ ଆହାତ ଭିଣୋଇର ମୃତ ଘଟିଛି । ପୁଲିସ ଥାନାରେ ଶଳାକୁ ଅଟକ ରଖିଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ଜେ.ସାମନ୍ତରାପୁର ଗ୍ରାମର ନେଲାରି ଗୌଡ (୩୮) ।

ସୂଚନା ମୁତାବକ ନେଲାରି ଶେରଗଡ଼ ଥାନା ଅଁଳାମୁଣ୍ଡୁଳି ଗ୍ରାମର ଜାନକୀ ଗୌଡଙ୍କୁ ଵିଵାହ କରିଥିଲେ । ବାହାଘର ର କିଛି ବର୍ଷ ପରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା, ଗ୍ରାମରେ ଭଦ୍ର ଲୋକ ଓ ଉଭୟ ପରିବାର ଲୋକ ଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ମଧ୍ଯ ତାହା ସ୍ଥାୟୀ ସମାଧାନ ହୋଇପାରିନଥିଲା । 

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

ଗୁରୁବାର ରାତ୍ର ନେଲାରି ଓ ଜାନକି ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡା ଏଭଳି ଉଗ୍ର ରୂପ ଧାରଣ କରିଥିଲା କି ଜାନକି ତାଙ୍କ ବାପା ଘର ପରିବାର ଲୋକଙ୍କୁ ଜଣାଇବା ସହ ଘରକୁ ଡ଼କାଇଥିଲେ । ଜାନକୀର ବାପା ଓ ଭାଇ ଗ୍ରାମରେ ପହଂଚିବାର ଦେଖି ନେଲାରି ତାଙ୍କ ମା ଙ୍କ ଘରେ ଲୁଚିକି ରହିଯାଇଥିଲେ । ନେଲାରି ଲୁଚି ଥିବା ସ୍ଥାନକୁ ତାଙ୍କ ସ୍ତ୍ରୀ ଦେଖାଇଦେବାରୁ ନେଲାରିଙ୍କ ଭାଇ ଗୋଟାଏ କାଠ ଫାଳିଆରେ ତାଙ୍କ ଭିଣେଇକୁ ମାଡ ମାରି ଚାଲି ଯାଇଥିଲେ। ଶୁକ୍ରବାର ନେଲାରିଙ୍କ ମା ନିକଟସ୍ଥ ଆଡପଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା କରି ଘରକୁ ଆଣିଥିଲେ । ଶନିବାର ସନ୍ଧ୍ୟାରେ ନେଲାରିଙ୍କ ମୃତ ଘଟିଥିଲା । 

ଏନେଇ ନେଲାରିଙ୍କ ଭାଇ ମିଟୁ ଗୌଡ ଶନିବାର ରାତ୍ର ପାଟପୁର ଥାନାରେ ପହଞ୍ଚି ତାଙ୍କ ଭାଇକୁ ତାର ସଳା ମାଡ ମରିଥିବାରୁ ମୃତ ହୋଇଥିବା ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପାଟପୁର ପୁଲିସରେ ଏକ ମାମଲା ରୁଜୁ କରି ନେଲାରିଙ୍କ ଶଳାକୁ ଅଟକ ରଖିବା ସହ ଗ୍ରାମରେ ପହଞ୍ଚି ମୃତ ଦେହ ଜବତ କରିଥିଲେ । ରବିବାର ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ, ଛତ୍ରପୁର ସାଇଣ୍ଟଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

ଅଧିକ ପଢନ୍ତୁ : ମାଡ଼ି ଆସୁଛି କାଳବୈଶାଖୀ, ଦୁଇଦିନ ଛେଚିବ ବର୍ଷା ! କମିବ ତାତି, ପୁଣି ଏହି ଦିନଠୁ ବଢିବ ତାପମାତ୍ରା

Share this story